ଦେଶରେ ବିଭନ୍ନ ପ୍ରକାରର ମାନ୍ୟତା ଅଛି । କିଛି ଧୀରେ ଧୀରେ ଶେଷ ହୋଇଯାଉଛି ତ କିଛି ଆଜି ପର୍ଯ୍ୟନ୍ତ ବି ଚାଲିଛି । କିଛି ଲୋକମାନେ ତ ଏହାକୁ ଅନ୍ଧବିଶ୍ଵାସ ବୋଲି ମଧ୍ୟ କୁହନ୍ତି । ଗୃହସ୍ଥ ଏବଂ ବ୍ରହ୍ମଚାରି ଲୋକମାନଙ୍କର ବାସ୍ତବିକ ଜୀବନରେ ମେଳ ହୁଏ ନାହିଁ, ଦୁଇ ଜଣ ଏକା ସହିତ ରହି ପାରିବେ ନାହିଁ । କିନ୍ତୁ ଝାରଖଣ୍ଡର ପୂର୍ବୀ ସିଂହଭୂମି ଜିଲ୍ଲାର ଗୁଡାବାଂଦା ପ୍ରଖଣ୍ଡର ଚାଷୀମାନେ ଏହିଭଳି ଦୁଇ ପ୍ରକାରର ଜୀବନ ଜାପାନ କରି ଆସୁଛନ୍ତି ।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯେଉଁଠି ରେଶମ କୀଟର ପାଳନ କରାଯାଏ । ଏଠି ବିବାହିତ ଚାଷୀ ବର୍ଷକୁ ଦୁଇ ଥର ଦୁଇ – ଦୁଇ ମାସ ପାଇଁ ପତ୍ନୀଙ୍କୁ ତ୍ୟାଗ କରି ବ୍ରହ୍ମଚାରି ଭଳି ଜୀବନ ଜାପନ କରିଥାଏ । ଏହି ସମୟରେ ମୁଖ୍ୟ ରୂପରେ ଅର୍ଜୁନ ଏବଂ ଆସନର ଗଛରେ ଥିବା ରେଶମର କୀଟକୁ ଚାଷୀମାନେ ପିମ୍ପୁଡି, ଏହା ସହିତ ରେଶମର କୀଟକୁ ଖାଉଥିବା ଅନ୍ୟ କୀଟ ଏବଂ ପକ୍ଷୀମାନଙ୍କ ଠାରୁ ବଞ୍ଚାଇ ଥାନ୍ତି । ମାନ୍ୟତା ଅଛି କି ସ୍ତ୍ରୀମାନଙ୍କ ସହିତ ସମ୍ପର୍କ ରଖିଲେ ରେଶମର କୀଟକୁ ଅନ୍ୟ କୀଟମାନେ ଖାଇ ଯାଆନ୍ତି ।
ଗୁଡାବାଂଦା ପ୍ରଖଣ୍ଡର ଅର୍ଜୁନବେଡା ଗ୍ରାମର ସୁରେଶ ମହତୋ କହିଲେ କି, ରେଶମର ଚାଷ କରୁଥିବା ସମୟରେ ଆମେ ସମସ୍ତେ ନିଜ ପତ୍ନୀଙ୍କ ସହିତ ଶୋଇ ନ ଥାଉ । ସେମାନେ ଆମ ଠାରୁ ଅଲଗା ରୁହନ୍ତି ଏବଂ ଆମେ ତାଙ୍କର ହାତ ତିଆରି ଖାଦ୍ୟ ବି ଖାଇ ପାରିବା ନାହିଁ ।
ଅର୍ଜୁନବେଡା ଗ୍ରାମର ନିତ୍ୟାନନ୍ଦ ମହତୋଙ୍କର କହିବା ଅଟେ କି, କୀଟ ମାନଙ୍କର ସୁରକ୍ଷା ଦେବା ଜୀବ ପୂର୍ବରୁ ଚାଷୀମାନେ ସ୍ନାନ କରି ଯାଆନ୍ତି । ସୁରକ୍ଷା ଦେବା ସମୟରେ ଯଦି ବି ଶୌଚ କରୁଛନ୍ତି ତେବେ ପୁଣି ଥରେ ସ୍ନାନ କରିବାକୁ ପଡିଥାଏ । କୀଟ ମାନେ ରୋଗରେ ପୀଡିତ ହୋଇଗଲେ ପୂଜା ପାଠ ବି କରନ୍ତି । ଏହା ଅପରେ ଫଳ ମାନେ କୋନୁନ ପ୍ରସ୍ତୁତ ହୋଇଯିବ ପରେ ଛେଳିର ବଳି ଦିଆଯାଏ ।
ଏହି ମାନ୍ୟତା ହଜାର ବର୍ଷ ଧରି ଚାଲିଆସୁଛି । ଏବଂ ଏହି ନିୟମକୁ ସମସ୍ତେ ମାନିବାକୁ ବାଧ୍ୟ ଅଟନ୍ତି । ଏତିକି ନୁହେଁ ବ୍ରହ୍ମଚାରି ଛଡା ବି ଚାଷୀମାନଙ୍କୁ କିଛି ଅନ୍ୟ ନିୟମ ବି ମାନିବାକୁ ପଡିଥାଏ । ଯେମିତି କି କୀଟ ପାଳନ ସମୟରେ ଚାଷୀ ଅଣ୍ଡା ଏବଂ ମାଂସ – ମାଛ ଖାଇ ପାରିବେ ନାହିଁ । ଜଙ୍ଗଲରେ ଯାଇ ଚାଳ ଘର କରି ରୁହନ୍ତି । ନିଜ ହାତରେ ରୋଷେଇ କରନ୍ତି । ମାନ୍ୟତା ଅନୁସାରେ ଏହା ଦ୍ଵାରା ଭଲ ଫସଲ ହୋଇଥାଏ ।
କିନ୍ତୁ କିଛି ମହିଳାମାନେ ଏହି ନିୟମକୁ ଭାଙ୍ଗି ଦେଇଛନ୍ତି । ଧତକୀଡୀହ ଗ୍ରାମରେ ତିଆରି ଟସର ଉତ୍ପାଦନ ସହ ପ୍ରଶିକ୍ଷଣ କେଂଦ୍ରରେ କେତେକ ମହିଳାମାନେ ରେଶମ କୀଟ ପାଳିବାରେ ବ୍ୟବସାୟ କରୁଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।