ଗୋଟିଏ ମଣ୍ଡପରେ ବର କଲା ଦୁଇଟି କନ୍ୟାକୁ ବିବାହ, ଦୁଇ ଜଣ ତାର ପ୍ରେମିକା

ବୈତୁଲ ଜିଲ୍ଳାର ଘୋଡାଡଙ୍ଗରୀ ବ୍ଲକର କେରିୟା ଗ୍ରାମରେ ଏକ ଯୁବକ ଗୋଟିଏ ହିଁ ମଣ୍ଡପରେ ନିଜର ଦୁଇ ପ୍ରେମିକ ସହିତ ବିବାହ କରିଛି । ଏହି ବିବାହରେ ବର କନ୍ୟାର ପରିବାର ସହିତ ଗ୍ରାମବାସୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହା ଏହି ଗ୍ରାମର ପ୍ରଥମ ମାମଲା ଅଟେ ଯେତେବେଳେ ଗୋଟିଏ ହିଁ ମଣ୍ଡପରେ ଗୋଟିଏ ବର ଦୁଇଟି କନ୍ୟା ସହ ବିବାହ କରୁଥିଲା । ବର ଏକା ସହିତ ନିଜର ଦୁଇ ପ୍ରେମିକା ସହ ସାତ ଥର ଫେରା ନେଲା ଓ ଏକା ସହିତ ବିବାହର ସମସ୍ତ ପରମ୍ପରା ବି ପୁରା କରିଲା ।

କହିବାକୁ ଗେଲ ବର୍ତ୍ତମାନ ଏହି ବାହାଘର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଗ୍ରାମର ଲୋକମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କେରିୟା ଗ୍ରାମର ଆଦିବାସୀ ସନ୍ଦିପ ଉଈକେ ହୋଶଂଗାବାଦ ଜିଲ୍ଲାର ଏକ ଯୁବତୀ ଓ ଘୋଡାଡୋଂଗରୀ ତହସୀଲର କୋୟଲାରୀ ଗ୍ରାମର ଅନ୍ୟ ଏକ ଯୁବତୀ ସହ ଏକତ୍ରିତ ବିବାହ କରିଛି । ଆପଣଙ୍କୁ କହିଦେଉଛୁ କି ଯୁବକ ଜଣକ ଭୋପାଲରେ ରହି ପଢୁଥିଲା, ସେହି ସମୟରେ ହୋଶଂଗାବାଦ ଜିଲ୍ଲାରଯୁବତୀ ସହ ତାହାର ବନ୍ଧୁତା ହୋଇଗଲା ।

କିନ୍ତୁ ଏହି ସମୟରେ ଅନ୍ୟ ପଟେ ଯୁବକର ଘର ଲୋକମାନେ କୋୟଲାରୀ ଗ୍ରାମର ଯୁବତୀ ସହ ତାହାର ବିବାହ ଠିକ କରିଦେଲେ ଓ ଏହା ପର ଠାରୁ ହିଁ ବିବାଦ ଆରମ୍ଭ ହୋଇଗଲା । ବାଦବିବାଦ ଦୂର କରିବା ପାଇଁ ତିନି ପରିବାର ଏବଂ ସମାଜର ଲୋକମାନେ ପଞ୍ଚାୟତ ଡାକିଲେ । ଏହି ପଞ୍ଚାୟତରେ ନିଷ୍ପତି ନିଆଗଲ କି, ଯଦି ଦୁଇ ଝିଅ ଯୁବକ ସହ ରହିବା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଦୁଇ ଜଣ ଯୁବତୀଙ୍କ ବିବାହ ଯୁବକ ସହ କରି ଦିଆ ଯାଉ ।

ଜନପଦ ପଞ୍ଚାୟତ ଘୋଡାଡୋଂଗରୀର ଉପାଧ୍ୟକ୍ଷ ମିଶ୍ରୀଲାଲ ପରତେ କହିଲେ କି ଗ୍ରାମର ଯୁବକ ଦୁଇ ଯୁବତୀ ସହ ଏକତ୍ରିତ ବିବାହ କରିଛି । ତିନି ଜଣ ପରିବାର ମିଶି ସମାଜର ବରିଷ୍ଠ ଲୋକମାନଙ୍କ ସହିତ ଏକ ବୈଠକ କରି ନିଷ୍ପତି ନେଲେ । ଯୁବକର ବିବାହ ଦୁଇ ଯୁବତୀ ସହ କରିବା ନିଷ୍ପତି ନେବା ପରେ ଏହି ବିବାହ ହୋଇଛି । ବର୍ତ୍ତମାନ ଏହି ବିବାହ ସମ୍ପନ୍ନ ହୋଇଯାଇଛି ।

ତହସିଲଦାର ଘୋଡାଡଙ୍ଗରୀ ମୋନିକା ବିଶ୍ଵକର୍ମା କହିଲେ କି ଆମ ପକ୍ଷରୁ ଏହିଭଳି ବିବାହର ଅନୁମତି ଦିଆ ଯାଇ ନାହିଁ । ବିନା ଅନୁମତିରେ ଏହି ବିବାହ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଚାଲିଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।