ଜିରୋ ରୁ କିପରି ହେଲେ ହୀରୋ, ଜାଣନ୍ତୁ Hardik Pandya ଙ୍କ ଜୀବନର 25 ଟି ଅଜଣା କଥା ଯାହା ବହୁତ କମ ଲୋକ ଜାଣନ୍ତି

ଭାରତୀୟ କ୍ରିକେଟରେ ଖେଳାଳି ମାନେ ନିଜ ସାନଦାର ବୋଲିଂ ଓ ବ୍ୟାଟିଂ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଲୋକପ୍ରିୟ ହୋଇ ରହିଛନ୍ତି । ସେହି ଖେଳାଳି ମାନଙ୍କ ମାନଧ୍ୟରୁ ହାର୍ଦିକ ପାଣ୍ଡେ ଏମିତି ଜଣେ ଖେଳାଳି ଯିଏ ତାଙ୍କର ବୋଲିଂ ଓ ବ୍ୟାଟିଂରେ ଅନେକ ମ୍ଯାଚ ଜିତ୍ୟ ସାରିଛନ୍ତି । ଆଜି ଆମେ ଆପଣମାନଙ୍କୁ ତାଙ୍କ ଜୀବନର କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣମାନେ କେବେ ବି ଶୁଣି ନ ଥିବେ ।

୧୯୯୩ ମସିହା ୧୧ ଅକ୍ଟୋବରରେ ଗୁଜୁରାଟର ସୁରାଟରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ହାର୍ଦିକ ହିମାଂଶୁ ପାଣ୍ଡେ ଅଟେ । ସେ ଖେଳକୁଦରେ ସବୁବେଳେ ପ୍ରଥମରେ ଥିଲେ କିନ୍ତୁ ପାଠ ପଢାରେ ଆଗ୍ରହୀ ନ ଥିଲେ । ସେଥି ପାଇଁ ସେ ୯ମ ଶ୍ରେଣୀରେ ଫେଲ ହୋଇ ଯାଇଥିବାରୁ ପାଠ ପଢା ଛାଡି ଦେଇଥିଲେ । ହିମାଂଶୁ ପାଣ୍ଡେ ହେଉଛନ୍ତି ହାର୍ଦିକ ପାଣ୍ଡେଙ୍କର ପିତା ଯିଏ ଆଉ ଏ ଦୁନିଆରେ ନାହାନ୍ତି । ତାଙ୍କ ଭାଇଙ୍କ ନାଁ କୁନାଲ ପାଣ୍ଡେ ଅଟେ ।

ନିଜ ପିଲାମାନେ କ୍ରିକେଟରେ ଆଗ୍ରହୀ ଥିବାରୁ ହାର୍ଦିକଙ୍କ ପିତା ନିଜର ଘର ଓ ବ୍ୟବସାୟ ଛାଡି ବରୋଦ୍ରାକୁ ଚାଲି ଯାଇଥିଲେ । କାରଣ ବରୋଦ୍ରାରେ କ୍ରିକେଟରେ ଭଲ ଟ୍ରେନିଂ ଦିଆ ଯାଉଥିଲା । ଯେତେବେଳେ ହାର୍ଦିକ ଓ ତାଙ୍କ ଭାଇ କୁନାଲ କ୍ରିକେଟ ଖେଳିବାକୁ ନିଜ ପିତାଙ୍କର ପୁରୁଣା ଗାଡି ନେଇ ଯାଉଥିଲେ ସେତେବେଳେ ସମସ୍ତେ ସେମାନଙ୍କୁ ଧନୀ ବୋଲି ଭାବୁ ଥିଲେ । କିନ୍ତୁ ସେତେବେଳେ ତାଙ୍କ ପାଖରେ ଖାଇବାକୁ ମଧ୍ୟ ପଇସା ନ ଥିଲା । ଗୁଜୁରାଟରୁ ବରୋଦ୍ରାକୁ ଆସିବା ପରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଥିଲା ।

