“ଡ୍ଯୁଟି କରୁଛନ୍ତି ବୋଲି କଣ ମୁଣ୍ଡ ବିକି ଦେଇଛନ୍ତି ? ମାନବିକତା ନାହିଁ ? ବି କେୟାରଫୁଲ୍…” Ruchika ମା’ଙ୍କ ସହ ଯାହା ହେଲା ଦେଖିଲେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ସାତଦିନ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ରୁଚିକ ତାଙ୍କ ସୁଇସାଇଡ ନୋଟରେ ସ୍ପଷ୍ଟ ଲେଖି ଯାଇଛନ୍ତି କି ତିନିଜଣ ସିନିଅରଙ୍କ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ରୁଚିକା ସେହି ତିନିଜଣଙ୍କର ନାମ ପ୍ରକାଶ କରିନାହାନ୍ତି । ମୃତ୍ୟୁବେଳେ ବି ଦୟା ଦେଖାଇ ଯାଇଛନ୍ତି ରୁଚିକା । ରୁଚିକାଙ୍କ ପିତାମାତାଙ୍କ ଲୁହରେ ହିଁ ସେମାନେ ଭାସିଯିବେ ବୋଲି ସେ ବିଶ୍ବାସ କରି ସେମାନଙ୍କ ନାଁ ହୁଏତ ଲେଖିନାହାନ୍ତି ।

ତାଙ୍କୁ ଆଇନ ହାତରେ ନଟେକି ହୁଏତ ସାରା ବ୍ରହ୍ମାଣ୍ଡର ନ୍ୟାୟକର୍ତ୍ତାଙ୍କ ହାତରେ ରୁଚିକା ସେହି ତିନିଜଣ ଅଭିଯୁକ୍ତଙ୍କୁ ସମର୍ପଣ କରି ଦୁନିଆ ଛାଡି ଚାଲି ଯାଇଛନ୍ତି । ଅକାଳରେ ମେଧାବୀ ଝିଅକୁ ହରାଇ ଦେଲେ ଆଉ ଏବେ ଝିଅ ପାଇଁ ନ୍ୟାୟ ଆଶାରେ ଦିନରାତି ନଖାଇ ନପିଇ ଧାରଣା ଦେଉଛନ୍ତି ରୁଚିକାଙ୍କ ପିତାମାତା ଓ ସମ୍ପର୍କୀୟ । ରୁଚିକା ରହୁଥିବା ବିଜେବି କଲେଜର କାରୁବାକୀ ହଷ୍ଟେଲର ସମସ୍ତ ସିନିଅର ଛାତ୍ରୀଙ୍କୁ ପୋଲିସ ଜେରା କରି ସାରିଥିଲେ ମଧ୍ୟ ଏଯାଏଁ ସେହି ତିନିଜଣ ଛାତ୍ରୀଙ୍କୁ ଧରିବାରେ ସଫଳ ହୋଇ ପାରିନାହିଁ ।

ତଥାପି ଧୈର୍ଯ୍ୟ ହାରି ନାହାନ୍ତି ତାଙ୍କ ମାଆ । ଝିଅ ପାଇଁ ନ୍ୟାୟ ଜିଦ୍ ରେ ବିଜେବି କଲେଜ ଗେଟ୍ ସାମ୍ନାରେ ଜଗି ବସିଛନ୍ତି । ଗତକାଲି କିନ୍ତୁ କିଛି ମହିଳା ପୋଲିସ ରୁଚିକାଅଙ୍କ ମା’ଙ୍କୁ ଟାଣି ଘୋଷାଡ଼ି ସେହି ସ୍ଥାନରୁ ଉଠେଇବାକୁ ଚେଷ୍ଟା କରିଥିଲା । ତାଙ୍କ ସହ ଧାରଣାରେ ବସିଥିବ ସମ୍ପର୍କୀୟ ଓ ଯୁବଗୋଷ୍ଠୀର ନେତ୍ରୀ ପୋଲିସକୁ ଏନେଇ ବିରୋଧ କରିଦେଲେ । ଯାହାଫଳରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିଲା ।

ମହିଳା ପୋଲିସ ଅଧିକାରୀ ନିଜ ଡ୍ଯୁଟି କରୁଛନ୍ତି ବୋଲି କହିଥିଲେ । ଏହାକୁ ନେଇ ସେଠାରେ ଥିବା ମହିଳାମାନେ ପୋଲିସକୁ କଡା ଜବାବ ଦେଇଛନ୍ତି । ସେମାନେ କହିଛନ୍ତି, ଡ୍ଯୁଟି କରୁଛନ୍ତି ବୋଲି କଣ ମୁଣ୍ଡ ବିକି ଦେଇଛନ୍ତି ? ଆପଣଙ୍କ ଠାରେ ମାନବିକତା ନାହିଁ ? ଗୋଟିଏ ମା ତା’ ଝିଅକୁ ହରେଈ ନ୍ୟାୟ ଆଶାରେ ବର୍ଷା ମାଡ ସହି ବସିରହିଛି ଆଉ ଆପଣ ତାଙ୍କୁ ଘୋଷାଡ଼ି କରି ନେବାକୁ ବାହାରୁଛନ୍ତି ? ଯଦି ତାଙ୍କର କିଛି ହୁଏ ତେବେ ଆପଣ ଦାୟୀତ୍ଵ ନେବେ କି ବୋଲି ସେମାନେ ପୋଲିସକୁ ପ୍ରଶ୍ନ କରିଥିଲେ ।

ପୋଲିସ ଏଯାଏଁ ଅପରାଧୀଙ୍କୁ ଧରି ପାରୁନି କିନ୍ତୁ ନ୍ୟାୟ ପାଇଁ ବସିଥିବା ଲୋକଙ୍କୁ ଟଣା ଘୋଷଡା କରୁଛି । ପୋଲିସ ଓ ପ୍ରଶାସନର ଏଭଳି କାର୍ଯ୍ୟକୁ ସେମାନେ ଘୋସ ନିନ୍ଦା କରିଛନ୍ତି । ରୁଚିକାଙ୍କ ମା’ଙ୍କର ଏଭଳି ଅବସ୍ଥା ଦେଖି ଯେକେହି ବି କାନ୍ଦି ପକାଇବ । ତେବେ ତାଙ୍କୁ ଶୀଘ୍ର ନ୍ୟାୟ ମିଳୁ ଆମର ଈଶ୍ବରଙ୍କ ନିକଟରେ ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।