ଯାତ୍ରୀଙ୍କୁ ନେଇ ରାସ୍ତାରେ ଆଗକୁ ବାଢୁଥିଲା ବସ୍ । ସେହି ସମୟରେ ଅଚାନକ କେଉଁଠାରୁ ଧାଇଁ ଆସସିଲା ଏକ ଦନ୍ତା ହାତୀ । ଡ୍ରାଇଭର ଜଣକ କଣ କରିବେ ମୁଣ୍ଡକୁ କିଛି ବୁଦ୍ଧି ଜୁଟୁ ନଥାଏ । ଅଟକିଯିବ ନା ଆଗକୁ ବଢିବ ଏମିତି ଦ୍ଵନ୍ଦ ମଧ୍ୟରେ ଆହୁରି ନିକଟତର ହୋଇ ଯାଇଥିଲା ଦନ୍ତା ହାତୀଟି । ଆଉ ଶେଷରେ କୌଣସି ଉପାୟ ନପାଇ ଯାତ୍ରୀବାହୀ ବସ୍ କୁ ଆଗକୁ ବଢାଇ ନେଇଥିଲା ଡ୍ରାଇଭର । କିନ୍ତୁ ଦନ୍ତା ହାତୀଟି ବି ଛାଡିବା ମୁଡ୍ ରେ ନଥିଲା ।
ବସ୍ ଚାଲି ଯାଉଥିବା ଦେଖି ତା’ ପଛରେ ଗୋଡାଇବା ଆରମ୍ଭ କରି ଦେଇଥିଲା । ବସ୍ ଆଗକୁ ଆଗକୁ ମାଡି ଚାଲିଥିଲା ଆଉ ପଛେ ପଛେ ଗୋଡାଉଥିଲା ହାତୀ । ଶେଷରେ ସ୍ଥିତି ଏମିତି ହେଲା ଯେ ହାତୀଟି ଶୁଣ୍ଢରେ ବସ୍ କୁ ଠେଲିବା ଆରମ୍ଭ କରିଦେଲା । ଆଖପାଖରେ ଥିବା ଲୋକେ ଏହି ଦୃଶ୍ୟ ଦେଖୁଥିଲେ ଆଉ ମୋବାଇଲରେ ଭିଡିଓ ମଧ୍ୟ ଉତ୍ତୋଳନ କରୁଥିଲେ । କିନ୍ତୁ ହାତୀକୁ ରୋକିବା ପାଇଁ ତଥା ଯାତ୍ରୀ ମାନଙ୍କୁ ସାହାଯ୍ୟ କରିବା ପାଇଁ କାହା ପାଖରେ କିଛି ବାଟ ନଥିଲା ।
ଏହିପରି ଏକ ଭୟଙ୍କର ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକି ଦେଖିବାକୁ ଏକଦମ ଭୟଙ୍କର ଲାଗୁଛି । ବସ୍ ରେ ବସିଥିବ ଯାତ୍ରୀମାନଙ୍କ ଜୀବନ ସତେ ଯେମିତି ଖଣ୍ଡାଧାରରେ ଝୁଲୁଥିଲା । ମୟୂରଭଞ୍ଜ ଜିଲ୍ଲାର ରାସ ଗୋବିନ୍ଦପୁର ରେଞ୍ଜର ଟିକପଦାରେ ଦେଖିବାକୁ ମିଳିଛି ହାତୀ ମାନଙ୍କ ପ୍ରାଦୁର୍ଭାବର ଏଭଳି ଭୟାନକ ଚିତ୍ର ।
ବାଲେଶ୍ଵର ଜିଲ୍ଲା ଓଲମରାରୁ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍ ମୟୂରଭଞ୍ଜର ରାସ ଗୋବିନ୍ଦପୁର ପଟେ ଆସୁଥିବା ବେଳେ ଘଟିଥିଲା ଏଭଳି ଘଟଣା । ଭାଇରାଲ ହେଉଥିବା ଭିଡିଓରେ ଦନ୍ତା ହାତୀ ଉକ୍ତ ଯାତ୍ରୀବାହୀ ବସ୍ ଟିକୁ ବେଶ କିଛି ଦୂର ଠେଲି ନେଉଥିବାର ଆପଣ ଦେଖି ପାରୁଥିବେ । ତେବେ ଏହି ଭୟଙ୍କର ଘଟଣାରେ ବସ୍ ର କିଛି କାଚ ଭାଙ୍ଗି ଯାଇଥିବା ବେଳେ ବସ୍ ର ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି ।
ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଉପଦ୍ରବକୁ ନେଇ ଲୋକେ ଖୁବ ଭୟଭୀତ ଅଛନ୍ତି । ବନ ବିଭାଗ ପକ୍ଷରୁ ମଧ୍ୟ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।