ହନୁମାନ ଚାଳୀସାର ଏହି ୩ନୋଟି ଚୌପାଇ କରିବ ଆପଣଙ୍କର ସବୁ ମନୋକମନା ପୂର୍ଣ୍ଣ, ତେବେ ଆଜିଠାରୁ ହିଁ ଏହାର ଜପ କରିବା କରନ୍ତୁ ଆରମ୍ଭ

ହିନ୍ଦୁ ଧର୍ମରେ ସବୁ ଦେବତାଙ୍କ ମଧ୍ୟରେ ହନୁମାନଙ୍କୁ ସବୁଠୁ ଅଧିକ ଶକ୍ତିଶାଳୀ ଏବଂ ଜ୍ଞାନୀ କୁହାଯାଇଥାଏ । ହନୁମାନଙ୍କୁ ଖୁସି କରିବା ସବୁଠୁ ସହଜ ଅଟେ । ପବିତ୍ର ଗ୍ରନ୍ଥ ଅନୁସାରେ କୌଣସି ବି ଭଗବାନ ପୃଥିବୀରେ ଏକ ଖାସ ପ୍ରୟୋଜନ ପାଇଁ ଆସିଥାନ୍ତି ଏବଂ ତାହାକୁ ପୁରା କରିବା ପରେ ସେ ଦେବଲୋକଙ୍କୁ ଫେରି ଯାଆନ୍ତି । କିନ୍ତୁ ହନୁମାନ ଏକ ଏମିତି ଭଗବାନ ଅଟନ୍ତି ଯିଏ କି ବର୍ତ୍ତମାନ ବି ଆମ ମଧ୍ୟରେ ବାନର ରୂପରେ ଅଛନ୍ତି ।

ହନୁମାନଙ୍କର ପୂଜା କରିବା ସମୟରେ ସମସ୍ତେ ହନୁମାନ – ଚାଳୀସାର ପାଠ କରିଥାନ୍ତି । ଆପଣ ମାନଙ୍କୁ କହିଦେଉଛୁ ଯେ ହନୁମାନ ଚାଳୀସା ପଢିବା ଦ୍ଵାରା ଭଗବାନ ପ୍ରସନ୍ନ ହେବା ସଙ୍ଗେ ସଙ୍ଗେ ଭକ୍ତ ମାନଙ୍କର ମଧ୍ୟ ମନୋକାମନା ପୂରଣ ହୋଇଥାଏ ।

ଏମିତି କୁହାଯାଏ କି ହନୁମାନଙ୍କର ପୂଜା କରିବା ପୂର୍ବରୁ ଭଗବାନ ଶ୍ରୀରାମଙ୍କର ଧ୍ୟାନ କରିବା ଆବଶ୍ୟକ ନ ହେଲେ ହନୁମାନ ରାଗିଯାଆନ୍ତି । ହନୁମାନ – ଚାଲିସାର ରଚନା ମହର୍ଷି ତୁଳସୀ ଦାସ କରିଛନ୍ତି ଏବଂ ଏଥିରେ ୪୦ ଟି ଚୌପାଇ ବିଷୟରେ କୁହାଯାଇଛି । ଏଥିରେ ସବୁ ଚୌପାଇର ନିଜର ଅଲଗା ଏକ ମହତ୍ଵ ଅଛି କିନ୍ତୁ ଆଜି ଆମେ ଆପଣଙ୍କୁ ୩ଟି ଚୌପାଇ ବିଷୟରେ କହିବାକୁ ଯାଉଛୁ ।

“ଶ୍ରୀ ଗୁରୁ ଚରଣ ସରୋଜ ରଜ, ନିଜ ମନ ମୁକୁର ସୁଧାର!

ବରନୌ ରଘୁବର ବିମଲ ଜସୁ, ଜୋ ଦାୟକ ଫଲ ଚାରି!!

ବୁଦ୍ଧିହୀନ ତନୁ ଜାନି କେ ସୁମିରୌ ପବନ କୁମାର !

ବଲ ବୁଦ୍ଧି ବିଦ୍ୟା ଦେହୁ ମୋହି ହରହୁ କଲେଶ ବିକାର!!

ଯେଉଁ ଭକ୍ତ ଏହି ଦୋହାକୁ ଉଚ୍ଚାରଣ କରିବେ, ସେମାନଙ୍କର ସ୍ମରଣ ଶକ୍ତି ବୁଦ୍ଧି ହେବ ଏବଂ ସ୍ୱାସ୍ଥ୍ୟ ଭଲ ରହିବ । ଏହି ଦୋହାକୁ ୧୦୮ ଥର ପାଠ କରିବା ଉଚିତ ।

ଚୌପାଇ ନମ୍ବର ୨୫

ଯେଉଁ ଭକ୍ତ ହନୁମାନ ଚାଳୀସାର ୨୫ ନମ୍ବର ଚୌପାଇ –

“ନାସେ ରୋଗ ହରେ ସବ ପୀରା ଜପତ ନିରଂତର ହନୁମତ ବୀରା”

ପାଠ କରୁଛନ୍ତି ସେମାନଙ୍କ ଜୀବନ ରୋଗମୁକ୍ତ ହୋଇଯାଇଥାଏ । ଏହା ସହିତ ଏହାର ଜପ କରିବା ଦ୍ଵାରା ସବୁବେଳେ ଲାଭ ପ୍ରାପ୍ତ ହୁଏ ।

ଚୌପାଇ ନମ୍ବର ୨୬

ସେହିଭଳି ଯେଉଁ ଭକ୍ତଗଣ ହନୁମାନ ଚାଳୀସାର ୨୬ ନମ୍ବର ଚୌପାଇ –

“ସଂକଟ ତେ ହନୁମାନ ଛୁଡାବେଂ ମନ କ୍ରମ ବଚନ ଧ୍ୟାନ ଜୋ ଲାବେଂ”

ର ପାଠ କରୁଛନ୍ତି ତେବେ ସେମାନଙ୍କର ଭବିଷ୍ୟତରେ ଆସୁଥିବା ସବୁ ସଙ୍କଟ ସବୁ ଦୂର ହୋଇଯିବ । ଗ୍ରହ ମାନଙ୍କର ଦୋଷ ବି ତାଙ୍କ ଉପରୁ କଟି ଯିବ ।

ହନୁମାନଜି ଙ୍କ ସବୁ ଭକ୍ତ ମାନଙ୍କୁ ସବୁଦିନ ହନୁମାନ ଚାଳିଶା ପାଠ କରିବା ଦରକାର । ତାହା ସହିତ ଭଗବାନ ଶ୍ରୀରାମ ଙ୍କର ମଧ୍ୟ ପୂଜାର୍ଚନା କରିବା ଦରକାର । ଅନ୍ତତଃ ଚେଷ୍ଟା କରନ୍ତୁ ଏହି 3 ଟି ଚଉପାଇ ସବୁଦିନ ପଢିବା ପାଇଁ, ଏହା କରିବା ଦ୍ଵାରା ଆପଣ ଭଗବାନଙ୍କ କୃପା ଲାଭ କରି ପାରିବେ ।