ଘରର ମନ୍ଦିରରେ ରଖନ୍ତୁ ଏହି ସବୁ ଜିନିଷ, ଘରେ ରହିବ ସୁଖ ଶାନ୍ତିର ବାତାବରଣ

ଘରର ମନ୍ଦିରରେ ଆମେ ସବୁବେlଳେ ପୂଜା କରିଥାଉ । ନିୟମରେ ଦୀପ ଧୂପ ଜଳାଇଥାଉ । ଏମିତି କରିବା ଦ୍ଵାରା ଘରେ ସକରାତ୍ମକ ଊର୍ଜା ବାସ କରିଥାଏ । ପ୍ରତ୍ଯେକ ବ୍ୟକ୍ତିକୁ ନୀତିଦିନ ନିୟମ ଅନୁସାରେ ପୂଜା ଘରେ ପୂଜା କରିବା ଆବଶ୍ୟକ । ନୀତି ନିଯମରେ ପୂଜା କରିବା ଦ୍ଵାରା ଘରେ ସର୍ବଦା ସୁଖ ଶାନ୍ତି ବନି ରହିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ସବୁ ଜିନିଷ ବିଷୟରେ ଯାହା ଘରର ମନ୍ଦିରରେ ରହିବା ଅତି ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ।

ଗୋଟିଏ ଲୋଟାରେ ଜଳ

ଘରର ମନ୍ଦିରରେ ଏକ ଲୋଟାରେ ଜଳ ଭରି ରଖିବା ଆବଶ୍ୟକ । ଯଦି ସମ୍ଭବ ହେବ ତ ତମ୍ବାର ଲୋଟା ରଖନ୍ତୁ ଓ ଜଳରେ ତୁଳସୀ ପକାଇ ରଖନ୍ତୁ । ପୂଜା ପରେ ଏହି ଜଳକୁ ଘରର ସବୁ ସଦସ୍ଯଙ୍କୁ ଦିଅନ୍ତୁ, ଏହା ପରେ ପୁଣି ନୂଆ ସଫା ଜଳ ଭରି ରଖି ଦିଅନ୍ତୁ ।

ଚନ୍ଦନ

ଯଦି ସମ୍ଭବ ହେବ ତ ଘରର ମନ୍ଦିରରେ ଚନ୍ଦନ ଅବଶ୍ୟ ରଖନ୍ତୁ । ଚନ୍ଦନ ଶାନ୍ତି ଓ ଶୀତଳତା ପ୍ରଦାନ କରିଥାଏ । ଚନ୍ଦନର ମନମୋହକ ସୁବାସ ଦ୍ଵାରା ଘରେ ସକରାତ୍ମକ ବାସ କରିଥାଏ ।

Image courtesy: Google

ଅକ୍ଷତ

ଅକ୍ଷତ ମାନେ ଚାଉଳର ଦାନା । ଘରର ମନ୍ଦିରରେ ଅକ୍ଷତ ବି ରହିବା ଆବଶ୍ୟକ, ଏହା ସମ୍ପନ୍ନତାର ପ୍ରତୀକ ହୋଇ ଥାଏ ।

ଫୁଲ

Image courtesy: Google

ଘରର ମନ୍ଦିରରେ ଦେବୀ ଦେବତାଙ୍କ ସମ୍ମୁଖରେ ଫୁଲ ଅର୍ପଣ କରିବା ଆବଶ୍ୟକ । ପୂଜା ଘରେ ଫୁଲ ରହିବା ଶୁଭ ହୋଇଥାଏ ।

କୁମକୁମ

ଘରର ମନ୍ଦିରରେ କୁମକୁମ ବି ରହିବା ଆବଶ୍ୟକ । ଏହାକୁ ଅକ୍ଷତ ସହିତ ମଥାରେ ଲଗା ଯାଇଥାଏ ।

ଧୂପ

ଘରର ମନ୍ଦିରରେ ଧୂପର ପ୍ରୟୋଗ ହେବା ଆବଶ୍ୟକ । ଧୂପ ସୁଗନ୍ଧକୁ ବଢାଇବାର କାମ କରିଥାଏ । ଏହାର ମନମୋହକ ବାସ୍ନା ଘରର ବାତାବରଣରେ ସକରାତ୍ମକତା ସଂଚାର କରିଥାଏ ।

ଦୀପ

Image courtesy: Google

ଘରର ମନ୍ଦିରରେ ଦୀପ ରହିବା ଅତି ଆବଶ୍ୟକ ଅଟେ । ନୀତି ଦିନ ନିୟମ ଅନୁସାରେ ଘରର ମନ୍ଦିରରେ ଦୀପ ଜଳାଇବା ଆବଶ୍ୟକ । ଏମିତି କରିବା ଶୁଭ ହୋଇଥାଏ ।

ଘଣ୍ଟି

ଘରର ମନ୍ଦିରରେ ଘଣ୍ଟି ରହିବା ଆବଶ୍ୟକ । ଯେଉଁଠି ନୀତି ଦିନ ଘଣ୍ଟିର ପ୍ରୟୋଗ ହୋଇଥାଏ ସେଠାକାର ବାତାବରଣ ଭଲ ରହିଥାଏ । ଘଣ୍ଟିର ଧୋନୀ ଦ୍ଵାରା ନକରାତ୍ମକତା ଦୂର ହୋଇଥାଏ ।

ଶଙ୍ଖ

ଶଙ୍ଖ ର ଧ୍ଵନୀ ଦ୍ଵାରା ନକରାତ୍ମକତା ଦୂର ହୋଇଥାଏ । ଯେଉଁ ଘରେ ନୀତି ଶଙ୍ଖର ପ୍ରୟୋଗ ହୋଇଥାଏ ସେଠାରେ ସକରାତ୍ମକତା ବାସ କରିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘରେ ଶଙ୍ଖ ଥାଏ ସେଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

ଗଙ୍ଗାଜଳ

ଘରର ମନ୍ଦିରରେ ଗଙ୍ଗାଜଳ ରଖିବା ଆବଶ୍ୟକ । ଘରେ ଗଙ୍ଗାଜଳ ଛିଞ୍ଚିବା ଦ୍ଵାରା ନକରାତ୍ମକତା ଦୂର ହୋଇଥାଏ । ତେବେ ଏହି ସବୁ ଜିନିଷ ପୂଜା ଘରେ ଯଦି ଆମେ ରଖିବା ଘରେ ସବୁ ସମୟରେ ଆଧ୍ୟାତ୍ମିକ ମାହୋଲ ରହିବା ସହିତ, ସୁଖ ଶାନ୍ତିରେ ସବୁବେଳେ ପରପୂର୍ଣ୍ଣ ରହିବ ।