ଏଥର ଦୋଳ ପୂର୍ଣ୍ଣିମାରେ ଚୁପଚାପ୍ କରନ୍ତୁ ଏହି ଚମତ୍କାରୀ ଉପାୟ, ଘରକୁ ଏତେ ଧନ ଆସିବ ସମ୍ଭାଳି ପାରିବେନି

ହୋଲି ପର୍ବ ହିନ୍ଦୁଧର୍ମର ଏକ ପ୍ରଧାନ ପର୍ବ । ଏହି ରଙ୍ଗର ପର୍ବ ହୋଲିକୁ ମନ୍ଦ ଉପରେ ଭଲର ଜୟ ଏବଂ ପ୍ରେମର ପର୍ବ ରୂପେ ମଧ୍ୟ ପାଳନ କରାଯାଏ । ଏହିଦିନ ଗାଁରୁ ସହର ଯାଏଁ ସମସ୍ତେ ରାଗରୁଷା ମନୋମାଳିନ୍ୟ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିଥାନ୍ତି । ଏହିଦିନ କିଛି ଉପାୟ ମଧ୍ୟ ରହିଛି ଯାହା କରିବା ଦ୍ଵାରା ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା ହୋଲି ଦିନ କରା ଯାଉଥିବା ଏଭଳି କିଛି ଚମତ୍କାରୀ ଉପାୟ ବିଷୟରେ ।

ଏହିଦିନ ମା ଲକ୍ଷ୍ମୀଙ୍କ ଏକ ପ୍ରତିଛବି ଘରକୁ ଆଣନ୍ତୁ ଓ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କ ସମୁଖରେ ଏକ ଦୀପରେ ୯ ଗୋଟି ବଳିତାରେ ଦୀପ ଜଳାନ୍ତୁ । ଆପଣ ଚାହିଁଲେ ୯ଟି ଅଲଗା ଅଲଗା ଦୀପ ମଧ୍ୟ ଜାଳିପାରିବେ । ଏହା ଧନଲାଭର ସବୁଠୁ ସରଳ ଉପାୟ ଅଟେ । ଆଉ ଏକ ଉପାୟ ହେଉଛି ଏହିଦିନ ସନ୍ଧ୍ୟାରେ ଘରକୁ ପାଣିଥିବା ଏବଂ ଜଟା ଭାଙ୍ଗି ନଥିବା ଏକ ନଡିଆ ଆଣନ୍ତୁ । ଏହି ନଡିଆକୁ ନାଲି ସୂତାରେ ବାନ୍ଧି ଅରୁଆ ଚାଉଳରେ ପୂଜା କରି ଦିଅନ୍ତୁ ଓ ଏହାକୁ ନେଇ ନିକଟସ୍ଥ ହନୁମାନ ମନ୍ଦିରକୁ ଯାଇ ଭାଗବାନ ହନୁମାନଙ୍କ ଚରଣରେ ଚଢାଇ ଦିଅନ୍ତୁ ।

ଏହା ଦ୍ଵାରା ଅମାପ ଧନଲାଭ ହୋଇଥାଏ । ଏହାଛଡା କରଜରୁ ମୁକ୍ତି ମିଳିବା ସହ ଜୀବନରେ କେବେ ଆର୍ଥିକ ସଙ୍କଟ ଦେଖାଦିଏ ନାହିଁ । ତୃତୀୟ ଉପାୟ ହେଉଛି ଏହିଦିନ ସକାଳ ସମୟରେ ଓସ୍ତ ଗଛମୂଳରେ ଏକ ସୋରିଷ ତେଲର ଦୀପ ଟିଏ ଜାଳି ଦିଅନ୍ତୁ ଓ ଘରକୁ ଏକମୁଖା ହୋଇ ଫେରି ଆସନ୍ତୁ । ଘର ବାହାରେ ପ୍ରଥମେ ହାତଗୋଡ ଧୋଇ ତା’ପରେ ଘରକୁ ପ୍ରବେଶ କରନ୍ତୁ ।

