ଯଦି ଆପଣ ସବୁବେଳେ ଚିନ୍ତିତ ରହିଛନ୍ତି ବା କୌଣସି ବଡ ସମସ୍ୟାରେ ପଡି ଯାଇଛନ୍ତି ତ ଏହାକୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ !

ବନ୍ଧୁଗଣ, ଭଗବାନ ହନୁମାନଙ୍କର ଏହି କଥା ଏବଂ ଚମତ୍କାରିତା ସମ୍ବନ୍ଧରେ କହିବାକୁ ଯାଉଅଛୁ, ଏହାକୁ ଯେଉଁ ବ୍ୟକ୍ତି ଜାଣିବେ ତାହାର କଷ୍ଟ ପ୍ରଭୁ ହନୁମାନ ସ୍ଵୟଂ ଦୂର କରିବେ । ଆସନ୍ତୁ ଜାଣିବା ସେହି ମହାନ କଥା ସମ୍ବନ୍ଧରେ,- ବନ୍ଧୁଗଣ, ଋଷି ନଗରରେ କେଶବ ନାମକ ବ୍ରାହ୍ମଣ ନିଜ ପତ୍ନୀ ଅଞ୍ଜଳି ସହିତ ରହୁଥିଲେ । କେଶବ ଦତ୍ତ ଙ୍କ ବାସ ଗୃହରେ ଧନ-ସମ୍ପତ୍ତି ର କୌଣସି ପ୍ରକାରର ଅଭାବ ନଥିଲା ।

ନଗରରେ ସମସ୍ତେ କେଶବଦତ୍ତ ଙ୍କର ସନ୍ନମାନ କରୁଥିଲେ । ମାତ୍ର କେଶବଦତ୍ତ ଙ୍କର କୌଣସି ସନ୍ତାନ ନହେବା କାରଣରୁ ସେ ବହୁତ ଚିନ୍ତିତ ରହୁଥିଲେ । କେଶବଦତ୍ତ ଏବଂ ତାଙ୍କ ପତ୍ନୀ ପ୍ରତ୍ୟକ ମଙ୍ଗଳବାର ପ୍ରଭୂ ହନୁମାନ ଙ୍କ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରୁଥିଲେ । ଉଭୟ ମଙ୍ଗଳବାର ଦିନ ବ୍ରତ କରିବାର ଅନେକ ବର୍ଷ ବିତିଗଲା ।

ବ୍ରାହ୍ମଣ କେଶବ ଦତ୍ତ ବହୁତ ନିରାଶ ହୋଇଗଲେ, ମାତ୍ର ସେ ବ୍ରତ କରିବା ଆଦୌ ଛାଡିଲେ ନାହିଁ । ଏହାପରେ କେଶବଦତ୍ତ ପ୍ରଭୁ ହନୁମାନ ଙ୍କର ପୂଜା କରିବା ପାଇଁ ଜଙ୍ଗଲ ମଧ୍ୟକୁ ଚାଲିଗଲେ । ଏହାପରେ ତାଙ୍କ ପତ୍ନୀ ଅଞ୍ଜଳି ଗୃହରେ ରହି ମଙ୍ଗଳବାର ର ବ୍ରତ କରିବାକୁ ଲାଗିଲେ । ଗୋଟିଏ ଦିନ ଅଞ୍ଜଳି ମଙ୍ଗଳବାର ଦିନ ବ୍ରତ କରି ପ୍ରଭୁ ଙ୍କୁ ପୂଜା କଲେ, ମାତ୍ର କୌଣସି କାର୍ଯ୍ୟ ବଶତା ସେହିଦିନ ସେ ପ୍ରଭୁ ହନୁମାନ ଙ୍କ ନିକଟରେ ଭୋଗ ଲଗାଇ ପାରିଲେ ନାହିଁ । ସେହିଦିନ ସେ ସୂର୍ଯ୍ୟାସ୍ଥ ପରେ ଭୋକିଲା ଶୋଇଗଲେ ।

ଏହାପରେ ଆସୁଥିବା ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ଭୋଗ ଲଗାଇ ସାରିବା ପରେ ନିଜେ ଭୋଜନ କରିବା ବୋଲି ପ୍ରଣ ଲରିନେଲେ । ସେ ପର୍ଯ୍ୟନ୍ତ ଅଞ୍ଜଳି ଭୋକିଲା ରହିଲେ । ଆଗାମୀ ମଙ୍ଗଳବାର ସେ ହନୁମାନ ଙ୍କର ପୂଜା କଲେ ମାତ୍ର ଭୋକ ଶୋଷ ଯୋଗୁଁ ସେ ବେହୋଷ ହୋଇଗଲେ । ଏହାପରେ ପ୍ରଭୁ ହନୁମାନ ତାଙ୍କୁ ସ୍ଵୋପ୍ନ ରେ ଦର୍ଶନ ଦେଇ କହିଲେ,- “ଉଠ ପୁତ୍ରୀ ମୁଁ ତୁମ୍ଭ ପୂଜା ରେ ବହୁତ ପ୍ରସନ୍ନ ଅଛି, ମୁଁ ତୁମ୍ଭକୁ ସୁନ୍ଦର ଏବଂ ସୁୟୋଗ ପୁତ୍ର ହେବାର ବରଦାନ ଦେଉଅଛି”, ଏତିକି କହି ପ୍ରଭୁ ହନୁମାନ ଅନ୍ତରଧ୍ୟାନ ହୋଇଗଲେ ।

