ଆଜି ଆମେ ଆପଣଙ୍କୁ ରାଜଧାନୀର ଠକ ସୁନ୍ଦରୀ ଅର୍ଚ୍ଚନାଙ୍କ ବିଷୟରେ କିଛି ନୂଆ କଥା ଜଣାଇବୁ । ଆପଣ ଜାଣିଥିବେ ଅର୍ଚ୍ଚନା ନାଗଙ୍କ ଘର ହେଉଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ । ହେଲେ ଆମେ ଏଠାରେ ଆପଣଙ୍କୁ ସ୍ପଷ୍ଟ କରି ଦେଉଛି କି, ସୁନ୍ଦରୀ ଅର୍ଚ୍ଚନାଙ୍କ ଘର ପ୍ରକୃତରେ କଳାହାଣ୍ଡି କେସିଙ୍ଗାରେ ନୁହେଁ ବରଂ ତାଙ୍କ ଘର ହେଉଛି ଲାଞ୍ଜିଗଡା ବ୍ଲକ କେନ୍ଦୁଗୁଡା ଗାଁରେ । ସେ ଛୋଟବେଳେ ଲାଞ୍ଜିଗଡା ସ୍କୁଲରେ ପଥ ପଢୁଥିଲେ । ଆଉ ତ’ପରେ ଭୁବନେଶ୍ବର ଆସି ବାଲେଶ୍ଵରରେ ବାହା ହୋଇଥିଲେ ।
ଆଉ ଏହାପରେ ନିଜ ସହ ନିଜ ସଖୀମାନଙ୍କ ରୂପ ଓ ଯୌବନର ମାୟାଜାଲ ବିଛାଇ ଏକ ପାପ ସାମ୍ରାଜ୍ୟ ଗଢିଥିଲେ । ହେଲେ ଆଜି ବଦଳି ଯାଇଛି ଅର୍ଚ୍ଚନାଙ୍କ ଠିକଣା । ବର୍ତ୍ତମାନ ତାଙ୍କ ଠିକଣା ହେଉଛି ଝାରପଡା ଜେଲ ମହିଳା ୱାର୍ଡରେ । ଯିଏ କୋଟିଏ ଟଙ୍କାର ପଲଙ୍କରେ ଶୋଉଥିଲା ସେ ଆଜି ଜେଲ ଭିତରେ ଛିଣ୍ଡା ସପରେ ଶୋଉଛି । ଯିଏ ସୁନା ଥାଳିରେ ଖାଇ ରୂପା ଗ୍ଳାସରେ ପାଣି ପିଉଥିଲା ସେ ଆଜି ମାଟିପାତ୍ରରେ ଭୋଜନ ପାନ କରୁଛି । ଜେଲରେ ସୁନ୍ଦରୀ ଅର୍ଚ୍ଚନା ଖାଲି ଚିତ୍କାର କରୁଛି ।
ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଜେଲ ଭିତରେ ସୁନ୍ଦରୀ ଅର୍ଚ୍ଚନା ଚିତ୍କାର କରି କହୁଛି ମୁଁ ଖାଲି ବାହାରକୁ ବାହାରେ ସମସ୍ତଙ୍କୁ ଦେଖି ନେବି । ଗୋଟି ଗୋଟି କରି ସମସ୍ତଙ୍କୁ ଦେଖି ନେବି କହି କହି କେତେବେଳେ ଚୁପ୍ ହୋଇ ବସୁଛି ତ ଆଉ କେତେବେଳେ ପୁଣି ଚିତ୍କାର କରୁଛି । ଯେଉଁମାନେ ମୋ ଗିରଫ ପଛରେ ଅଛନ୍ତି ସେମାନଙ୍କୁ କେବେବି ଛାଡିବି ନାହିଁ ।
ଆଉ ଖବରକାଗଜ ବି ମାଗୁଛି ଅର୍ଚ୍ଚନା । କେଉଁ ଖବରକାଗଜ ତା’ ବିଷୟରେ କଣ ଲେଖୁଛି ସେ ଜାଣିବାକୁ ଚାହୁଁଛି । ଆଉ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ ପକ୍ଷରୁ ଅର୍ଚ୍ଚନାକୁ ଖବରକାଗଜ ପଢିବାକୁ ଦିଆଯାଉଛି । ଏକ ଛୋଟିଆ ଗାଁରୁ ଗରିବ ପରିବାରରୁ ଆସି ରାଜଧାନୀର ବଡବଡିଆଙ୍କୁ ଲୁଟି ରାଜମହଲ ଭଳି ଘର ତିଆରି କରିଥିଲା ଅର୍ଚ୍ଚନା ନାଗ ।
ତା’ ସହ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଏହି କଳା କାରନାମାରେ ସାଥ୍ ଦେଉଥିଲା । ହେଲେ ତାଙ୍କ ପାପ ସାମ୍ରାଜ୍ୟ ବେଶୀ ଦିନ ଯାଏଁ ତିଷ୍ଠି ପାରିଲା ନାହିଁ । ଶେଷରେ ଧରାପଡିଲେ ଉଭୟ ସ୍ଵାମୀ ଓ ସ୍ତ୍ରୀ । ଆଉ ଏବେ ଜେଲ ଭିତରୁ ଖାଲି ଚିତ୍କାର କରିବା ଛଡା ଆଉ କିଛି ବାଟ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।