ଆଇପିଏଲ ରେ ଯଦି ଏହି 5 ଜଣ ଯୁବା ଭାରତୀୟ ଆସିବେ ତେବେ ଆପଣ ବିଦେଶୀ ଖେଳାଳିଙ୍କୁ ଭୁଲିଯିବେ । କାରଣ ଏହି 5 ଖେଳାଳି ଆଇପିଏଲ ରେ କହର ମଚେଇବେ ବୋଲି କୁହାଯାଉଛି । ଏମାନଙ୍କୁ ଟିମ୍ ରେ ସାମିଲ କରିବା ପାଇଁ ଆଇପିଏଲ ଦଳଗୁଡିକ ପରସ୍ପରକୁ ଟକ୍କର ଦେଇ ଟଙ୍କା ବର୍ଷା କରିବେ । ଏହି ଖେଳାଳିମାନେ ଏବେ ବି ଟିମ୍ ଇଣ୍ଡିଆର କ୍ୟାପ ପିନ୍ଧି ନଥିବା ବେଳେ ଘରୋଇ ପ୍ରଦର୍ଶନ ଆଧାରରେ ହିଁ ଏମାନଙ୍କୁ କୋଟି କୋଟି ଟଙ୍କାରେ କିଣିବେ ଆଇପିଏଲ ଦଳମାନେ ।
ଏହି ଲିଷ୍ଟରେ ପ୍ରଥମେ ଆସୁଛି ମୟଙ୍କ ଅଗ୍ରୱାଲଙ୍କ ନାଁ । ଟିମ୍ ଇଣ୍ଡିଆରେ ମୟଙ୍କଙ୍କୁ ଅଧିକ ସୁଯୋଗ ମିଳି ନଥିଲେ ମଧ୍ୟ ସେ ଆଇପିଏଲ ରେ ବେଶ ନାଁ କମେଇଛନ୍ତି । ଆଇପିଏଲ ରେ ସେ ପଞ୍ଜାବ ଟିମ୍ ର କ୍ଯାପଟେନ ମଧ୍ୟ ରହି ସାରିଛନ୍ତି । ଆସନ୍ତା ଆଇପିଏଲ ପାଇଁ ମୟଙ୍କଙ୍କୁ ପଞ୍ଜାବ ରିଲିଜ କରିବା ସହ ଶିଖର ଧାବନଙ୍କୁ କ୍ଯାପଟେନ କରିଛି । ଏଭଳି ସ୍ଥିତିରେ ମୟଙ୍କଙ୍କ ଭଳି ଧୂଆଁଦାର ବ୍ୟାଟରଙ୍କୁ ଦଳରେ ନେବା ପାଇଁ ଆଇପିଏଲ ଦଳ ମୋଟା ରକମ ଲେଗେଇ ପାରନ୍ତି ।
ଦ୍ଵିତୀୟରେ ଏନ. ଜଗଦୀଶନ । ବିଜୟ ହଜାରେ ଟ୍ରଫିର ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଗତ ବର୍ଷ ଆଇପିଏଲ ରେ ଚେନ୍ନାଇ ତରଫରୁ ମ୍ଯାଚ ଖେଳି ସାରିଛନ୍ତି । 2023 ଆଇପିଏଲ ଅକ୍ସନ ପୂର୍ବରୁ ଚେନ୍ନାଇ ତାଙ୍କୁ ରିଲିଜ କରି ଦେଇଥିବା ବେଳେ ବିଜୟ ହଜାରେ ଟ୍ରଫିରେ ଆଖି ଦୃଷ୍ଟିଆ ପ୍ରଦର୍ଶନ କରିଛନ୍ତି ଜଗଦୀଶନ । ଏହି କାରଣରୁ ତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଇପିଏଲ ଦଳମାନେ ଅନେଇ ବସିଛନ୍ତି ।
ତୃତୀୟରେ ଜୟଦେବ ଉନଦକଟ । ଯିଏ କି ବହୁତ ଗୁଡିଏ ଆଇପିଏଲ ଦଳ ତରଫରୁ ଖେଳି ସାରିଛନ୍ତି । ଆଉ ନିକଟରେ ନିଜ ତାଙ୍କ ଅଧିନାୟକତାରେ ସେ ସ୍ବରାଷ୍ଟ୍ର କୁ ବିଜୟ ହଜାରେ ଟ୍ରଫିର ଚମ୍ପିୟାନ ବନେଇଛନ୍ତି । ଯାହାକି ଆସନ୍ତା ଆଇପିଏଲ ପାଇଁ ତାଙ୍କର ମୂଲ୍ୟକୁ ବୃଦ୍ଧି କରିଦେଇଛି ଚଳେ । ଜୟଦେବଙ୍କୁ ଟିମ୍ ରେ ନେବା ପାଇଁ ଦଳମାନଙ୍କ ଭିତରେ ପ୍ରତିଯୋଗୀତା ଲାଗିବ ।
ଚତୁର୍ଥରେ କେଏସ ଭରତ । ଯିଏ କି ଆଇପିଏଲ ଅକ୍ସନରେ ବହୁତ ମହଙ୍ଗାରେ ବିକ୍ରି ହେବେ ବୋଲି କୁହାଯାଉଛି । କେଏସ ଭରତଙ୍କୁ ନିଜ ଦଳ ରିଲିଜ କରିଥିବା ବେଳେ ଅକ୍ସନ ଟେବୁଲରେ ରହିବେ । ବ୍ୟାଟର ସହ ୱିକେଟ କିପର ହୋଇଥିବାରୁ ତାଙ୍କୁ ନିଶ୍ଚୟ ନିଜ ଦଳରେ ନେବାକୁ ଚାହିଁବେ ଆଇପିଏଲ ଦଳଗୁଡିକ ।
ପଞ୍ଚମରେ ଶାହରୁଖ ଖାନ । ଗତ ଆଇପିଏଲରେ ପଞ୍ଜାବ ତାଙ୍କୁ ଖୁବ ମହଙ୍ଗାରେ କିଣିଥିଲା । କିନ୍ତୁ ସେ ସେତେଟା ଭଲ ପ୍ରଦର୍ଶନ କରିପାରି ନଥିବାରୁ ପଞ୍ଜାବ ତାଙ୍କୁ ଚଳିତ ବର୍ଷ ରିଲିଜ କରିଛି । ତେବେ ଆକ୍ରମଣାତ୍ମକ ବ୍ୟାଟିଂ ସହ ଭଲ ଫିନିଶର ହୋଇଥିବାରୁ ତାଙ୍କୁ ଆଇପିଏଲ ଟିମ୍ ମାନେ ନିଶ୍ଚୟ ନିଜ ଦଳରେ ନେବାକୁ ଚାହିଁବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।