ବନ୍ଧୁଗଣ ଆମେମାନେ ସବୁବେଳେ ଚାହିଁଥାଉ । ଯେ ଆମ ଘରେ ସବୁବେଳେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ରହିଥାଉ । ଆମ ଦ୍ଵାରା ଏମିତି କିଛି ମଧ୍ୟ ଭୁଲ ନହୋଇଯାଉ । ଯାହାଫଳରେ ଆମ ଘରକୁ ଦରିଦ୍ରତା ଓ ଅଶାନ୍ତିର ଆଗମନ ହୋଇଯିବ । ତେବେ ବନ୍ଧୁଗଣ ଆଜି ଆପଣଙ୍କୁ ଏଠାରେ ଆମେ କିଛି ଜରୁରୀ ସୂଚନା ଦେବାକୁ ଯାଉଅଛୁ । ଘରର ଛୋଟ ଛୋଟ ଜିନିଷକୁ ଯଦି ଆପଣ ଠିକ ସ୍ଥାନରେ ନରଖିଥାନ୍ତି । ତେବେ ତାହା ହୁଏତ ଆପଣଙ୍କ ଘରକୁ ବଡ ବଡ ବିପଦ ନେଇକି ଆସିଯାଇପାରେ ।
ତେଣୁ ଆଜି ଆମେ ଘରେ ଲଗାଯାଉଥିବା ଆଇନ ଅର୍ଥାତ ଦର୍ପଣ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ। ତେବେ ଆଇନାକୁ ଘରର କେଉଁଠି ଲଗାଇବାକୁ ବାସ୍ତୁ ଶାସ୍ତ୍ର ଅନୁସାରେ ଉଚିତ ବୋଲି ଧରା ଯାଇଥାଏ । ଏହାଛଡା ଘରର କେଉଁ ସ୍ଥାନରେ ଆଇନା ଲଗାଯିବା ଦ୍ଵାରା ଘରର ସବୁ ସୁଖଶାନ୍ତି ନଷ୍ଟ ହୋଇ ମାଟି ମିଶିଯାଇଥାଏ ସେ ସମ୍ପର୍କରେ ଆପଣ ମାନଙ୍କର ନିହାତି ଜ୍ଞାନ ଥିବା ଦରକାର ।
ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରର ଅର୍ଥାତ ବେଡରୁମ୍ ର ବେଡ୍ ପାଖରେ ଦର୍ପଣ ଲଗାଇବାକୁ ଅଶୁଭ ବୋଲି ମାନାଯାଇଥାଏ । ଖାସ୍ କରି ଶୋଇବା ଘରର ବେଡ ସାମ୍ନାରେ କେବେବି ଦର୍ପଣ ଲଗାନ୍ତୁ ନାହିଁ । ଯେପରି ଆପଣ ଉଠିବା ମାତ୍ରେ ଆଇନା ସାମ୍ନାରେ ଆପଣଙ୍କ ଚେହେରା ଆସିଯିବ । ଏହା ବହୁତ ଅଶୁଭ ହୋଇଥାଏ। ଏହାଦ୍ବାରା ଘରେ ନକରାତ୍ମକ ଊର୍ଜାର ସଂଚାର ଘଟିଥାଏ ।
ଯଦି ଆପଣ ମାନଙ୍କୁ ବାଧ୍ୟତା ମୂଳକ ଭାବେ ଶୋଇବା ଘରେ ଦର୍ପଣ ଲଗାଇବାକୁ ପଡୁଥାଏ । ତେବେ ଆପଣ ମାନେ ରାତିରେ ଶୋଇବା ସମୟରେ ସେହି ଆଇନା ଉପରେ ଏକ କପଡା ପକେଇ ଦେବା ପାଇଁ ପଡିବ, ଅର୍ଥାତ ଏକ କପଡା ଆଣି ସେହି ଦର୍ପଣକୁ ଢାଙ୍କି ଦିଅନ୍ତୁ ।
ଯେପରି ରାତି ସମୟରେ ଆପଣଙ୍କ ଚେହେରା ସେହି ଦର୍ପଣ ମଧ୍ୟରେ ପଡୁନଥିବ । ଘରର ଦକ୍ଷିଣ ଦିଗରେ ଆପଣ ମାନେ କେବେ ବି ଆଇନା ଲଗାନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ଘରେ ସୁଖ ସମୃଦ୍ଧିର ସବୁ ଦିନ ପାଇଁ ତାଲା ପଡି ଯିବ । ଏଥିସହ ଏହା ଆପଣ ମାନଙ୍କ ଜୀବନରେ ବହୁତ ଖରାପ୍ ପ୍ରଭାବ ପକେଇ ଥାଏ ।
ତେବେ ବନ୍ଧୁଗଣ ଘରର ଏହି ସବୁ ସ୍ଥାନରେ କେବେବି ଦର୍ପଣ ଲଗାଇବା ଉଚିତ ନୁହେଁ । ଯଦି ଦର୍ପଣ ସେହି ସ୍ଥାନରେ ଲଗାଇବାକୁ ପଡୁଥାଏ । ତେବେ ସାବଧାନୀ ସହ ସେଥିପ୍ରତି ଥିବା ସବୁ ନିୟମ ମଧ୍ୟ ଆପଣ ମାନଙ୍କୁ ମାନିବାକୁ ପଡିବ ।
ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରନ୍ତୁ । ଧନ୍ୟବାଦ