ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଦେଶରେ ରହିଛି କଠୋର ଆଇନ । ଏଠି ମଦ ପିଇଲେ ମିଳିଥାଏ ଫାଶୀ ଦଣ୍ଡ । ହଁ ବନ୍ଧୁଗଣ ମଦ୍ୟପାନ କରିବା ପାଇଁ ଅନେକ ଲୋକ ନିଜର ସଉକ ବୋଲି ଭାବିଥାନ୍ତି । ଜନ୍ମ ଦିନ, ବିବାହ ଏମିତି ଅନେକ ପାର୍ଟି ରେ ମଦ୍ୟପାନ କରି ଉଶ୍ଚବ ପାଳନ କରନ୍ତି ଲୋକେ । ଏହା କେବଳ ଭାରତ ନୁହେଁ ବରଂ ଅନେକ ଦେଶରେ ଏମିତି ଦେଖିବାକୁ ମିଳିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁଠି ମଦ ବିକିବା ଓ ପିଇବା ଉପରେ କଠୋର ଆଇନ ରହିଛି ।
ଏଠାରେ ମଦ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ତେବେ ଏହି ଦେଶ ହେଉଛି ଭାରତର ପଡୋଶୀ ଦେଶ ଇରାନ । ଯଦି ଇରାନରେ କୌଣସି ବ୍ୟକ୍ତି ମଦ ପିଉଥିବା ବା ନେଇକି ଯାଉଥିବା ଧରା ପଡନ୍ତି ତେବେ ତାଙ୍କୁ ଜୋରିମାନା ଦେବା ସହ ଜେଲ ଯିବାକୁ ପଡିଥାଏ । ଏମିତିକି ଫାଶୀ ଦଣ୍ଡ ମଧ୍ୟ ଦିଆଯାଏ । ଯଦି କେହି ବ୍ୟକ୍ତି ବିକ୍ରି କରନ୍ତି ତେବେ ତାଙ୍କୁ 80 କୋଡ ର ଦଣ୍ଡ ଦିଆଯାଏ ।
ଏଠାରେ ମଦ ପିଇବା ପାଇଁ କୌଣସି ବୟସ ସୀମା ନାହିଁ । ଏହି ଆଇନର ଉଲଂଘନ କରିଲେ କାହାର ବି ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆ ଯାଇଥାଏ । ଯଦି କୌଣସି ବ୍ୟକ୍ତି ମଦ ସହ ଯଦିର ଅପରାଧରେ ବାରମ୍ବାର ଧରାଯାଏ ତେବେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଏ । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କି କଣ ଇରାନ ଦେଶକୁ ଆସୁଥିବା ପର୍ଯ୍ୟଟକ ଙ୍କ ବି ଏହି ନିୟମ ରହିଛି କି ?
ତେବେ ଏଠାରେ କହି ରଖୁଛୁ ଏହି ଆଇନ ସମସ୍ତଙ୍କ ପାଇଁ ସମାନ । ଇରାନ ରେ କୌଣସି ମଦ ଦୋକାନ, ନାଇଟ କ୍ଲବ ଓ ବାର ମିଳିବ ନାହିଁ । ଯଦି ଆପଣ ଭାବୁଥିବେ ଅନ୍ୟ ଦେଶରୁ ମଦ୍ୟ ନେଇ ଇରାନରେ ବ୍ୟବହାର କରିବେ ତେବେ ଏମିତି ବି କରିପାରିବେ ନାହିଁ । କାରଣ ବାହାର ଦେଶରୁ ମଦ ଆଣିବା ଏଠାରେ ଅବୈଧ ଅଟେ ।
ଏୟାରପୋର୍ଟ ରେ ଚେକିଙ୍ଗ ସହ ଯଦି କେହି ମଦ ସହ ଧରା ପଡନ୍ତି ତେବେ ଆପଣ ଇରାନ ର ବାସୀ ହୁଅନ୍ତି କୁ ପର୍ଯ୍ୟଟକ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ । ସାଧାରତଃ ଯୁବ ପିଢୀ ମଦ୍ୟପାନ କରିବାକୁ ପସନ୍ଦ କରନ୍ତି । ସେଥିପାଇଁ ଅବୈଧ ଭାବେ ମଦ ତିଆରି ହୁଏ ବାହାରୁ ତସ୍କରି କରାଯାଏ । ବିଷାକ୍ତ ମଦ ପିଇବା କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି ।
କାରଣ ସେମାନେ ଡାକ୍ତର ଙ୍କ ପାଖକୁ ଯିବାକୁ ଭୟ କରୁଛନ୍ତି । ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଇଲେ ପୋଲିସ ହାତରେ ଧରା ପଡିବାର ଭୟ ରହିଥାଏ । ମଦ୍ୟପାନ କରିବା ପାଇଁ ଅନେକ ଦେଶରେ ଅନେକ ନିୟମ ରହିଛି । ଏମିତିକି ମଦ୍ୟପାନ ଚଳାଇ ଗାଡି ଚଲାଇ ପାରିବେ ନାହିଁ । ଏହି ନିୟମର ଉଲଂଘନ କରିଲେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଏ । କିନ୍ତୁ ଇରାନ ଏମିତି ଏକ ଦେଶ ଯେଉଁଠି ମଦ୍ୟପାନ କୁ ନେଇ କଠୋନ ଆଇନ ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।