ଏମିତିକି ତାଙ୍କ ପିତାଙ୍କ ଦେହ ଖରାପ ହେବା ସହ ସେମାନେ ଦୁଇ ଭାଇ ପଇସା ପାଇଁ ଗାଁ ବୁଲି କ୍ରିକେଟ ଖେଳୁଥିଲେ । ତାଙ୍କ ବାପା ଦୁଇ ଭାଇଙ୍କୁ ଟ୍ରେନିଂ ଦେବା ପାଇଁ କିରଣ ଏକାଡେମୀକୁ ନେଇଥିଲେ ଓ ସେଠାରେ ଦୁଇ ଭାଇଙ୍କ ଦକ୍ଷତା ଯୋଗୁ ସେମାନଙ୍କର ଆଡମିସନ ହୋଇଥିଲା । ସେହି ଏକାଡେମୀର ଅଧିନାୟକ ଦୁଇ ଭାଇଙ୍କର ଆର୍ଥିକ ପରିସ୍ଥିତି ଦେଖି ମାଗଣାରେ ତାଲିମ ଦେଇଥିଲେ । ୨୦୧୬ରେ ହାର୍ଦିକ ଭାରତ ପାଇଁ ଖେଳିବା ଆରମ୍ଭ କରିଥିଲେ ।

ମୁମ୍ବାଇର କୋଚ ଜନ ରାଇଟ ହାର୍ଦିକଙ୍କୁ ଆଇପିଏଲ ମ୍ଯାଚ ପାଇଁ ଟ୍ରାଏଲ ଦେବାକୁ କହିଥିଲେ ଓ ସେଥିରେ ହାର୍ଦିକ ସଫଳ ମଧ୍ୟ ହୋଇଥିଲେ । ଏହା ପରେ ମୁମ୍ବାଇର କୋଚ ହାର୍ଦିକଙ୍କୁ ୧୦ଲକ୍ଷ ଟଙ୍କା ଦେଇ କିଣିଥିଲେ । ଏହା ପରେ ହାର୍ଦିକ ଆନ୍ତର୍ଜାତିକ କ୍ରିକେଟରେ ନିଜ ସ୍ଥାନ ହାସଲ କରିଥିଲେ । ଯେତେବେଳେ ସେ ଏକ ଦିବସୀୟ ମ୍ଯାଚରେ ଡେବ୍ଯୁ କରିଥିଲେ ସେତେବେଳେ ସେ ଏକ ଐତିହାସିକ ରେକର୍ଡ କରିଥିଲେ । ଏହି ସମୟରେ ଟିମ ଇଣ୍ଡିଆର କ୍ଯାପଟେନ କପିଲ ଦେବ ତାଙ୍କୁ ନୀଳ ରଙ୍ଗର ଟୋପି ଦେଇଥିଲେ ।

ସେ ଇଂରାଜୀ ଓ ସ୍ପାଇନିସ ଗୀତା ଶୁଣିବାକୁ ଭଲ ପାଆନ୍ତି । ସେଥିପାଇଁ ସେ ଇଣ୍ଡିଆନ ଟିମରେ ନିଜ ଷ୍ଟାଇଲିସ ପାଇଁ ଖୁବ ପ୍ରସିଦ୍ଧ । ୨୦୧୬ରେ ସେ ବିଶ୍ଵକୁପ ଟି-୨୦ ଖେଳିବା ପାଇ ସୁଯୋଗ ହୋଇଥିଲେ । ୨୦୨୧ ଜାନୁଆରୀ ୧ ତାରିଖରେ ସେ ନତାସାକୁ ଡେଟ କରି ନିଜର ଏଙ୍ଗେଜମେଣ୍ଟ ଫୋଟୋ ନିଜ ସୋସିଆଲ ମିଡିଆରେ ଶେୟାର କରିଥିଲେ । ତାଙ୍କର ବାର୍ଷିକ ଆୟ ୧୩ କୋଟି ତାଙ୍କ ରହିଛି । ଏହାଛଡା ସେ ଅନେକ ବ୍ରାଣ୍ଡ ପାଇଁ ଆର୍ଡଭରଟାଇଜମେଣ୍ଟ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।