ଏହି ବ୍ୟକ୍ତି ୨୦୦ ଡଲାରରେ ମଗାଇଲେ ଦେଶର ମାଟି, ଯାହା ଦ୍ଵାରା ଦେଶର ମାଟି ଉପରେ ପଡି ପାରିବ ପିଲାର ପ୍ରଥମ ପାଦ

ଆମେରିକା ପାରାଟୃପର ର ଯବାନ ଟୋନି ଟ୍ରେକୋନିଙ୍କ ଇଛା ଥିଲା କି ଯେବେ ତାଙ୍କର ପିଲା ଜନ୍ମ ହେବ ତେବେ ତାଙ୍କ ପିଲାର ପ୍ରଥମ ପାଦ ତାଙ୍କ ଦେଶର ମାଟିରେ ପଡିବ । ହେଲେ ଯେତେବେଳେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ସେତେବେଳେ ତାଙ୍କ ପୋଷ୍ଟିଙ୍ଗ ଇଟାଲୀର ପ୍ରାନ୍ତ ପଡୁଆରେ ହୋଇଥିଲା । ତାଙ୍କୁ ଆଶା ଥିଲା କି ତାଙ୍କ ପତ୍ନୀର ଡେଲିଭରି ହେବା ପୂର୍ବରୁ ସେ ତାଙ୍କ ଦେଶକୁ ଫେରିଯିବେ । ହେଲେ ବଡ ଦୁଃଖର କଥା ଏହା ହେଲା ନାହିଁ । ଯାହା ପରେ ଟିନୋ ଏମିତି କିଛି କାମ କରିଲେ ଯାହା ବିଷୟରେ କେହି ବି ଚିନ୍ତା କରି ନଥିବେ ।

ଟୋନି ତାଙ୍କ ପତ୍ନୀର ଡେଲିଭରି ହେବାର ଏକ ମାସ ପୂର୍ବରୁ ନିଜ ଦେଶ ଟେକ୍ସାସର ମାଟିକୁ ଇଟାଲୀକୁ ମଗାଇଥିଲେ । ଯାହାଫଳରେ ଯେବେ ତାଙ୍କ ପିଲା ଜନ୍ମ ହେବ, ତେବେ ତା’ର ପ୍ରଥମ ପାଦ ତାଙ୍କ ଦେଶର ମାଟି ଉପରେ ହିଁ ପଡିବ । ତାଙ୍କ ଦେଶର ମାଟିକୁ ମଗାଇବା ପାଇଁ ଟୋନି ତାଙ୍କ ମାତା ପିତାଙ୍କୁ ଯୋଗାଯୋଗ କରିଥିଲେ ।

ସେଠାକାର ମାଟିକୁ ଏକ କଣ୍ଟେନରରେ ଭରି ସିପ ଦ୍ଵାରା ଇଟାଲୀ ପଠାଇବା ପାଇଁ ଟୋନି ତାଙ୍କ ମାତା ପିତାଙ୍କୁ କହିଥିଲେ । ନିଜ ଦେଶର ମାଟିକୁ ଇଟାଲି ନେବା ପାଇଁ ଟୋନିଙ୍କୁ ୨୦୦ ଡଲାର(୧୪ ହଜାର ଟଙ୍କା) ଖର୍ଚ୍ଚ କରିବାକୁ ପଡିଥିଲା ।

ଯେବେ ତାଙ୍କ ପିଲାର ଜନ୍ମ ହେବାର ତାରିଖ ପାଖେଇ ଆସିଲା ସେତେବେଳେ ଟୋନି ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ବେଡ ତଳେ ତାଙ୍କ ଦେଶର ମାଟିକୁ ଲୁଚାଇ ରଖି ଦେଇଥିଲେ । ପିଲାଟି ଜନ୍ମ ହେବା ପରେ ଟୋନି ଯାହା ଚାହୁଁଥିଲେ ତାହା ହିଁ ହେଲା । ତାଙ୍କ ପିଲା ଜନ୍ମ ହେବା ପରେ ପିଲାର ପ୍ରଥମ ପାଦ ତାଙ୍କ ନିଜ ଦେଶର ମାଟି ଉପରେ ପଡିଥିଲା ।

ଏହି ବିଷୟରେ ଟୋନି କହିଛନ୍ତି କି “ପୂର୍ବ ବର୍ଷ ଜୁଲାଇ ମାସରେ ମୋ ପୁଅ ଚାର୍ଲ୍ସରେ ଜନ୍ମ ହୋଇଥିଲା । ତାର ଜନ୍ମ ହେବା ପରେ ମୁଁ ଏକ ଟ୍ଵିଟ ମଧ୍ୟ କରିଥିଲି । ମୋର ଏହି ଟ୍ଵିଟ କିଛି ଖାସ ବ୍ୟକ୍ତି ମାନଙ୍କ ପାଇଁ ଥିଲା” । ସେ କହିଛନ୍ତି କି ଚାର୍ଲ୍ସ ଜନ୍ମ ହେବା ପରେ ସେ ତାଙ୍କ ଦେଶର ମାଟି ମଗାଇଥିଲେ ଓ ତାଙ୍କ ପୁଅର ପାଦ ପ୍ରଥମେ ତାଙ୍କ ମାଟି ଉପରେ ପଡିଥିଲା ।