ଧୋନୀଙ୍କୁ କ୍ୟାପଟେନ କରିବାରେ ଥିଲା ଏହି ମହାନ ଖେଳାଳୀଙ୍କ ହାତ, ନହେଲେ ଧୋନି ହେଇପାରି ନଥାନ୍ତେ କ୍ୟାପଟେନ

ଧୋନି କିପରି ଭାରତୀୟ ଦଳର କ୍ୟାପଟେନ ହେଲେ ଏଥିରେ ତାଙ୍କୁ କିଏ ସହଯୋଗ କରିଥିଲେ ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ । କଣ ଆପଣ ଜାଣନ୍ତି କି ଧୋନି କ୍ୟାପଟେନ ହେବାରେ ଜଣେ ମହାନ ଖେଳାଳୀଙ୍କର ହାତ ଥିଲା । ଦୁଇଟି ୱାର୍ଲଡ଼ କପ ଟ୍ରଫି, ଗୋଟିଏ ଆଇସିସି ଚାମ୍ପିୟନ୍ସ ଟ୍ରଫି, ୨୦୦ ଏକ ଦିବାସୀୟ ରେ ୧୧୦ ଟି ମ୍ୟାଚ ରେ ଜିତ । ଏହା ଧୋନୀଙ୍କର କ୍ୟାପଟେନ ବେଳର ରେକର୍ଡ ଅଟେ । ୨୦୦୭ ୱାର୍ଲଡ଼ କପ ର ପ୍ରଥମ ଚରଣରୁ ବାହାରି ଯାଇଥିବା ରୁ ଭାରତୀୟ ଦଳ ବହୁତ ନିରାସ ଜନକ ପରିସ୍ଥିତିରେ ଥିଲା ।

ପାଞ୍ଚ ଜଣ କ୍ରିକେଟର ସଚିନ ଟେନ୍ଦୁଲକର, ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହେବାଗ, ଜାହିର ଖାନ ଓ ଇରଫାନ ପଠାନଙ୍କୁ ବାଙ୍ଗଳାଦେଶ ସିରିଜରୁ ଜାଣିଶୁଣି ଆରାମ ଦିଆଯାଇଥିଲା । ଏହି ସମୟରେ ଭାରତୀୟ କୋଚ୍ କ୍ରେଗ ଚାପେଲଙ୍କ ସହ କିଛି ଖେଳାଳିଙ୍କ ମନାନ୍ତର ହୋଇଥିଲା । କ୍ରେଗ ଚାପେଲ ସଚିନଙ୍କ ଖେଳକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ କ୍ରେଗ ଚାପେଳଙ୍କୁ କୋଚ୍ ପଦରୁ ବାହାର କରାଯାଇଥିଲା ଏବଂ ସଚିନ ସନ୍ୟାସ ନେବା ପାଇଁ ଭାବୁଥିଲେ ।

ନିରାସାର ଏହି ସମୟରେ ଭାରତୀୟ କ୍ରିକେଟ ଦଳକୁ ଏକ ଏମିତି ଏକ ଖେଳାଳୀର ଆବଶ୍ୟକ ଥିଲା ଯେକି ଏହି ସମୟରେ ଦଳକୁ ଏକ ମଜବୁତ ସ୍ଥିତିକୁ ଆଣି ପାରିବ ଓ ଖେଳାଳିଙ୍କ ମନୋବଳ ଦୃଢ କରିବ । ଏହି ସମୟରେ ଯୁବ ଖେଳାଳି ଧୋନୀଙ୍କୁ ଭାରତୀୟଟି ୨୦ ଦଳର କ୍ୟାପଟେନ କରାଯାଇଥିଲା । ଏହାପରଠୁ ଭାରତୀୟ କ୍ରିକେଟ ଦଳର ଭବିଷ୍ୟ ହିଁ ବଦଳିଗଲା । ସେ ତାଙ୍କର ଏହି କ୍ୟାପଟେନ ପଦ ବଳରେ ଭାରତକୁ ୨୦୦୭ ରେ ୨୦ଟି ୱାର୍ଲଡ଼ କପରେ ବିଜୟୀ କରାଇଥିଲେ ।

