“ICC ମ୍ଯାଚରେ ଡରୁଆ ଭଳି ଖେଳେ ଟିମ୍ ଇଣ୍ଡିଆ”, T-20 ବିଶ୍ଵକପ ପୂର୍ବରୁ ଇଣ୍ଡିଆର ପ୍ରଦର୍ଶନକୁ ନେଇ ବଡ ବୟାନ ଦେଲେ Nasser Hussain

ଟି-୨୦ ବିଶ୍ଵକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇ ସାରିଲାଣି । ବିଶ୍ଵକପରେ ବାଜି ମାରିବାକୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏପରିକି ପ୍ରଥମ ଅଭ୍ୟାସ ମ୍ଯାଚରେ ଭାରତ ବିଜୟୀ ମଧ୍ୟ ହୋଇଛି । ଆସନ୍ତା ଅକ୍ଟୋବର ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ଭାର ମ୍ଯାଚ ଖେଳିବା ସହ ନିଜ ବିଶ୍ଵକପ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ହେଲେ ଏହା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ଟିମ୍ ଇଣ୍ଡିଆକୁ ନେଇ ବଡ ବୟାନ ଦେଇଛନ୍ତି ।

ନାସିର କହିଛନ୍ତି ଭାରତୀୟ ଦଳରେ ଅନେକ ପ୍ରତିଭାବାନ ଖେଳାଳି ରହିଛନ୍ତି ଏବଂ ଟିମ୍ ଇଣ୍ଡିଆ ଅନେକ ଦ୍ଵିପାକ୍ଷିକ ସିରିଜରେ ବିଜୟୀ ମଧ୍ୟ ହୋଇଛି । କିନ୍ତୁ ବିଶ୍ଵକପ ଭଳି ଆଇସିସି ର ବଡ ବଡ ଟୁର୍ଣ୍ଣାମେଣ୍ଟରେ ଡରୁଆ ଭଳି ଖେଳେ ଟିମ୍ ଇଣ୍ଡିଆ । ଯାହା ଅନେକ ସମୟରେ ଭାରତକୁ ବ୍ୟାକଫୁଟ୍ କୁ ଠେଲି ଦେଇଛି । ନାସିର କହିଛନ୍ତି ଆଇସିସି ବେଟ୍ସରେ ସେତେଟା ସଫଳ ହୁଏନାହିଁ ଭାରତ । ଦଳ ପାଖରେ ଭଲ ଖେଳାଳି ରହିଛନ୍ତି ଯେଉଁଥି ପାଇଁ ପ୍ରତି ସିରିଜରେ ଖେଳାଳି ଅଦଳବଦଳ କରିବା ପାଇଁ ଇଣ୍ଡିଆ ପାଖରେ ସୁଯୋଗ ଥାଏ ।

ବିଶ୍ଵର ଅନ୍ୟ ବଡ ବଡ ଟିମ୍ କୁ ମଧ୍ୟ ପ୍ରତି କ୍ଷେତ୍ରରେ ଟିମ୍ ଇଣ୍ଡିଆ ମାତ୍ ଦେଇଥାଏ । କିନ୍ତୁ ଆଇସିସି ର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଡରୁଆ ଭଳି ଖେଳିଥାଏ ଦଳ । ଯେଉଁଥି ପାଇଁ ଅନେକ ସମୟରେ ଇଣ୍ଡିଆର ଚମ୍ପିୟାନ ହେବ ସ୍ଵପ୍ନ ଅଧୁରା ରହିଥାଏ । କିନ୍ତୁ ଏମିତି ଅନେକ ମ୍ଯାଚ ରହିଛି ଯେଉଁଠି ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ।

ଇଣ୍ଡିଆ ପାଖରେ ଆକ୍ରମଣାତ୍ମକ କ୍ରିକେଟ ଖେଳିବାର କ୍ଷମତା ରହିଛି । କାରଣ ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ଖେଳାଳି ଏବେ ଚମତ୍କାର ଫର୍ମରେ ରହିଛନ୍ତି । ହେଲେ ଦୁଇ ଷ୍ଟାର ଖେଳାଳି ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ୍ ପଡିବା ଟିମ୍ ଇଣ୍ଡିଆକୁ ଝଟକା ଦେଇଛି । ଏହି ବିଶ୍ଵକପରେ ଭାରତକୁ ସେହିଭଳି ଦମଦାର ପ୍ରଦର୍ଶନ ମାନସିକତାକୁ ଓହ୍ଲାଇବାକୁ ପଡିବ ।

ଦୀପକ ଚହର ମଧ୍ୟ ଆହତ ହୋଇ ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ପରେ ଦଳରେ କାହାକୁ ନିଆଯିବ ଏହାକୁ ନେଇ ଦ୍ଵନ୍ଦ ଲାଗି ରହିଥିବା ବେଳେ ଏହା ଉପରୁ ଟିମ୍ ଇଣ୍ଡିଆ ଏବେ ପରଦା ହଟାଇଛି । ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ସାରଦୁଲ ଠାକୁରଙ୍କୁ ମିଳିଛି ଅଷ୍ଟ୍ରେଲିଆ ଟିକେଟ । ତେବେ କାହାକୁ ଦଳରେ ସାମିଲ କରାଯିବ ଓ କାହାକୁ ରିଜର୍ଭ ରଖାଯିବ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।