ଗରମ ତାୱାରେ ପାଣି ପକାଇଲେ ଘରେ କେଉଁ ସମସ୍ଯା ଦେଖା ଦେଇଥାଏ ? ଏହି ପରି ଜାଣନ୍ତୁ ଆହୁରି 20ଟି ଅନୁଚିନ୍ତା

ଆପଣଙ୍କ ଜୀବନକୁ ସହଜ ଏବଂ ସୁଖମୟ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଶାସ୍ତ୍ର ଲିଖିତ ଅନୁଚିନ୍ତା ନେଇ ଆସିଛୁ । ଯାହା ପାଳନ କରିବା ଦ୍ଵାରା ଆପଣ ଦୈନନ୍ଦିନ ଜୀବନରେ କରୁଥିବା ଭୁଲକୁ ସୁଧାରି ପାରିବେ ଓ ସୁଖୀ ଜୀବନଯାପନ କରିପାରିବେ । ସକଳ ସମୟରେ ଘରେ କିଛି ସମୟ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ନକରାତ୍ମକତା ଦୂର ହୋଇଥାଏ ଏବଂ ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ । ଠାକୁ ଘରେ ଦେବୀ ଦେବତାଙ୍କ ଫଟୋ କେବେବି ସାମ୍ନାସାମ୍ନି ରଖିବା ଉଚିତ ନୁହେଁ ।

ଏହାଦ୍ବାରା ବାସ୍ତୁଦୋଷ ଦେଖା ଦେଇଥାଏ ଏବଂ ପୂଜା ପୂଜା ସମୟରେ ଶଙ୍ଖ ବଜାଇବା ଦ୍ଵାରା ନକରାତ୍ମକତା ଦୂର ହୋଇଥାଏ । ପ୍ରତ୍ଯେକ ଦିନ ଘର ସଫା କରିବା ପରେ ପାଣିରେ ହଳଦୀ ମିଶାଇ ପାନପାତ୍ର ଦ୍ଵାରା ଛିଞ୍ଚନ କଲେ ଶୁଭ ହୋଇଥାଏ ଏବଂ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଠାକୁରଙ୍କ ପକ୍ଷରୁ ବାହାରୁଥିବା ବାସିଫୁଲ କିମ୍ବା ଫୁଲମାଳା ଘରେ ରଖିବା ଉଚିତ ନୁହେଁ । ଏହାଦ୍ବାରା ନକରାତ୍ମକତା ବୃଦ୍ଧି ହୋଇ ପରିବାର ଲୋକମାନେ ପ୍ରଭାବିତ ହୋଇଥାନ୍ତି ।

ଘରର ମୁଖ୍ୟଦ୍ଵାରର ଦୁଇ ପାଖରେ ଅଶୋକ ଗଛ ଲଗାଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ନିଜ ବଂଶର ଉନତି ହେବ ସହିତ ପରିବାରର ମଙ୍ଗଳ ହୋଇଥାଏ । ଘର କାନ୍ଥରେ ସୁନ୍ଦର ସବୁଜ ରଙ୍ଗର ପ୍ରକୃତିର ଚିତ୍ର ଲଗାଇବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଏହାସହ ଘରର ମୁଖ୍ୟଲୋକଙ୍କୁ ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ ।

ଘରର ଠାକୁର ଘରେ କେବେବି ଅନ୍ଧାର କରିବା ଉଚିତ ନୁହେଁ । ଠାକୁର ଘରେ ହାଲୁକା ଆଲୋକ ଯୁକ୍ତ ବଲବଟିଏ ଜଳାଇବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଘରର ମୁଖ୍ୟଦ୍ଵାରରେ କେବେବି ଅଳିଆ ଆବର୍ଜନା ଗଦା କରିବା ଉଚିତ ନୁହେଁ କିମ୍ବା ଘରର ମୁଖ୍ୟଦ୍ଵାର ଭଙ୍ଗା ଦଦରା ହେବା ଅନୁଚିତ । ଏହାଦ୍ବାରା ଉନ୍ନତିରେ ବାଧାପ୍ରାପ୍ତ ହେବା ସହ ଦାରିଦ୍ର୍ୟତା ଦେଖାଦିଏ ।

ଶୋଇବା ସମୟରେ ପୂର୍ବ ଦିଗକୁ ମୁଣ୍ଡକରି ଶୋଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ମାନସିକ ଶକ୍ତି ମଜବୁତ ହେବ ସହିତ ଜୀବନରେ ଉନ୍ନତି ସାଧନ ହୋଇଥାଏ । ଘରର ଉତ୍ତର ଦିଗରେ ଗାଧୁଆଘର କିମ୍ବା ରୋଷେଇ ଘର କରିବା ଉଚିତ ନୁହେଁ । ଏହା ଅଶୁଭ ହେବ ସହିତ ଜୀବନରେ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

ପିଲାଙ୍କ ପଢିବା ଘର କାନ୍ଥ ହାଲୁକା ସବୁଜ ରଙ୍ଗ କରିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ପିଲାଙ୍କ ମସ୍ତିଷ୍କ ପାଇଁ ସକାରାତ୍ମକ ହେବା ସହ ଏକାଗ୍ରତା ବୃଦ୍ଧି ହୋଇଥାଏ । ବସ୍ତୁ ଅନୁସାରେ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ବସି ଖାଦ୍ଯ ଖାଇବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ରୋଷେଇ ଘରେ ମହିଳାମାନେ ଦକ୍ଷିଣ ଦିଗକୁ ମୁଖ କରି ରୋଷେଇ କରିବା ଉଚିତ ନୁହେଁ , ଏହାଦ୍ବାରା ଆଣ୍ଠୁଗଣ୍ଠି ଏବଂ ଅଣ୍ଟା ଜନିତ ସମସ୍ଯା ଦେଖାଦେବାର ସମ୍ଭାବନା ରହିଥାଏ ।

ରୋଷେଇ ଘରେ କେବେବି ଗରମ ତାୱା ଉପରେ ପାଣି ପକାଇବା ଉଚିତ ନୁହେଁ । ଏହାଦ୍ବାରା ଜଳର ଅପମାନ ହେବା ସହ ଘରେ ଅଶୁଭତ୍ଵ ଦେଖାଦିଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।