ଏହାପରେ ଧୋନୀଙ୍କୁ ଭାରତୀୟ ଏକଦିବସୀୟ କ୍ରିକେଟ ଦଳର କ୍ୟାପଟେନ କାରାଗଲା । ଏହା ପଛରେ ଏକ ବଡଖେଳାଳୀଙ୍କର ଅବଦାନ ଥିଲା ତାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ସମସ୍ତେ ଭାବନ୍ତି କି ଏଥିରେ କେବଳ ସଚିନ ଙ୍କର ହାତ ଥିଲା କିନ୍ତୁ ନା ତାହା ନୁହେଁ । ରାହୁଲ ଦ୍ରଭିଡ ହିଁ ଜଣେ ଖେଳାଳି ଥିଲେ ସେ ଧୋନୀଙ୍କୁ କ୍ୟାପଟେନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏହି ସମୟରେ ସଚିନ, ଗାଙ୍ଗୁଲି, ଦ୍ରଭିଡ ଟି ୨୦ ୱାର୍ଲଡ଼ କପରେ ଖେଳିବାକୁ ଚାହୁଁଥିଲେ । ସେହି ସମୟରେ ଟେଷ୍ଟ ଓ ଏକ ଦିବାସୀୟ ଖେଳର କ୍ୟାପଟେନ ଥିଲେ ଯେକି ସିନିଆର ଖେଳାଳିଙ୍କ ସହ କଥା ହେଲେ ଓ କହିଲେ ରୋହିତ ଶର୍ମା ଓ ଗୌତମ ଗମ୍ଭୀର ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ ।

ସେହି ସମୟର ଚୟନକର୍ତାର ଚେୟାର ମାନ ଦିଲୀପ ଭେନଂଶରକାରଙ୍କ ସହ ମତଭେଦ ହେବା କାରଣରୁ ରାହୁଲ ଦ୍ରାଭିଡ କ୍ୟାପଟେନ ଶିପ ଛାଡିଦେଲେ । ତତ୍କାଳୀନ ବିସିସିଆଇର ପ୍ରେସିଡେଣ୍ଟ ଶରତ ପାୱାର ସଚିନଙ୍କୁ କ୍ୟାପଟେନ ଶିପ କରିବା ପାଇଁ କିନ୍ତୁ ସେହି ସମୟରେ ସଚିନ ଧୋନୀଙ୍କୁ କ୍ୟାପଟେନ କରିବା ପାଇଁ ସୁପାରିଶ କରିଥିଲେ । କିନ୍ତୁ ଧୋନୀଙ୍କୁ କ୍ୟାପଟେନ କାରଣରୁ ରାହୁଲ ଦ୍ରାଭିଡ କ୍ୟାପଟେନ ଶିପ ଛାଡିଦେଲେ ।

ତତ୍କାଳୀନ ବିସିସିଆଇର ପ୍ରେସିଡେଣ୍ଟ ଶରତ ପାୱାର ସଚିନଙ୍କୁ କ୍ୟାପଟେନ ଶିପ କରିବା ପାଇଁ କିନ୍ତୁ ସେହି ସମୟରେ ସଚିନ ଧୋନୀଙ୍କୁ କ୍ୟାପଟେନ କରିବା ପାଇଁ ସୁପାରିଶ କରିଥିଲେ । କିନ୍ତୁ ଧୋନୀଙ୍କୁ କ୍ୟାପଟେନ କରିବାର କାହାଣୀ ଲୋକଙ୍କୁ ଜଣା ନଥିଲା କି ଧୋନୀଙ୍କୁ କ୍ୟାପଟେନ କରାଇବାରେ ସଚିନ ଓ ଦ୍ଦ୍ରାଭିଡ ଙ୍କର ହାତ ଥିଲା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।