ଦିନରେ ଘରଭଡା ବାବଦକୁ ଟଙ୍କା ଆଉ ରାତି ହେଲେ dehabhada ଟଙ୍କା, ଏମିତି କରି ରାତିରେ ଯାଇ ହାତିଏ ଆଣୁଥିଲେ ଠକ Archana…

ଭଡାରେ ଚାଲିଥିଲା ରାଜଧାନୀର ଠକ ସ୍ଵାମୀ ଓ ସ୍ତ୍ରୀଙ୍କ ପାପ ଟଙ୍କାରେ ତୋଳିଥିବା ରାଜପ୍ରସାଦ । କେତେବେଳେ ଘରକୁ ଭଡାରେ ଲଗାଉଥିଲେ ତ ଆଉ କେତେବେଳେ ନିଜ ଦେହକୁ ବି ଭଡା ଲଗାଉଥିଲେ । ଏମିତି କରି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ ଉଭୟ ସ୍ଵାମୀ ସ୍ତ୍ରୀ । ସେହି ଭଡା ଟଙ୍କାରେ ଗଢି ତୋଳିଥିଲେ ଶଙ୍ଖ ମଲମଲ ରାଜଉଆସ । ସେହି ଟଙ୍କାରେ ଘର ସହ ରାତି ବି ରଙ୍ଗୀନ କରୁଥିଲେ । ଅର୍ଚ୍ଚନାଙ୍କ ରାଜମହଲ ଭଳି ଘର ଦିନରେ ଭଡା ଲାଗୁଥିଲା । ଆଉ ଏହାର ଦାମ ଥିଲା ୨୦ ହଜାର ଟଙ୍କା ।

ଆଉ ରାତି ହେଲେ ଅର୍ଚ୍ଚନା ଓ ତାଙ୍କ ସାଙ୍ଗସାଥି ମାନେ ମଧ୍ୟ ଭଡାରେ ଲାଗୁଥିଲେ । ଯାହାର ଦାମ ୫୦ ହଜାରରୁ ଲକ୍ଷେ ଟଙ୍କା ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କହି ରଖିବାକୁ ଚାହୁଁଛୁ କି, ସିନେମା ପ୍ରଯୋଜକମାନେ ତାଙ୍କ ଘରକୁ ଶୁଟିଙ୍ଗ ପାଇଁ ଭଡାରେ ନେଉଥିଲେ । ସିନେମା, ସିରିଏଲ ଓ ୱେବସିରିଜ ସବୁ ତାଙ୍କ ଘରେ ଶୁଟିଙ୍ଗ ହେଉଥିଲା । ଆଉ ଘର ବାବଦକୁ ଦିନକୁ ୨୦ ହଜାର ଟଙ୍କା ନେଉଥିଲେ ଘର ମାଲିକାଣୀ ଅର୍ଚ୍ଚନା ନାଗ ।

ଆଉ ସବୁଠୁ ବଡ କଥା ହେଉଛି ଭଡାକୁ ଛାଡି ବିଜୁଳି ମଧ୍ୟ ଅଲଗା ଦେଉଥିଲେ ପ୍ରଯୋଜକ । ଆଉ ସେହି ସମୟରେ ଯଦି ମନ ଦିଆ ନିଆ ହେଲା ତେବେ ସେ ରାତି ପ୍ରଯୋଜଙ୍କ ସହ ରଙ୍ଗୀନ ହେଉଥିଲା ସେହି ଘରେ । ହେଲେ ଆହୁରି ଅଧିକା ଭଡାରେ । ଆଉ ରାତି ପାହି ସକାଳ ହେଲା ବେଳକୁ ଲୋକେ କୁହନ୍ତି କି, ରାତିରେ ଯାଇ ହାତିଏ ଆଣିଲା ।

ଏମିତି ଧୀରେ ଧୀରେ କରି ବଢି ବଢି ଚାଲିଲା ଅର୍ଚ୍ଚନାର ମିଛ ସାମ୍ରାଜ୍ୟ । ଯେଉଁଥି ପାଇଁ ଏତେ କମ୍ ସମୟ ଭିତରେ କୋଟି କୋଟି ଟଙ୍କା ରୋଜଗାର କରିପାରିଲେ ଅର୍ଚ୍ଚନା । ଏତେ ଶୀଘ୍ର ସେ ଅମାପ ସମ୍ପତ୍ତିର ଅଧିକାରିଣୀ ହୋଇଗଲେ ଯେ ଏକଥା କେହିବି ସହଜରେ ଗ୍ରହଣ କରି ପାରୁନାହାନ୍ତି । ଅର୍ଚ୍ଚନାଙ୍କ ଠାରୁ ପୋଲିସକୁ ଯେଉଁ ପେନଡ୍ରାଇଭ ମିଳିଛି ସେଥିରେ କାହା କାହାର ଫଟୋ ଆଉ ଭିଡିଓ ରହିଛି ଏବେ ତାହାରି ଉପରେ ସମସ୍ତଙ୍କ ନଜର ।

ସେହି ପେନଡ୍ରାଇଭରେ କେଉଁ ପ୍ରଭାବଶାଳୀ ଲୋକଙ୍କର ଫଟୋ ସବୁ ରହିଛି ତାହା ଜାଣିବା ପାଇଁ ସମସ୍ତଙ୍କ ଆଗ୍ରହ ବଢିଚାଲିଛି । ତେବେ ଦେଖିବାକୁ ବାକି ରହିଲା ସେହି ସବୁ ଫଟୋ ଆଉ ଭିଡିଓ କେବେ ସାମ୍ନାକୁ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।