ଫିଟ୍ ରହିବାକୁ ଚାହୁଁଥିଲେ ଆଜି ଠାରୁ ଖାଇବା ଆରମ୍ଭ କରନ୍ତୁ ସାଲାଡ ! କେଉଁ ସମୟରେ ଖାଇବା ଉଚିତ ଓ କେଉଁ ସମୟରେ ଅନୁଚିତ !

ବନ୍ଧୁଗଣ ସାଲାଡ ଖାଇବାକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଏଥିରେ ବିଭିନ୍ନ ପ୍ରକାର ପରିବା ଯେମିତିକି କାକୁଡି, ଟମାଟର, ମୂଳା, ଗାଜର ଓ ପିଆଜ ଆଦି ସବୁ ମିକ୍ସ କରି ପକାଇ ସ୍ଵାଦକୁ ଅଧିକ ବଢାଇବା ପାଇଁ କିଛି ଲୁଣ ବା ଅନ୍ୟ କିଛି ମସଲା ପକାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏହା ଛଡା କେତେକ ଲୋକମାନେ ସାଲାଡର ସେବନ ତ କରନ୍ତି କିନ୍ତୁ ସାଲାଡ ର ପୁରା ପୋଷଣ ସେମାନେ ପାଇ ପାରନ୍ତି ନାହିଁ ।

କାରଣ ତାଙ୍କୁ ସାଲାଡ ସେବନ କରିବାର ସଠିକ ଉପାୟ ଜଣା ନ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସାଲାଡ ଖାଇବାର ସଠିକ ନିୟମ ବିଷୟରେ ଏଠାରେ ବିସ୍ତାର ରୂପେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଜଣାଇବା ମଧ୍ୟ ଜରୁରୀ ଅଟେ ।

ସାଲାଡକୁ ସବୁବେଳେ ଭୋଜନ ପୂର୍ବରୁ ଖାଇବା ଉଚିତ । ଯେତେବେଳେ କି ୯୦ ପ୍ରତିଶତ ଲୋକମାନେ ସାଲାଡର ସେବନ ଭୋଜନ କରିବା ବେଳେ ହିଁ କରିଥାନ୍ତି । ଏହା ଦ୍ଵାରା ତାଙ୍କ ଶରୀରକୁ ସାଲାଡ ଖାଇବାର ବିଶେଷ ଫାଇଦା ମିଳିପାରିନଥାଏ । ଏହା ଛଡା କେତେ ଥର ଡାଇଜେସନ ସହ ସମ୍ବନ୍ଧିତ ସମସ୍ୟା ବି ହୋଇଥାଏ ।

ଯେତେବେଳେ ଆପଣଙ୍କୁ ଭୋକ ଲାଗୁଛି ସେହି ସମୟରେ ଆପଣ ସାଲାଡ ଖାଇପାରିବେ । ଏହାଛଡା ଲଞ୍ଚ ବା ଡିନର ସମୟର ଠିକ ଅଧ ଘଣ୍ଟା କି ଘଣ୍ଟାଏ ପୂର୍ବରୁ ହିଁ ସାଲାଡର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀରକୁ ସାଲାଡରୁ ପୂର୍ଣ୍ଣ ପୋଷଣ ମିଳିବ ।

ସାଲାଡକୁ ଯଦି ସଠିକ ଉପାୟରେ ଖାଇବେ ତ ଏହା ଆପଣଙ୍କ ଓଜନକୁ ବି କଣ୍ଟ୍ରୋଲ କରିବାରେ ସାହାଜ୍ଯ କରିଥାଏ । ଏହା ଆମର ପାଚନ ତନ୍ତ୍ରକୁ ବି ସଠିକ ରଖିଥାଏ ଓ ପେଟ ସଫା କରିବାରେ ବି ସାହାଜ୍ଯ କରିଥାଏ । ଏହା ଆମ ଶରୀରର ଏକ୍ସଟ୍ରା ଫ୍ୟାଟକୁ ଜମା ହେବା ପାଇଁ ଦେଇନଥାଏ ଓ ଆମକୁ ଓଭର ଖାଇବା ଠାରୁ ବି ବଞ୍ଚାଇ ଥାଏ । ଯାହା ଦ୍ଵାରା ଆମର ଓଜନ ନିୟନ୍ତ୍ରିତ ରହିଥାଏ ।

ଯଦି ଆପଣ ଫଳ କିମ୍ବା ପନିପରିବା ଦ୍ଵାରା ତିଆରି ସାଲାଡର ସେବନ କରୁଛନ୍ତି ତେବେ ଏହା ଏକ ଥଣ୍ଡା ଖାଦ୍ୟ ହୋଇଥାଏ । ଯେତେବେଳେ କି ରୋଷେଇ ହୋଇଥିବା ଖାଦ୍ୟ ଗରମ ହୋଇଥାଏ । ଏମିତିରେ ଥଣ୍ଡା ଗରମର ସଂଗମ, କେବଳ ଶରୀରକୁ ନୁହେଁ ଦାନ୍ତକୁ ହାନି ପହଞ୍ଚାଇଥାଏ । ଏହା ସହିତ ଆମର ପାଚନ ତନ୍ତ୍ର ଉପରେ ବି ଅଧିକ ପ୍ରଭାବ ପଡିଥାଏ ।

କାରଣ ପାଚନ ପାଇଁ ଆମକୁ ଅତିରିକ୍ତ ଊର୍ଜା ଦରକାର ହୋଇଥାଏ । ଏହା ସହିତ ଏହିଭଳି ଭୋଜନ ଖାଇବା ଦ୍ଵାରା ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ । ଯାହା ଦ୍ଵାରା ବେଳେ ବେଳେ ପାଚନ ପ୍ରକ୍ରିୟାରେ ଅସୁବିଧା ଆସିଥାଏ ।

ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