ଏହି କାରଣରୁ ଭଗବାନ ଶ୍ରୀ ରାମଙ୍କୁ କୁହାଯାଏ ମର୍ଯ୍ୟାଦା ପୁରୂଷୋତ୍ତମ ଶ୍ରୀରାମ

ଭଗବାନ ରାମ ଯାହାଙ୍କର ନାମକୁ ବ୍ୟକ୍ତି ଜୀବନର ଆରମ୍ଭ ହେବା ଠାରୁ ନେଇ ଶେଷ ପର୍ଯ୍ୟନ୍ତ ନେଇଥାଏ । ଯଦି ଆମେ ମର୍ଯ୍ୟାଦା ପୁରୂଷୋତ୍ତମ ଶ୍ରୀରାମଙ୍କର ଜୀବନ ଉପରେ ନଜର ପକାଇବା ଓ ତାଙ୍କର ଗୁଣକୁ ନିଜ ଜୀବନରେ ଆପଣାଇବା ତେବେ ଆମର ଜୀବନ ବି ସୁଖମୟ ହୋଇଯିବ । ଆଜି ଆମେ ଆପଣଙ୍କୁ ଭଗବାନ ରାମଙ୍କର ଜୀବନର କିଛି ଏମିତି ହିଁ ଗୁଣ ବିଷୟରେ ସୂଚନା ଦେବୁ । ତେବେ ଚାଳନ୍ତୁ ଜାଣିବା କେଉଁ ଗୁଣ ଯୋଗୁ ତାଙ୍କୁ ମର୍ଯ୍ୟାଦା ପୁରୂଷୋତ୍ତମ ଶ୍ରୀରାମ କୁହାଯାଏ ।

ଏହି ଗୁଣ ଗୁଡିକ କରିଥିଲା ମର୍ଯ୍ୟାଦା ପୁରୂଷୋତ୍ତମ

କହିଦେଛୁ ଯେ ଭଗବାନ ରାମ ନିଜର ଆଦର୍ଶ ଚରିତ୍ର ପାଇଁ ଜଣା ଯାଆନ୍ତି । ଭଗବାନ ଶ୍ରୀରାମଙ୍କୁ ଏଥିପାଇଁ ମର୍ଯ୍ୟାଦା ପୁରୂଷୋତ୍ତମ ଏଥିପାଇଁ କୁହାଯାଏ କାରଣ ସେ କୌଣସି ବି ପରିସ୍ଥିତିରେ ନିଜର ମର୍ଯ୍ୟାଦାକୁ ଛାଡନ୍ତି ନାହିଁ । ସେ ନିଜର ଅଲୌକିକ ସ୍ୱଭାବ, ଅଦ୍ଭୁତ କାର୍ଯ୍ୟ, ଉତ୍ତମ ଶୈଳୀ, ଅଦ୍ୱିତୀୟ ବୀରତା, ଅନୁକରଣୀୟ ସହନଶୀଲତା, ବୀନମ୍ରତା, ଧର୍ମ – ପ୍ରିୟତା, ପରୋପକାର, ସ୍ୱାର୍ଥ-ତ୍ୟାଗ କାରଣରୁ ଲୋକମାନଙ୍କ ମନରେ ନିଜ ପ୍ରତି ପ୍ରେମ ଜଗାଇଥିଲେ ।

ତୁଲସୀଦାସ ପ୍ରାରମ୍ଭ କରିଥିଲେ ରାମଳୀଳା

କହିଦେଛୁ ଯେ ରାମଚରିତ ମାନସର ପ୍ରଚାର-ପ୍ରସାର ପାଇଁ ତୁଳସୀଦାସ ହିଁ ରାମଳୀଳାର ଆରମ୍ଭ କରିଥିଲେ । ତୁଲସୀଦାସ ରାମଳୀଳା ପୂର୍ବରୁ ବି ରାମ କଥାର ଗାନ କରୁଥିଲେ ଓ କହିଦେଛୁ ଯେ ବାଲ୍ମୀକି ରାମାୟଣର ଲବକୁଶ ରାମକଥାର ଗାନ କରୁଥିଲେ ।

କେତେ ପ୍ରକାରର ହୋଇଥାଏ ଲୀଳା

ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖିଲେ ତେବେ ଲୀଳା ତିନି ପ୍ରକାର ହୋଇଥାଏ –

ନିତ୍ୟ ଲୀଳା – ଏହା ପ୍ରତ୍ୟକ ବ୍ୟକ୍ତିର ଜୀବନରେ ଦିନ – ପ୍ରତିଦିନ ଘଟୁଛି ।

ଅବତାର ଲୀଳା – ଏଥିରେ ଇଶ୍ଵର ମାନବ ଜାତିର କଲ୍ୟାଣ ପାଇଁ ପୃଥିବୀରେ ଜନ୍ମ ନିଅନ୍ତି ।

ଅନୁକରଣ ଲୀଳା – ଏହି ଲୀଳା ଜରିଆରେ ମନୁଷ୍ୟ ଇଶ୍ଵରର ଅବତାରକୁ ଅନୁକରଣ କରିବାର ପ୍ରୟାସ କରିଥାଏ ।

କେବଳ ଦୁଷ୍ଟର କରିଲେ ଅନ୍ତ, ଉଠାଇଲେ ନାହିଁ କୌଣସି ଲାଭ

କହିଦେଉଛୁ ଯେ ଶ୍ରୀରାମ ସବୁବେଳେ ଅନ୍ୟ ବ୍ୟକ୍ତିଙ୍କର ଭଲ ପାଇଁ ହିଁ କାମ କରିଛନ୍ତି । ସେ ନିଜର ଜୀବନରେ କୌଣସି ନିଜର ଲାଭ ପାଇଁ କାମ କରି ନାହାନ୍ତି । ସେ ନିଜର ରାଜ୍ୟକୁ ଭାଇମାନଙ୍କୁ ଦେଇ ୧୪ ବର୍ଷ ପାଇଁ ବନବାସ ଚାଲିଯାଇଥିଲେ । ଫେରି ଆସି ସେ କେବଳ ପ୍ରଜାମାନଙ୍କର ଭଲ ପାଇଁ ହିଁ ଚିନ୍ତା କରିଲେ ଓ ତାଙ୍କର ଦୁଖର ନିବାରଣ କରିଲେ ।

ବିଦେଶରେ ବି ରାମ ନାମର ଧୂମ

କହିଦେଛୁ ଯେ ମର୍ଯାଦା ପୁରୂଷୋତ୍ତମ ରାମଙ୍କର ନାମର ଧୂମ କେବଳ ଭାରତରେ ନୁହେଁ ଆପିତୁ ବିଦେଶରେ ବି ଅଛି । ପୁରା ବିଶ୍ଵରେ ଏମିତି ବହୁତ ଦେଶ ଅଛି ଯେଉଁଠି ତାଙ୍କର ଜୀବନ ଲୀଳା କରାଯାଇଥାଏ । ସୁମାତ୍ରା, ଜାଭା, କୋରିୟା, ମଲେଶିୟା ଆଦି ଅନେକ ଦେଶରେ ଅତି ପ୍ରାଚୀନ କାଳରୁ ହିଁ ରାମକଥା ପ୍ରଚଳିତ ହେଉଛି । କହିଦେଛୁ ଯେ କେତେକ ଦେଶର ଲୋକମାନେ ରାମଳୀଳା କରିଥାନ୍ତି ଯେଉଁମାନେ ହିନ୍ଦୁ ଧର୍ମର ବି ନୁହନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।