ଆପଣ ଅନେକ ସ୍ତ୍ରୀ ଲୋକଙ୍କର ଜାଆଁଳା ପିଲା ଜନ୍ମ ହେବାର ଦେଖିଥିବେ । ଏହି ପିଲାମାନେ ପ୍ରାୟତଃ ଦେଖିବାକୁ ଏକାପରି ହୋଇଥାନ୍ତି । କିନ୍ତୁ ବହୁତ କମ୍ ମାମଲାରେ ଏମାନେ ଦେଖିବାକୁ ଭିନ୍ନ ହୋଇଥାନ୍ତି । ତେବେ ଆପଣ କଣ ଜାଣନ୍ତି କି ଏମିତି କଣ କାରଣ ରହିଛି ଯେଉଁଥି ପାଇଁ ଏପରି ଜାଆଁଳା ପିଲା ଜନ୍ମ ହୋଇଥାନ୍ତି ? ତେବେ ଆଜି ଆମେ ଜାଣିବା ଗର୍ଭବତୀ ମହିଳାମାନେ ଗର୍ଭଧାରଣ ପୂର୍ବରୁ ବା ପରେ ଏମିତି କେଉଁ ଭୁଲ କରିଥାନ୍ତି ଯେଉଁଥି ପାଇଁ ତାଙ୍କ ଗର୍ଭରେ ଜାଆଁଳା ପିଲାଙ୍କ ଉତ୍ପତ୍ତି ହୋଇଥାଏ ।
ଗାଁ ଗହଳି ମାନଙ୍କରେ ପ୍ରାୟତଃ ମାନାଯାଏ କି ଯଦି ଗର୍ଭବତୀ ଥିବା ବେଳେ ବ ହେବ ପୂର୍ବରୁ ମହିଳା ଜାଆଁଳା ଫଳ ଖାଇ ଦେଇଥାନ୍ତି ତେବେ, ସେମାନଙ୍କର ଜାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । କିନ୍ତୁ ବୈଜ୍ଞାନିକ ମାନେ ଅନେକ ଗବେଷଣା ପରେ ବିଶେଷଜ୍ଞ ମାନଙ୍କ ଦ୍ଵାରା ଏହାର କାରଣ ବାହାର କରିଛନ୍ତି । କଣ ପାଇଁ ଗୋଟିଏ ଶୂକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଭ୍ରୁଣରେ ମିଶିଥାଏ ଓ ଜାଆଁଳା ସନ୍ତାନଙ୍କ ଜନ୍ମ ହୋଇଥାଏ ।
ଯେଉଁ ମହିଳାମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି କିମ୍ବା ଗର୍ଭପାତ ମଧ୍ୟ କରିଥାନ୍ତି ସେମାନଙ୍କ ଥରେ ଜାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ଅଧିକ ଥାଏ । କାରଣ ଗର୍ଭ ନିରୋଧକ ସେବନ କରିବା ଦ୍ଵାରା ସେମାନଙ୍କ ଶରୀରରେ ଫଲିକାଲ ସିମ୍ଯୁଲେଟିଭ ହରମୋନର ମାତ୍ର କମି ଯାଇଥାଏ, ଯାହାଫଳରେ ଶୁକ୍ରାଣୁର ଦ୍ଵିତୀୟ ଅଣ୍ଡକୋଷ ତିଆରି ହୋଇଥାଏ ଓ ଏହା ଦୁତୀ ସନ୍ତାନରେ ଉତ୍ପତ୍ତି ହୋଇଥାଏ ।
ଏହା ବ୍ଯତୀତ ଯେଉଁ ମହିଳାଙ୍କ ପରିବାରରେ ପୂର୍ବରୁ କାହାର ଜନ୍ମ ହୋଇଥାନ୍ତି ତେବେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଜାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ । ଯେଉଁମାନେ ଅଧିକ ଆମିଷ ଜାତୀୟ ଖାଦ୍ଯ ଖାଇଥାନ୍ତି ଓ ମୋଟା ହେବା ସହ ଉଚ୍ଚତା ମଧ୍ୟ ଅଧିକ ଥାଏ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଜାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ରହିଥାଏ । କାରଣ ଏମାନଙ୍କ ହରମୋନରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।
ଯେଉଁ ମହିଳାମାନେ ପୂର୍ବରୁ ଦୁଇଟି କିମ୍ବା ତିନୋଟି ସନ୍ତାନ ଜନ୍ମ କରି ସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଜାଆଁଳା ସନ୍ତାନ ଜନ୍ମ ହେବାର ଦେଖାଯାଏ । କାରଣ ଏମାନଙ୍କ ଶରୀରରେ ଅଣ୍ଡକୋଷ ନିର୍ମିତ ହେବାର କ୍ଷମତା ବହୁତ ଅଧିକ ବଢି ଯାଇଥାଏ ଏବଂ ଏହା ସୁରକ୍ଷିତ ମଧ୍ୟ ରହିଥାଏ ।
ତେଣୁ ଏମାନଙ୍କ କ୍ଷେତ୍ରରେ ଜାଆଁଳା ସନ୍ତାନ ଜନ୍ମ ହୋଇଥାଏ । ଶେଷରେ ଜାଆଁଳା ସନ୍ତାନ ଜନ୍ମ ହେବାର ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ନେଇଥାଏ ସେଠାକାର ସ୍ଥାନ । ଆମ ଦୁନିଆରେ ସବୁଠାରୁ ଅଧିକ ଜାଆଁଳା ସନ୍ତାନ ଆଫ୍ରିକା ମହାଦେଶରେ ଦେଖାଯାନ୍ତି । ଯାହାର କାରଣ ସେଠାକାର ଜଳବାଯୁ ଏବଂ ବାତାବରଣ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।