ଗୋଟିଏ ଝଟକାରେ ସଫା ଚୀନ ଆଉ ପାକିସ୍ତାନ, ପାକିସ୍ତାନରେ OIC ଦେଶର ସମ୍ମିଳନୀ ଚାଲିଥିବା ବେଳେ କାଶ୍ମୀରରେ ଏମିତି ଖେଳ କରିଦେଲା ଭାରତ

କାଶ୍ମୀର ଉପରେ ପାକିସ୍ତାନର ନଜର ପୂର୍ବରୁ ରହି ଆସିଛି । ଆମର ଦୁଇ ପଡୋଶୀ ରାଜ୍ୟ ପାକିସ୍ତାନ ଏବଂ ଚୀନ ସବୁବେଳେ ଭାରତ ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ଷଡଯନ୍ତ୍ର କରି ଆସୁଛନ୍ତି । କିନ୍ତୁ ଭାରତ ବର୍ତ୍ତମାନ କାଶ୍ମୀରରେ ଏପରି ଏକ କାର୍ଯ୍ୟ ଆରମ୍ଭ କରି ଦେଇଛି ଯାହା ଦେଖି ଏହି ଦୁଇ ଦେଶ ବିଚଳିତ ହୋଇଯିବେ । ପାକିସ୍ତାନରେ ମୁସଲିମ ଦେଶ ମାନଙ୍କର ସବୁଠୁ ବଡ ସଂଗଠନ ଓୱାଇସି ର ବୈଠକରେ ଇମ୍ରାନ ଖାନ ଓ ଚୀନର ବିଦେଶ ମନ୍ତ୍ରୀ କାଶ୍ମୀରକୁ ନେଇ ଆଲୋଚନା କରୁଥିଲେ ।

ଠିକ ସେତିକି ବେଳେ ଓୱାଇସିର ସବୁଠୁ ମଜବୁତ ଦେଶ ଏମିତି କିଛି କରି ଦେଇଛନ୍ତି ଯାହା ବୋଧ ହୁଏ ଆଜି ପର୍ଯ୍ୟନ୍ତ କେବେ ହୋଇ ନଥିବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟସ୍ ଜାମ୍ମୁକାଶ୍ମୀରରେ ଏକ ଇନଭେଷ୍ଟର ସମିଟ୍ ରେ ଭାଗ ନେଇଛନ୍ତି । ପାକିସ୍ତାନରେ ଓୱାଇସି ର ବୈଠକ ଚାଲୁଥିବା ସମୟରେ ହିଁ ଏହା ହୋଇଥିଲା । ସେହିପରି ଚୀନକୁ ମଧ୍ୟ ବଡ ଝଟକା ଲାଗିଛି କାରଣ କାଶ୍ମୀରରେ ହୋଇଥିବା ଏହି ଇନଭେଷ୍ଟର ସମିଟ୍ ରେ ହକଂର ପ୍ରତିନିଧି ମଧ୍ୟ ସାମିଲ ହୋଇଛନ୍ତି ।

ସବୁଠାରୁ ମଜା କଥା ହେଉଛି ବର୍ତ୍ତମାନ ପାକିସ୍ତାନ ମିଡିଆରେ ଓୱାଇସି ବୈଠକର ଯେତିକି ଚର୍ଚ୍ଚା ହେଉନାହିଁ କାଶ୍ମୀରରେ ହୋଇଥିବା ଏହି ଇନଭେଷ୍ଟର ସମିଟ୍ ର ସେତିକି ଚର୍ଚ୍ଚା ହେଉଛି । କାଶ୍ମୀରରେ ହୋଇଥିବା ଏହି ସମ୍ମିଳନୀରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟସ୍ ଓ ହକଂର ବଡ ବଡ କମ୍ପାନୀ ମାନଙ୍କର ପ୍ରାୟ ୩୫ ସିଇଓ ସାମିଲ ହୋଇଥିଲେ । ଏହି ସମସ୍ତେ କାଶ୍ମୀରରେ ନିବେଶକୁ ନେଇ ଜାମ୍ମୁକାଶ୍ମୀରର ଉପ ରାଜ୍ୟପାଳ ମଣିଜ ସିହ୍ନାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ମନୋଜ ସିହ୍ନା ସୂଚନା ଦେଇଛନ୍ତି କି ଆସନ୍ତା ୬ ମାସ ମଧ୍ୟରେ ଜାମ୍ମୁକାଶ୍ମୀରରେ ନିବେଶ ହାର ୭୦ ହଜାର କୋଟି ପହଞ୍ଚିବ ବୋଲି ଆଶା କରାଯାଉଛି । ଏହି ନିବେଶ ଯୋଗୁଁ କାଶ୍ମୀରର ଜବରଦସ୍ତ ବିକାଶ ହେବ ଓ ସେଠାକାର ଲୋକଙ୍କୁ ରୋଜଗାର ଯୁକ୍ତି ମଧ୍ୟ ମିଳିବ । କାଶ୍ମୀରରେ ଯେଉଁ ନିବେଶକୁ ନେଇ ଅନେକ ସମଯରୁ ଚର୍ଚ୍ଚା ଚାଲି ଆସୁଥିଲା ଏବେ ତାହାର ଆରମ୍ଭ ହୋଇସାରିଛି । ଆପଣଙ୍କର ମନେଥିବ କି ୫ ଅଗଷ୍ଟ ୨୦୧୯ରେ ଭାରତ ଧାରା ୩୭୦ ହଟାଇ ଜାମ୍ମୁକାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟରୁ ହଟାଇଥିଲା ।

ଏହାପରେ ଏହି କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ପାଇଁ ସରକାର ଲଗାତର ପ୍ରୟାସ କରି ଆସୁଥିଲେ । ଏସିଆର ଅନେକ ଦେଶମାନେ ଜାମ୍ମୁକାଶ୍ମୀରରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଆଉ ଏହି କ୍ରମରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟସ୍ ଓ ହକଂର ପ୍ରତିନିଧି ମାନେ ଜାମ୍ମୁକାଶ୍ମୀର ଆସିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।