ଏହାପରେ ଅଞ୍ଜଳି ଉଠି ହନୁମାନ ଙ୍କୁ ଭୋଗ ଲଗାଇଲେ ଏବଂ ନିଜେ ଭୋଜନ କରିଲେ । ଭଗବାନ ହନୁମାନଙ୍କ ଆଶୀର୍ବାଦ ରୁ ଅଞ୍ଜଳି ମଙ୍ଗଳବାର ଦିନ ଗୋଟିଏ ସୁନ୍ଦର ଶିଶୁପୁତ୍ର କୁ ଜନ୍ମ ଦେଲେ । ମଙ୍ଗଳବାର ଦିନ ଜନ୍ମ ହୋଇଥିବା କାରଣରୁ ସେହି ଶିଶୁ ଟିର ନାମ “ମଙ୍ଗଳ ପ୍ରସାଦ” ରଖାଗଲା । କିଛିଦିନ ପରେ ଅଞ୍ଜଳି ର ସ୍ଵାମୀ କେଶବ ମଧ୍ୟ ନିଜ ବାସଗୃହ କୁ ଆସିଲେ, ସେ ଶିଶୁଟିକୁ ଦେଖି ପଚାରିଲେ ଯେ, ଏହି ସୁନ୍ଦର ଶିଶୁ ଟି କାହାର ? ଅଞ୍ଜଳି ଖୁସି ହୋଇ ପ୍ରଭୁ ହନୁମାନ ବରଦାନ ଦେବା ଠାରୁ ଆରମ୍ଭ କରି ପୁତ୍ର ଜନ୍ମ ହେବାର ସମସ୍ତ କଥା ନିଜ ସ୍ବାମୀଙ୍କୁ କହିଲେ ।

ମାତ୍ର କେଶବଦତ୍ତ ଙ୍କୁ ତାଙ୍କ କଥାର ବିଶ୍ଵାସ ହେଲାନାହିଁ । ତାଙ୍କ ମନରେ ଆସିଲା ଯେ, ତାଙ୍କ ପତ୍ନୀ ବିଶ୍ଵାସ ଘାତକ କରିଛନ୍ତି । ଏହାପରେ କେଶବଦତ୍ତ ଦିନେ ସେହି ଶିଶୁଟିର ପ୍ରା-ଣ-ହା-ନୀ କରିବାର ଉଦ୍ୟମ ଚଲାଇଲେ । ଗୋଟିଏ ଦିନ କୂଅ ମୂଳରେ ସ୍ନାନ କରୁଥିବା ସମୟରେ ଶିଶୁ ଟି ସେଠାରେ ଯାଇ ପହଞ୍ଚିଲା ଏହାପରେ କେଶବଦତ୍ତ ସେହି ଶିଶୁଟିକୁ କୂଅ ରେ ପକାଇ ଘରେ ଆସି ନିଜ ପତ୍ନୀଙ୍କୁ କହିଲା ଯେ ପୁତ୍ର ତ କୂପ ମୂଳକୁ ଆସିନଥିଲା । ଏତିକି କହିବା ମାତ୍ରେ ଶିଶୁଟି ଉଭୟଙ୍କ ନିକଟରେ ଯାଇ ପହଞ୍ଚିଲା ଏହା ଦେଖି କେଶବଦତ୍ତ ଆଶ୍ଚର୍ଯ୍ୟ ହୋଇଗଲା ।

ଏହାପରେ ସେହିଦିନ ରାତ୍ରି ସମୟରେ ପ୍ରଭୁ ହନୁମାନଙ୍କୁ ସ୍ଵୋପ୍ନ ଦେଇ କହିଲେ ଯେ, “ତୁମ୍ଭର ପୂଜା ରେ ସନ୍ତୁଷ୍ଟ ହୋଇ ମୁଁ ପୁତ୍ର ସନ୍ତାନ ର ବରଦାନ ତୁମ୍ଭ ପତ୍ନୀ ଙ୍କୁ ଦେଇଥିଲି, ତୁମ୍ଭେ କଣ ପାଇଁ ତାଙ୍କୁ ଅବିଶ୍ଵାସ କରୁଛ” । ଏତିକି କହି ପ୍ରଭୁ ଅନ୍ତରଧ୍ୟାନ ହୋଇଗଲେ କେଶବଦତ୍ତ ହଟାତ ନିଜ ପତ୍ନୀଙ୍କୁ ନିଦାରୁ ଉଠାଇ କ୍ଷମା ମାଗିଲେ ଏବଂ ନିଜ ଶିଶୁ ପୁତ୍ର କୁ ବହୁତ ସ୍ନେହ କଲେ ।

ଏହାପରେ ସମସ୍ତେ ହସଖୁସୀ ରେ ଜୀବନ ଅତିବାହିତ କରିଲେ । ବନ୍ଧୁଗଣ ଯେଉଁ ବ୍ୟକ୍ତି ନିଷ୍ଠା ର ସହିତ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବ ଭଗବାନ ହନୁମାନ ନିଶ୍ଚିତ ସେମାନଙ୍କୁ ସହାୟ ହେବେ ।