ମିଥୁନ ରାଶି (Gemini) ସେପ୍ଟେମ୍ବର 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

ଦେଖିବାକୁ ଗଲେ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆସନ୍ତା ସେପ୍ଟେମ୍ବର ମାସଟି ଶୁଭଫଳ ପ୍ରଦାନ କରିବାକୁ ଯାଉଛି । ଏହି ମାସରେ ଆପଣଙ୍କୁ କ୍ଯାରିୟରରେ ଅପାର ସଫଳତା ପ୍ରାପ୍ତ ହେବ । ବିଶେଷ କରି ଆପଣ ଅନେକ ଭଲ ସୁଯୋଗ ପାଇ ନିଜ କ୍ଯାରିୟରରେ ଅଗ୍ରଗତି କରିବାକୁ ସୁଯୋଗ ପାଇବେ । ବ୍ୟବସାୟ ସହ ଜଡିତ ଥିବା ଲୋକମାନେ ମଧ୍ୟ ଭଲ ଲାଭ ପାଇବେ । ଚାକିରି କ୍ଷେତ୍ରରେ ଥିବା ଲୋକମାନେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି ।

କିନ୍ତୁ କର୍ମ କ୍ଷେତ୍ରରେ କାର୍ଯ୍ୟର ଅତିରିକ୍ତ ଭାର ଓ ଦାୟିତ୍ଵ ଆପଣଙ୍କୁ କିଛି ମାନସିକ ଚାପ ଦେଇପାରେ । ଏପରି ସ୍ଥିତିରେ ପ୍ରତ୍ଯେକ କାର୍ଯ୍ୟକୁ ଯତ୍ନର ସହଜ କରନ୍ତୁ କିନ୍ତୁ କୌଣସି କାର୍ଯ୍ୟରେ ନିଜକୁ ଅଧିକ ଭାରପ୍ରାପ୍ତ ହେବାକୁ ଦିଅନ୍ତୁ ନାହିଁ । ଏହି ଅବଧି ମଧ୍ୟରେ ଆପଣଙ୍କ ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଶିକ୍ଷା କ୍ଷେତ୍ରରେ ଥିବା ବିଦ୍ୟାର୍ଥୀଙ୍କୁ କିଛି ବାଧାବିଘ୍ନର ସାମ୍ନା କରିବାକୁ ପଡିପାରେ । ଶନିଦେବ ଏହି ସମୟରେ ଆପଣଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ମଧ୍ୟ ଉତ୍ସାହିତ କରିବେ । ଫଳ ଆଶା ନକରି ପରିଶ୍ରମ କରିଚାଲନ୍ତୁ ଦେଖିବେ ନିଶ୍ଚିତ ଭାବେ ସଫଳ ହେବେ । ଏହି ମାସରେ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ବେଶ ଭଲ ରହିବ । ବିଭିନ୍ନ ଉତ୍ସରୁ ଆପଣ ଟଙ୍କା ପାଇବେ ତଥା ଆପଣଙ୍କ ଆୟରେ ବୃଦ୍ଧି ହେବ । ଏହାସହ ଅତୀତରେ ଥିବା ସମସ୍ତ ଆର୍ଥିକ ପ୍ରତିବନ୍ଧକରୁ ମଧ୍ୟ ଆପଣ ମୁକ୍ତି ପାଇବେ ।

ପ୍ରେମ ଜୀବନରେ ମଧ୍ୟ ମଧୁରତା ବଢିବ ଓ ଉଭୟଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ତଥାପି ପ୍ରେମୀଙ୍କ ସହ କୌଣସି ଯୁକ୍ତିତର୍କ କରିବାରୁ ନିବୃତ୍ତ ରୁହନ୍ତୁ । ବୈବାହିକ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ଅନୁକୂଳ ରହିବ । ଜୀବନସାଥିଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପରିବାରିକ ଜୀବନ ଦୃଷ୍ଟିରୁ ମାସଟି ସାମାନ୍ଯ ରହିବ ।

ଘରର ସଦସ୍ୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନୋମାଳିନ୍ୟ ଦେଖା ଦେଇପାରେ । ତେଣୁ ଉତ୍ତମ ବୁଝାମଣା ସହ ପ୍ରେମର ସହ ସବୁ ବିବାଦ ଦୂର କରିବାକୁ ଚେଷ୍ଟା କରନ୍ତୁ । ଏହାସହ ନିଜ ସ୍ୱାସ୍ଥ୍ୟ ପ୍ରାପ୍ତି ମଧ୍ୟ ବିଶେଷ ଧ୍ୟାନ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ।

ଗଣେଶ ଭଗବାନଙ୍କୁ ୧୧ଟି ଦୁବଘାସ ଅର୍ପଣ କରନ୍ତୁ ଓ ଗୋମାତାଙ୍କୁ ନିୟମିତ ସବୁଜ ଘାସ ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।