କିଛି ଏମିତି ଅଟେ ଆମର ସାହାସୀ ପାଇଲଟ ଅଭିନନ୍ଦନଙ୍କର ପ୍ରେମ କାହାଣୀ.. ସମସ୍ତଙ୍କୁ ଏହା ପଢିବା ଦରକାର

ପାକିସ୍ତାନର ଏଫ – ୧୬ ବିମାନକୁ ମାରି ନଷ୍ଟ କରିଦେଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଶୁକ୍ରବାର ଦିନ ରାତିରେ ଭାରତକୁ ଫେରିଲେ । ଅଭିନନ୍ଦନଙ୍କର ଫେରିବା ଦ୍ଵାରା ପୁରା ଦେଶରେ ଖୁସିର ଲହରୀ ଖେଳି ଯାଇଛି । ଅଭିନନ୍ଦନଙ୍କର ସାହସାର ଚର୍ଚା ଚାରିଆଡେ ହେଉଛି, ଏମିତିରେ ଲୋକମାନେ ତାଙ୍କ ଜୀବନ ସହିତ ଜଡିତ କଥା ବିଷୟରେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି ।

ମିଡିୟା ରିପୋର୍ଟ ଅନୁସାରେ ଅଭିନନ୍ଦନଙ୍କର ପର୍ସନଲ ଲାଇଫ ଠାରୁ ଆରମ୍ଭ କରି ଲଭ ଲାଇଫ ପର୍ଯ୍ୟନ୍ତ ସମୟ ବହୁତ ରୋମାଞ୍ଚକ ପୂର୍ଣ ଅଟେ । ସେ ନିଜର ପିଲାବେଳର ବନ୍ଧୁ ସହିତ ବାହା ହୋଇଛନ୍ତି । ଏହା ସହିତ ତାଙ୍କର ପରିବାର ଗତ ତିନି ପିଢି ଏୟାର ଫୋର୍ସରେ ରହି ଦେଶର ସେବା କରୁଛନ୍ତି ।

୪୦ ପ୍ରକାର ବିମାନ ଉଡାଇ ପାରିବେ ଅଭିନନ୍ଦନଙ୍କର ପିତା :

ମିଡିୟା ରିପୋର୍ଟ ଅନୁସାରେ ୨୧ ଜୁନ ୧୯୮୩ରେ ଜନ୍ମ ୩୬ ବର୍ଷ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଧମାନଙ୍କର ଜେଜେବାପା ଦ୍ଵିତୀୟ ବିଶ୍ଵ ଯୁଧ୍ୟ ସମୟରେ ଏୟାର ଫୋର୍ସରେ ଥିଲେ । ଅଭିନନ୍ଦନଙ୍କର ପିତା ଏୟାର ମାର୍ଶଲ ସିମ୍ହାକୁଟ୍ଟୀ ବର୍ଧମାନ ପାଞ୍ଚ ବର୍ଷ ପୂର୍ବେ ହିଁ ରିଟାୟର ହୋଇଛନ୍ତି । ଅଭିନନ୍ଦନଙ୍କର ପତ୍ନୀ ତନ୍ଵୀ ମରୱାହ ସ୍କ୍ୱାଡ୍ରନ ଲୀଡର ପଦ ରହିଥିଲେ ।

ଅଭିନନ୍ଦନଙ୍କର ପିତା ସେହି ଜଣାଶୁଣା ପାଇଲଟଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କୁ ୪୦ ପ୍ରକାରର ବିମାନ ଏବଂ ୪୦୦୦ ଘଣ୍ଟାରୁ ଅଧିକ ଉଡିବାର ଅନୁଭବ ଅଛି । ସେ କାର୍ଗିଲ ଯୁଧ୍ୟରେ ବି ମିରାଜର ସ୍କ୍ୱାଡ୍ରନର ଚୀଫ ଅପରେଶନ୍ସ ଅଫିସର ବି ଥିଲେ ।

ସ୍କୁଲରେ ପଢୁଥିଲେ ପତ୍ନୀ ତନ୍ଵୀ :

ତମିଲନାଡୁରେ ତିରୁୱନ୍ନାମଲାଈ ଜିଲ୍ଲାରେ ରହୁଥିବା ଅଭିନନ୍ଦନ ୨୦୦୪ରେ ଫାଇଟର ପାଇଲଟ ଭାବରେ ବାୟୁସେନାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସେ ମିଗ – ୨୧ ବିମାନର ସ୍କ୍ୱାଡ୍ରନ ପଦର ନେତୃତ୍ୱ କରୁଥିଲେ । ଅଭିନନ୍ଦନ ଏବଂ ତାଙ୍କର ପତ୍ନୀ ପଞ୍ଚମ ଶ୍ରେଣୀରୁ ପରସ୍ପରକୁ ଜାଣିଛନ୍ତି । ସେହି ସମୟରୁ ଦୁଇ ଜଣକ ମଧ୍ୟରେ ଭଲ ପାଇବା ଅଛି । ଦୁଇଜଣ କଲେଜରୁ ମାଇକ୍ରୋ ବାୟୋଲଜୀର ଡିଗ୍ରୀ ବି ଏକା ସହିତ ହାସଲ କରିଥିଲେ । ଦୁଇଜଣଙ୍କର ଦୁଇଟି ପିଲା ଅଛନ୍ତି ।

ଜୋଧପୁରରେ ହୋଇଥିଲା ପାଳନ ପୋଷଣ :

ଅଭିନନ୍ଦନଙ୍କର ପିତା ଜୋଧପୁରର ଏୟାର ବେସ ରେ ୮୦ ଦଶକରେ ସ୍କ୍ୱାଡ୍ରନ ଲୀଡର ରୂପରେ କାମ କରୁଥିଲେ । ସେ ଡେଜର୍ଟ ସ୍କ୍ୱାଡ୍ରନର ମିଗ ବିମାନର ପାୟଲଟ ଥିଲେ । ସେ ବର୍ତ୍ତମାନ ଚୈନ୍ନଈରେ ଅଛନ୍ତି । ଅଭିନନ୍ଦନଙ୍କର ପିଲାବେଳ ଏହି ସ୍ଥାନରୁ ଆରମ୍ଭ ହୋଇଥିଲା । ତାଙ୍କର କେତେକ ସାଥି ଜୋଧପୁର ଏୟାର ବେସରେ ବିଭିନ୍ନ ସ୍କ୍ୱାଡ୍ରନରେ କାମ କରୁଛନ୍ତି । ଅଭିନନ୍ଦନଙ୍କର ମା ସୋଭା ଜଣେ ଡାକ୍ତର ଅଟନ୍ତି ।

ଅଭିନନ୍ଦନ ବୀକାନେରର ନାଲ ଏୟାରଫୋର୍ସ ଷ୍ଟେସନରେ ୩ ବର୍ଷ ରହିଥିଲେ । ପାଖାପାଖି ୨.୫ ବର୍ଷ ପୂର୍ବରୁ ହିଁ ତାଙ୍କର ଏଠି ବଦଳି ହୋଇଥିଲା ।

ପୋଷ୍ଟଟି ଭଲ ଲାଗିଲେ ସେଆର କରନ୍ତୁ ଇ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।