ଜୀବନ ହାରିଦେଲେ ଟେଲି ଅଭିନେତ୍ରୀ Rashmirekha ଙ୍କ ସ୍ଵାମୀ Santosh Patra, ଜାଣନ୍ତୁ ସେ କିପରି ଓ କାହିଁକି କଲେ ଏମିତି…

ବହୁଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷବନ୍ଧୁ ତଥା ସ୍ଵାମୀ ସନ୍ତୋଷ ପାତ୍ର ଆତ୍ମହତୟଆ କରିଥିବା ଖବର ସାମ୍ନାକୁ ଆସିଛି । ରାଉଲକେଲାର ବାସନ୍ତୀନଗର କଲୋନୀରେ ସେ ନିଜ ଜୀବନ ହାରି ଦେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସନ୍ତୋଷ ଗତକାଲି ବିଳମ୍ବିତ ରାତିରେ ନିଜ ବାସଭବନରେ ଜୀବନ ହାରି ଦେଇଛନ୍ତି । ନିଜ ବେଡ୍ ରୁମ୍ ରେ ରାତିରେ ଶୋଇଥିବା ବେଳେ ସେ ଆତ୍ମହତୟଆ ଭଳି ପଦକ୍ଷେପ ନେଇ ଯାଇଛନ୍ତି । ସନ୍ତୋଷ ପାତ୍ର ରାଉଲକେଲାରେ ନିଜ ବାପାମା’ଙ୍କ ସହ ରହୁଥିଲେ ।

ତାଙ୍କ ମୃତଦେହକୁ ଜବତ କରିବା ପରେ ପୋଲିସ ସରକାରୀ ଡାକ୍ତରଖାନାରେ ରଖିଛି । ଗତ ମାସ ୧୯ ତାରିଖରେ ଟେଲି ଅଭିନେତ୍ରୀ ରଶ୍ମିରେଖା ନିଜ ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ତାଙ୍କ ମୃତଦେହକୁ ଭୁବନେଶ୍ବର ନୟାପଲ୍ଲୀ ଗଡସାହି ସ୍ଥିତ ଭଡାଘରୁ ତାଙ୍କ ମୃତଦେହକୁ ଜବତ କରିଥିଲା । ଏହାସହ ରଶ୍ମିରେଖା ମୃତ୍ୟୁର ଠିକ ପୂର୍ବରୁ ନିଜେ ଲେଖିଥିବା ଏକ ଚିଠି ମଧ୍ୟ ପୋଲିସକୁ ମିଳିଥିଲା । ସନ୍ତୋଷଙ୍କୁ ଖୁବ ଭଲପାନ୍ତି ବୋଲି ନିଜ ଚିଠିରେ ଲେଖିଥିଲେ ରଶ୍ମିରେଖା ।

ଏହାସହ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ରଶ୍ମି ଲେଖିଥିଲେ କି ସନ୍ତୋଷଙ୍କର ଏଥିରେ କିଛି ଦୋଷ ନାହିଁ । ଯଦି ସନ୍ତୋଷଙ୍କର କିଛି ହୁଏ ତେବେ ସେ କାହାକୁ ଛାଡିବେ ନାହିଁ ବୋଲି ମଧ୍ୟ ଲେଖିଥିଲେ । କିନ୍ତୁ ତାଙ୍କ ସ୍ବାମୀ ସନ୍ତୋଷ ମଧ୍ୟ ସେହି ଅଫେରା ରାଇଜକୁ ବାଛିନେଲେ । ସ୍ତ୍ରୀ ମୃତ୍ୟୁର କେଇଟା ଦିନ ଭିତରେ ସ୍ଵାମୀ ସନ୍ତୋଷ ବି ନିଜ ଜୀବନ ହାରିଦେଲେ ।

ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ଜେରାର ସମୁଖୀନ ହୋଇଥିଲେ ତାଙ୍କ ପୁରୁଷବନ୍ଧୁ ତଥା ସ୍ଵାମୀ ସନ୍ତୋଷ ପାତ୍ର । ରଶ୍ମିରେଖାଙ୍କ ପରିବାର ମଧ୍ୟ ଝିଅର ମୃତ୍ୟୁ ପାଇଁ ସନ୍ତୋଷଙ୍କୁ ଦାୟୀ କରିଥିଲେ । ସନ୍ତୋଷ ଓ ରଶ୍ମି ଦେଢମାସ ହେବ ଲିଭ-ଇନରେ ରହୁଥିବା ଜଣା ପଡିଥିଲା । ଏପରିକି ଉଭୟ କୋର୍ଟ ମ୍ୟାରେଜ କରି ସାରିଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ରଶ୍ମିଙ୍କ ମୃତ୍ୟୁକୁ ନେଇ ଉଭୟ ଓଲିଉଡ ଓ ଟେଲି ଜଗତରୁ ଅନେକ ପ୍ରତିକ୍ରିୟା ମଧ୍ୟ ମିଳିଥିଲା ।

ରଶ୍ମିରେଖାଙ୍କ ମୃତ୍ୟୁର ସଠିକ ତଦନ୍ତ ହେଉ ବୋଲି ସମସ୍ତେ ଦାବି କରୁଥିଲେ । ତେବେ କହିରଖୁଛୁ ଯେ ବର୍ତ୍ତମାନ ଯାଏଁ ସନ୍ତୋଷଙ୍କ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସନ୍ତୋଷ କାହିଁକି ଓ କେଉଁ ପରିସ୍ଥିତିରେ ଜୀବନ ହାରିଲେ ପୋଲିସ ସେନେଇ ଅଧିକ ଖୋଳତାଡ ଚଳାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।