ଗ୍ୟାସ, ପେଟରେ ଜ୍ଵଳନ, ବଦହଜମି ମୂଳରୁ ଶେଷ ହେବ, Home remedy for Gas/Indigestion

ବନ୍ଧୁଗଣ ଗ୍ଯାସ, ଏସିଡିଟି ଓ ବଦହଜମି ପ୍ରୋବ୍ଲେମ ପ୍ରାୟତଃ ସବୁ ଲୋକଙ୍କ ଠାରେ ଦେଖାଯାଇଥାଏ । ଯଦି ବେଳେବେଳେ ଏହି ସବୁ ଗ୍ଯାସ ଏସିଡିଟି ଆପଣଙ୍କ ଛାତି ଓ ପେଟରେ ହୋଇ କିଛି ସମୟ ପରେ ଭଲ ହୋଇଯାଉଛି । ତେବେ ଏହା ଠିକ ଅଛି । ଯଦି ଆପଣଙ୍କର ବର୍ଷ ବର୍ଷ ଧରି ବହୁ ସମୟରେ ଏହି ଗ୍ଯାସ, ଏସିଡିଟି ଭଳି ପ୍ରୋବ୍ଲେମ ରହୁଥାଏ । ଯାହା ଖାଇଲେ ବି ଆପଣଙ୍କର ଗ୍ଯାସ ହୋଇବା ସହ ଖାଦ୍ୟ ଠିକରେ ହଜମ ହେଉନଥାଏ । ତେବେ ଏହାକୁ ଶୀଘ୍ର ଭଲ କରିବା ପାଇଁ ଆପଣଙ୍କୁ ଏକ ଘରୋଇ ଉପାୟ ବିଷୟରେ କହିବୁ ।

ଆପଣଙ୍କୁ ଏହି ଘରୋଇ ଉପାୟ ବନାଇବା ପାଇଁ 3 ଟି ଜିନିଷର ଦରକାର ପଡିବ । ତାହା ହେଉଛି ପ୍ରଥମୀ ଜୀରା, ଦିତୀୟରେ ଅଦା ଓ ତୃତୀୟରେ ଜୁଆଣୀ । ଏହି 3 ଟି ସାମଗ୍ରୀରୁ ଆପଣ ଗ୍ଯାସ ଓ ଏସିଡିଟିକୁ ତୁରନ୍ତ ଭଲ କରିବା ପାଇଁ ରାମବାଣ ଭଳି ଉପାୟ ଘରେ ବଣାଇ ତାହାର ସେବନ କରିପାରିବେ । ଏହି 3 ଟି ସାମଗ୍ରୀ ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ ।

ତେବେ ଆପଣ ଏକ ଗ୍ଳାସ ପାଣିରେ ଗୋଟେ ଚାମଚ ଜୀରା, ଏକ ଚାମଚ ଜୁଆଣୀ ଭେଦାଇ ଦିଅନ୍ତୁ । ରାତି ସମୟରେ ପାଣିରେ ଏହି 2 ଟି ଜିନିଷ ପକାଇ ତାହାକୁ ରାତି ସାରା ଭେଦି ରହିବାକୁ ଛାଡି ଦିଅନ୍ତୁ । ତାପର ଦିନ ସକାଳେ ସେହି ପାଣି ମିଶା ଆପଣ ତାହାକୁ ଫୁଟାନ୍ତୁ । ଯେତେବେଳେ ପାଣି ଫୁଟୁଥିବ । ସେତେବେଳେ ସେଥିରେ ଅଦାକୁ ଛେଚି ପକାଇ ଦିଅନ୍ତୁ । ତାପରେ ଏହାକୁ 2 ରୁ 3 ମିନିଟ ପର୍ଯ୍ୟନ୍ତ ଫୁଟାଇ ଗ୍ଯାସରୁ ନେଇ ଆସନ୍ତୁ ।

କିଛି ସମୟ ଏହାକୁ ଥଣ୍ଡା ହେବାକୁ ରଖି ଦିଅନ୍ତୁ । ଥଣ୍ଡା ହୋଇଯିବା ପରେ ଅନ୍ୟ ଏକ ପାତ୍ରରେ ତାହାକୁ ଛାଣି ସେହି ପାଣିକୁ ପିଅନ୍ତୁ । ଏହି ଡ୍ରିଂକ କୁ ଆପଣ ସକାଳେ କିଛି ଖାଇସାରିବା ପରେ ତାହାକୁ ପିଅନ୍ତୁ । ସକାଳ ସମୟରେ ପୁଣି ଥରେ ରାତି ଭଳି ପାଣିରେ ଜୀରା ଓ ଜୁଆଣୀରୁ ଏକ ଚାମଚ ପାଣିରେ ଭେଦାଇ ରଖି ଦିଅନ୍ତୁ ।

ରାତିରେ ସେହି ପାଣିରେ ଅଦା ପକାଇ ତାହାକୁ ଫୁଟାଇ ତାହାକୁ ସେବନ କରନ୍ତୁ । ରାତିରେ ଖାଇସାରିବା ପରେ ଆପଣ କରିଥିବା ଡ୍ରିଂକ୍ କୁ ପିଅନ୍ତୁ । ଏହିଭଳି ଭାବେ ଦିନକୁ 2 ଥର କରି ଯଦି 15 ଦିନ ପର୍ଯ୍ୟନ୍ତ ଏହାକୁ ନିୟମିତ ରୂପେ ସେବନ କରିବେ ।

ଗ୍ଯାସ, ଜ୍ଵଳନ ଖାଦ୍ୟ ହଜମ ନହେବା ଆଦି ଅନେକ ପ୍ରକାର ପେଟ ସମସ୍ଯାରୁ ଆପଣଙ୍କୁ ବହୁତ ଶୀଘ୍ର ମୁକ୍ତି ମିଳିବ । ତେବେ ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରିଦିଅନ୍ତୁ । ଧନ୍ୟବାଦ