ଯାହା ପଢୁଛନ୍ତି ଭୁଲିଯାଉଛନ୍ତି କି, ଏହି ସହଜ ଉପାୟ ଆପଣଙ୍କୁ ଜଲ୍ଦି ମନେ ରଖିବାରେ କରିବ ସାହାଯ୍ୟ, ସାରା ଜୀବନ ମନେ ରହିବ

ଆଜି କାଲି ଷ୍ଟୁଡେଣ୍ଟଙ୍କ ଉପରେ ପାଠ ପଢାର ବହୁତ ବୋଝ ରହିଥାଏ ଓ ଏହି ଟେନ୍ସନ ରେ ଜଲ୍ଦି କେମିତି ମନେ ରଖିବେ ବା ପାଠକୁ କେମିତି ମନେ ରଖିବେ ଭାବୁ ଭାବୁ ଏକ୍ଜାମ ଆସିଯାଏ ଓ ଏହାର ପରିଣାମ ଏହା ହୋଇଥାଏ କି ସେମାନେ ପରୀକ୍ଷାରେ ସଫଳ ହେଇପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଜଲ୍ଦି ମନେ ରଖିବାର କିଛି ଉପାୟ, ଯାହା ସାହାର୍ଯ୍ୟରେ ଆପଣ ନିଜ ପରିକ୍ଷା ପାଇଁ ପ୍ରସ୍ତୁତି ଭଲ ଭାବେ କରି ପାରିବେ ।

ସାଧାରଣତଃ ଆମେ ଜଲ୍ଦି ମନେ ରଖିବା ଚକର ରେ ଘୋଷିବା ଆରମ୍ଭ କରିଦେଉ । କିନ୍ତୁ ଏହା ସବୁଠୁ ବେକାର ଉପାୟ ଅଟେ । ଜଲ୍ଦି ମନେ ରଖିବା ପାଇଁ ଆମେ ଯାହାକୁ ଘୋଷି ଥାଉ ତାକୁ ଆମେ ଜଲ୍ଦି ଭୁଲି ମଧ୍ୟ ଯାଉ । କିନ୍ତୁ ଆମେ ଆଜି ଆପଣଙ୍କୁ ଜଲ୍ଦି ମନେ ରଖିବାର ସହଜ ଓ କାର୍ଯ୍ୟକାରୀ ଉପାୟ କହିବାକୁ ଯାଉଛୁ ।

୧. ସବୁଠୁ ପ୍ରଥମେ ଏହି କଥାକୁ ନିଜ ମୁଣ୍ଡରୁ ବାହାର କରନ୍ତୁ କି ଆପଣଙ୍କୁ କୌଣସି ବି ଟପିକ ଘୋଷି କରି ମନେ ରଖିବାର ଅଛି । ଯଦି ଆପଣ ଏହା ଭାବିବେ କି ଆପଣ ସେହି ଟପିକ କୁ ସହଜରେ ଘୋଷି କି ମନେ ରଖିବେ ତେବେ ଆପଣ ସେହି ଟପିକ ଉପରେ ଧ୍ୟାନ ଲଗାଇ ପାରିବେ ନାହିଁ ଓ ତାହାକୁ ଆପଣ କିଛି ଘଣ୍ଟାରେ ହିଁ ଭୁଲିଯିବେ । ଯଦି ଆପଣ କୌଣସି ଟପିକ କୁ ମନେ ରଖିବାକୁ ଚାହାଁନ୍ତି ତେବେ ସେହି ଟପିକ ପାଇଁ ନିଜର ପୁରା ସମୟ ଫୋକସ ସହିତ ଦିଅନ୍ତୁ । ଏବେ ଆପଣ କୌଣସି ବି ଟପିକ ସହଜରେ ଜଲ୍ଦି ମନେ ରଖି ପାରିବେ ।

୨. କୌଣସି ବି ଟପିକ କୁ ମନେ ରଖିବା ପୂର୍ବରୁ ନିଜର ସମସ୍ତ ଅଧୁରା କାମକୁ ଶେଷ କରି ଦିଅନ୍ତୁ । କାରଣ ଆପଣଙ୍କୁ ଯେପରି ନିଜ ପଢା ମଧ୍ୟରେ କେଉଁଠିକୁ ବି ଉଠି କି ଯିବାକୁ ନ ପଡେ । ଯଦି ଆପଣ କୌଣସି ଅଧୁରା କାମ ରଖି ପଢିବାକୁ ବସିବେ ତେବେ ଆପଣ ଧ୍ୟାନ ଲଗାଇବା ସମୟରେ ସେହି କାମ ବିଷୟରେ ଭାବିବେ ଓ ଏହି କାରଣରୁ ଆପଣ ନିଜ ପଢା ଉପରେ ପୁରା ଫୋକସ କରି ପାରିବେ ନାହିଁ ଓ ଜଲ୍ଦି ମନେ ରଖି ପାରିବେ ନାହିଁ ।

୩. ସବୁଠୁ ପ୍ରଥମେ ନିଜ ଟପିକ କୁ ୧-୨ ଥର ଭଲ ଭାବେ ପଢନ୍ତୁ ଓ ପୁଣି ଏହାକୁ ନିଜର ସହଜ ଭାଷାରେ ଅନୁବାଦ କରି ଭଲ ଭାବେ ବୁଝାନ୍ତୁ । ଏମିତି କରିବା ଦ୍ଵାରା ଏହି ଟପିକକୁ ଆପଣ ଭଲ ଭାବେ ବୁଝିନେବେ ଓ ଏହାକୁ ଆପଣ ଆଉ କାହାକୁ ବି ବୁଝାଇ ପାରିବେ ବା ଅନ୍ୟ କେଉଁଠି ଲେଖି ପାରିବେ । ଏହା ଦ୍ଵାରା ଆପଣ ନିଜ ଟପିକ କୁ ଜଲ୍ଦି ମନେ ରଖି ପାରିବେ ।

୪. ଯେଉଁ ଟପିକ କୁ ଆପଣ ମନେ ରଖିବାକୁ ଚାହୁଞ୍ଚନ୍ତି ତାହାକୁ କମ ସେ କମ ବିନା ଦେଖି ଲେଖିବାକୁ ଚେଷ୍ଟା କରନ୍ତୁ, ଯେ ପର୍ଯ୍ୟନ୍ତ ଆପଣ ତାହାର ଠିକ ଜବାବ ଠିକ ଭାବରେ ଲେଖି ନାହାଁନ୍ତି ସେ ପର୍ଯ୍ୟନ୍ତ ଲେଖନ୍ତୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ ।

୫. ସବୁଠୁ ଜରୁରୀ ଅଟେ ରିଭିଜନ । ଯେବେ ବି ଆପଣ କୌଣସି ଟପିକ ପଢୁଛନ୍ତି ତାହାକୁ ଥରେ ରିଭାଇଜ ନିଶ୍ଚୟ କରନ୍ତୁ । ଏମିତି କରିବା ଦ୍ଵାରା ଆପଣ ସେହି ଟପିକ କୁ କେବେ ବି ଭୁଲିବେ ନାହିଁ ଓ ସେହି ଟପିକ ଆପଣଙ୍କୁ ଜଲ୍ଦି ମନେ ରହିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।