ଏହାଦ୍ବାରା ମଧ୍ୟ ଧନଲାଭର ଯୋଗ ବନିଥାଏ ଓ ଘରକୁ ଧନର ଆଗମନ ହୋଇଥାଏ । ଏହା ମଧ୍ୟ ଧନଲାଭ କରିବାର ଏକ ସରଳ ତଥା ସହଜ ଉପାୟ । ଚତୁର୍ଥ ଉପାୟ ହେଉଛି ଏହିଦିନ ଓସ୍ତ ଗଚମୂଳେ ଜଳ ଅର୍ପଣ କରି ସୋରିଷ ତେଲର ଏକ ଦୀପ ଜାଳି ଦିଅନ୍ତୁ ଏବଂ ଘରକୁ ଆସି ହଳଦୀ କିମ୍ବା ସିନ୍ଦୁରରେ ଘରର ମୁଖ୍ୟଦ୍ଵାରରେ ଏକ ସ୍ଵସ୍ତିକ ଆଙ୍କି ଦିଅନ୍ତୁ । ଏହା ଉପରେ ହଳଦୀ ରଙ୍ଗର ଫୁଲ ଓ ଅଖଣ୍ଡିତ ଅରୁଆ ଚାଉଳ ଅର୍ପଣ କରନ୍ତୁ ।

ପ୍ରତିଦିନ ବାହାରକୁ ବାହାରିବା ସମୟରେ ସେହି ମୁଖ୍ୟଦ୍ଵାରରୁ ପ୍ରଥମେ ଡାହାଣ ପଦ ବାହାରକୁ ରଖି ଘରୁ ବାହାରକୁ ଯାଆନ୍ତୁ । ଦେଖିବେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଓ ଧନ ମଧ୍ୟ ପ୍ରାପ୍ତି ହେବ । ପଞ୍ଚମ ଉପାୟଟି ହେଉଛି ଏହିଦିନ ଦୁଇଟି ମାଟି ପାତ୍ର ଆଣି ଏକ ପାତ୍ରରେ ଆଢକିଲୋ ଲୁଣ ଓ ଆଉ ଏକ ପାତ୍ରରେ ଅଧକିଲୋ ବିରି ରଖି ଏହାକୁ ଘରେ କୌଣସି ଏକ ସ୍ଥାନରେ ଲୁଚାଇ ଦିଅନ୍ତୁ ।

ଏପରି କରିବା ବେଳେ ଯେପରି କେହି ନଦେଖନ୍ତି ଓ ଏହା ଉପରେ ଯେପରି କାହାର ନଜର ନପଡେ । ଚୁପଚାପ ଏହି କାର୍ଯ୍ୟ କରନ୍ତୁ । ଦେଖିବେ ଏହି ପାତ୍ର ଦୁଇଟି ଯେପର୍ଯ୍ୟନ୍ତ ଘରେ ସୁରକ୍ଷିତ ରହିଥିବା ସେପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ରହିଥିବ । ଆସନ୍ତା ବର୍ଷ ଏହି ପାତ୍ରକୁ ଜଳରେ ବିସର୍ଜନ କରି ନୂଆ ପାତ୍ର ଆଣି ପୁଣି ଥରେ ଏହି ଉପାୟ କରନ୍ତୁ ।

ଏହି ଡୋଲ ପୂର୍ଣ୍ଣିମା ଦିନ ରାତି ସମୟରେ ଚନ୍ଦ୍ର ଦେବତାଙ୍କୁ ଧଳା ପୁଷ୍ପ, ଧଳା ଭୋଗ ଓ କ୍ଷୀର ମଧ୍ୟ ଅର୍ପଣ କରନ୍ତୁ ଓ ଧୂପଦୀପ ଦେଇ ତାଙ୍କର ପୂଜା କରି ତାଙ୍କୁ ନିଜର ଆର୍ଥିକ ଓ ସ୍ୱାସ୍ଥ୍ୟ ସମସ୍ଯା ଜଣାନ୍ତୁ । ତା’ପରେ ସେହି ଭୋଗକୁ ଛୋଟପିଲାଙ୍କୁ ବାଣ୍ଟି ଦିଅନ୍ତୁ । ପ୍ରତିମାସ ପୂର୍ଣ୍ଣିମା ସମୟରେ ଚନ୍ଦ୍ରଙ୍କୁ କ୍ଷୀର ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କ ଆର୍ଥିକ ସ୍ଥିତି ଓ ସ୍ୱାସ୍ଥ୍ୟ ସମସ୍ଯା ଏକଦମ ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।