“କାଚା ବାଦାମ୍” ଫେମ୍ Bhuban Badyakar ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର, ହସ୍ପିଟାଲରେ ହେଲେ ଭର୍ତ୍ତି, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସୋସିଆଲ ମିଡିଆରେ କିଛି ନ କିଛି ଗୀତ ଟ୍ରେଣ୍ଡ କରୁଥାଏ । କେତେବେଳେ ବଚପନ କା ପ୍ୟାର ହେଉ କିମ୍ବା କେତେବେଳେ ଆଉ କିଛି । ତେବେ ବର୍ତ୍ତମାନ ଲୋକମାନେ ସେହି ଟ୍ରେଣ୍ଡ କୁ ଆପଣାଇ ନାଚିବା ସହ ତାର ଭିଡିଓ ମଧ୍ୟ ବନାଉ ଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି । ଏହି ଗୀତ ଖୁବ୍‌ ଟ୍ରେଣ୍ଡରେ ଅଛି ।

ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି । ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି । ତେବେ କିନ୍ତୁ ବର୍ତ୍ତମାନ ଭୁବନ ବାଦ୍ୟକର ଙ୍କ ର ଦୁର୍ଘଟଣା ହୋଇ ଯାଇଛି । ତେବେ  ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି ।

ଏବେ ତାଙ୍କ ଫ୍ୟାନମାନେ ଭୁବନଙ୍କ ଆରୋଗ୍ୟ କାମନା କରୁଛନ୍ତି । ତେବେ ଭୁବନ ବାଦ୍ୟକର ନିକଟରେ ଏକ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ କିଣିଥିଲେ । ସେହି କାରଟିକୁ ନେଇ ଭୁବନ ଡାଇଭିଂ ଶିଖିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଭୁବନ ଗାଁ ଗାଁରେ ବୁଲି ବାଦାମ ବିକିବା ବେଳେ କାଚା ବାଦାମ ଗୀତ ଗାଉଥିଲେ ଭୁବନ । ତାଙ୍କ ଗୀତଟିକୁ ଗାଇବା ବେଳର ଭିଡିଓକୁ କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା ।

ଦେଖୁ ଦେଖୁ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ତାଙ୍କ ଗୀତ ଏତେ ଲୋକପ୍ରିୟ ହୋଇଗଲା ଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ରିଲ୍ସ ବନାଇବା ଆରମ୍ଭ କରିଥିଲେ । ପରେ ଏହି ଗୀତର ରିମିକ୍ସ ତିଆରି ହୋଇଥିଲା ତେବେ ଏହି କିଛିଦିନ ପୂର୍ବରୁ ସେ ନିଜର ଏକ ସାକ୍ଷାତ କାର ରେ କହିଥିଲେ କି ବର୍ତ୍ତମାନ ସେ ବାଦାମ ବିକ୍ରି କରିବା ବନ୍ଦ କରି ଦେଇଛି । କାରଣ ସେ ଜଣେ କଳାକାର ହେବାକୁ ଚାହୁଁଛନ୍ତି। ଏବେ ବାହାରକୁ ବାହାରିଲେ ତାଙ୍କୁ ଲୋକେ ଘେରି ଯାଉଛନ୍ତି ।

ଏଭଳି ସ୍ଥିତିରେ ସେ ରାସ୍ତାରେ ବୁଲି ବୁଲି ବାଦାମ ବିକ୍ରି କରିବା ସମ୍ଭବ ହେଉନାହିଁ । ଖାଲି ଏତିକି ନୁହେଁ ପଡ଼ୋଶୀମାନେ ମଧ୍ୟ ଭୁବନଙ୍କୁ ବାହାରକୁ ଯିବାକୁ ବାରଣ କରିଛନ୍ତି । କାରଣ କୌଣସି ମୁହୂର୍ତ୍ତରେ ସେ ଅପହରଣ ହେବାର ଆଶଙ୍କା ରହିଛି । ସବୁବେଳେ ମନକୁ ପାପ ଛୁଉଁଥିବାରୁ ଆଗପଛ ନ ଭାବି ବାଦାମ ବିକ୍ରି ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ ଭୁବନ । ତେବେ ବର୍ତ୍ତମାନ ଆମେ ତାଙ୍କ ନିରୋଗ୍ୟ କାମନା କରୁଛୁ ସେ ଯଥାଶୀଘ୍ର ଭଲ ହୋଇ ଫୁଣି ନୂଆ ନୂଆ ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରାନ୍ତୁ ।