ଆଇପିଏସ ‘ସିଙ୍ଘମ’ଙ୍କ ହେଲା ଟ୍ରାନ୍ସଫର ତ କାନ୍ଦି ପକାଇଲେ ଲୋକମାନେ, ଘୋଡା ଉପରେ ବସାଇ ଅନୋଖା ଅନ୍ଦାଜରେ କଲେ ବିଦାୟ

ଚମ୍ବଲର ବିହଡରୁ ଡକାୟତମାନଙ୍କ ସଫା କରିଥିବା ରାଜସ୍ଥାନର ଯୁବ ଆଇପିଏସ ମୃଦୁଲ କଚ୍ଛାୱାଙ୍କ ଟ୍ରାନ୍ସଫର ହେଇଯାଇଛି । ଆପଣଙ୍କୁ କହିଦେଉଛୁ କି ସେଠିକାର ଲୋକମାନେ ତାଙ୍କୁ ଧୌଲପୁରର ସିଙ୍ଘମ ନାମରେ ଜାଣିଥିଲେ । ତାଙ୍କର ସମର୍ଥକ ନିଜର ଏସିପି ସାରଙ୍କୁ ଏମିତି ବିଦାୟ ଦେଲେ କି ସମସ୍ତଙ୍କ ଆଖିରୁ ଲୁହ ବାହାରି ପଡିଲା । ତାଙ୍କୁ ନିଜ ସହରରୁ ବିଦାୟ ଦେଲାବେଳେ ସମସ୍ତେ ବହୁତ ଭାବୁକ ହେଇ ଯାଇଥିଲେ ।

ଜନତା ତାଙ୍କୁ ନିଜ ସହରରେ ରୋକିବା ପାଇଁ ବହୁତ ଚେଷ୍ଟା କରିଲେ । କିନ୍ତୁ ସରକାରଙ୍କ ନିୟମ ଅନୁସାରେ ତାଙ୍କର ଟ୍ରାନ୍ସଫର ଧୌଲପୁରରୁ କରୌଲୀ ହୋଇ ଯାଇଛି । କହିବାକୁ ଗଲେ ଜିଲ୍ଲା ପୋଲିସ ଅଧିକ୍ଷକ ମୃଦୁଲ କଚ୍ଛାୱାଙ୍କୁ ଧୌଲପୁରର ଲୋକମାନେ ଘୋଡାରେ ବସାଇ ବାଜା ରୋସଣି ସହ ବିଦାୟ ଦେଲେ । ଏସିପି ମହୋଦୟ ଘୋଡାରେ ବସି ଥିବା ବେଳେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରୁଥିଲେ ।

ଏହି ସମାରୋହରେ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀମାନେ ବି ଉପସ୍ଥିତ ଥିଲେ । କେହି ଚାହୁଁ ନ ଥିଲେ କି ଏହି ଯୁବ ଅଫିସର ତାଙ୍କ ମଧ୍ୟରୁ ଚାଲି ଯାଆନ୍ତୁ । କିନ୍ତୁ ଟ୍ରାନସଫର କାରଣରୁ ତାଙ୍କୁ ଯିବାକୁ ପଡିଲା । ଜିଲ୍ଲା ପୋଲିସ ଅଧିକ୍ଷକ ଏକ ସ୍ବେଛାସେବୀ ଓ କର୍ମଠ ବ୍ୟକ୍ତିତ୍ବ ଅଟନ୍ତି । ସେ ସବୁବେଳେ ସମସ୍ତଙ୍କୁ ସାହାର୍ଯ୍ୟ କରୁଥିଲେ । ଏହା ସହିତ ସମସ୍ତଙ୍କୁ ନିଜର ଭାବି ନ୍ୟାୟ ଦେଉଥିଲେ । ଏମିତିରେ ଏହିଭଳି ବ୍ୟକ୍ତି ଯେତେବେଳେ ସମସ୍ତଙ୍କ ଠାରୁ ଦୂରକୁ ଯାଉଥିଲେ ତେବେ ସମସ୍ତେ ଦୁଖରେ ଥିଲେ ।

ମୃଦୁଲ କଚ୍ଛାୱାଙ୍କ ନାଁ ଶୁଣିଲେ ଜିଲ୍ଲାର ସବୁ ଆରୋପି କାନ୍ଦୁଥିଲେ । ସେ ତାଙ୍କର କାର୍ଯ୍ୟକାଳରେ ବହୁତ ଅପରାଧୀ ଓ ଦସ୍ୟୁଙ୍କୁ ଜେଲ ପଠେଇଛନ୍ତି । ମାତ୍ର ୧୧ ମାସରେ ୪୪ ଡକାୟତଙ୍କୁ ଧରିଥିଲେ । ଲକଡାଉନ ମଧ୍ୟରେ ବି ସେ ଡକାୟତଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିଲେ । ଏଥିପାଇଁ କିଛି ଡକାୟତ ସରେଣ୍ଡର କରିଦେଲେ ତ ଆଉ କିଛି ଧରା ପଡିଥିଲେ । ଏଥିପାଇଁ ତାଙ୍କ ବିଦାୟରେ ପୁରା ସହର କାନ୍ଦୁ ଥିଲା ।

କହିଦେଉଛୁ କି ମୃଦୁଲ କଚ୍ଛାୱା ଭାରତୀୟ ସିଭିଲ ସେବା ପରୀକ୍ଷା ୨୦୧୪ରେ ପାସ କରିଥିଲେ । ସେ ଦେଶରେ ୨୧୬ତମ ପୋଜିସନ ହାସଲ କରି ନିଜ ଜିଲ୍ଲା ବୀକାନେର ସହିତ ପୁରା ରାଜ୍ୟର ନାଁକୁ ଗର୍ବିତ କରିଥିଲେ । କୁହାଯାଉଛି କି ଏସିପି ଓ ରାଜସ୍ଥାନର ଯୁବ ଆଇପିଏସ ମୃଦୁଲ କଚ୍ଛାୱାଙ୍କୁ ଘୋଡା ସବାରୀ କରିବା ବହୁତ ପସନ୍ଦ ଥିଲା । ସେଥିପାଇଁ ତାଙ୍କର ସମର୍ଥକ ମାନେ ତାଙ୍କୁ ଘୋଡାରେ ବସାଇ ବିଦାୟ ଦେଇଥିଲେ ।

ସେ ବିବାହିତ ଅଟନ୍ତି ଓ ତାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । ମୃଦୁଲ କଚ୍ଛାୱାଙ୍କ ଫଟୋରେ ଆପଣ ଦେଖି ପାରିବେ କି ଅଫିସର ମୃଦୁଲ କଚ୍ଛାୱାଙ୍କର ସମର୍ଥକ କେତେ ଥିଲେ । ଲୋକମାନେ ତାଙ୍କୁ ନାଚି ଗୀତ ଗାଇ ବିଦାୟ ଦେଇଛନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।