ଗତ କିଛିଦିନ ତଳେ ବିବାହ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି ଭାରତର ସୁପରିଚିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ନିର୍ବନ୍ଧର ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ସାରା ଉଭୟଙ୍କୁ ନେଇ ଟ୍ରୋଲ କରାଯାଉଛି । କାରଣ ଅନନ୍ତ ପୂର୍ବରୁ 108 କିଲୋ ଓଜନ ଘଟାଇଥିବା ବେଳେ ଏବେ ପୁଣି ଥରେ ପୂର୍ବ ଭଳି ମୋଟା ହୋଇ ଯାଇଛନ୍ତି । ଅନ୍ୟପଟେ ରାଧିକା ଦେଖିବାକୁ ଏକଦମ ହିରୋଇନ ଭଳି ।
ତେଣୁ ଧନ ପାଇଁ ରାଧିକା ଅନନ୍ତଙ୍କ ଭଳି ମୋଟା ସ୍ଵାମୀକୁ ବାହା ହେବା ପାଇଁ ରାଜି ହୋଇଥିବା କହି ଲୋକେ ଟ୍ରୋଲ କରୁଛନ୍ତି । ପଇସା ଥିଲେ ସବୁ ସମ୍ଭବ ବୋଲି ଅନେକ କମେଣ୍ଟ ଦେଉଛନ୍ତି । ରାଧିକା ଓ ଅନନ୍ତଙ୍କ ନିର୍ବନ୍ଧ ନାଗଦ୍ବାରାର ଶ୍ରୀନାଥଜୀ ମନ୍ଦିରରେ ଭବ୍ୟ ରୂପେ ଆୟୋଜିତ କରା ଯାଇଥିଲା । ଅନନ୍ତ ଓ ରାଧିକ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଏହି ନିର୍ବନ୍ଧର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଥିଲା । ବାସ୍ ତା’ପରେ ରାଧିକାଙ୍କୁ ଟ୍ରୋଲ କରିବାରେ ଲାଗି ପଡିଥିଲେ କିଛି ବ୍ୟକ୍ତି ।
ଅନନ୍ତଙ୍କ ମୋଟାପାକୁ ନେଇ ସମସ୍ତେ ରାଧିକାଙ୍କୁ ଟ୍ରୋଲ କରିବାରେ ଲାଗି ପଡିଥିଲେ । ଉଭୟଙ୍କ ଯୋଡିକୁ ନେଇ ସୋସିଆଲ ମିଡିଆ ସାରା ଅନେକ ମିମ୍ସ ମଧ୍ୟ ଘୁରି ବୁଲିଥିଲା । ଅନନ୍ତ ଏବଂ ରାଧିକା ଉଭୟ ପିଲାଦିନର ବନ୍ଧୁ ହୋଇଥିବା ବେଳେ ସେମାନେ ପ୍ରେମ ସମ୍ପର୍କରେ ମଧ୍ୟ ଥିଲେ । ଅନନ୍ତଙ୍କ ଓଜନ ବଢିବାକୁ ଲାଗିଲା ବେଳେ ମଧ୍ୟ ରାଧିକା ତାଙ୍କ ସାଥିରେ ଥିଲେ ।
ଅନନ୍ତଙ୍କ ପ୍ରେମ କରୁଥିବା ରାଧିକାଙ୍କ ଉପରେ ଅନନ୍ତଙ୍କ ମୋଟାପାକୁ ନେଇ କୌଣସି ଫରକ ପଡି ନଥିଲା । ରାଧିକା ମର୍ଚ୍ଚାଣ୍ଟ ପଇସା ପାଇଁ ନୁହେଁ ବରଂ ମନ ମିଶିବାରୁ ଅନନ୍ତଙ୍କୁ ବିବାହ କରୁଛନ୍ତି ବୋଲି ଜବାବ ଦେଇଛନ୍ତି ଅନନ୍ତଙ୍କ ମା’ ନୀତା ଅମ୍ବାନୀ । କାରଣ ରାଧିକା ନିଜେ ମଧ୍ୟ କୋଟି କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ରାଧିକା ମର୍ଚ୍ଚାଣ୍ଟ ହେଉଛନ୍ତି ବିଜନେସମ୍ୟାନ ବିରେନ ମର୍ଚ୍ଚାଣ୍ଟ ଏବଂ ସାଲା ମର୍ଚ୍ଚାଣ୍ଟଙ୍କ ଝିଅ ।
ରାଧିକା ଓ ଅନନ୍ତ ଯଦି ଦୁହେଁ ପରସ୍ପର ସହ ଖୁସି ଅଛନ୍ତି ତେବେ ଅନ୍ୟ କେହି ତାଙ୍କ ସମ୍ପର୍କକୁ ନେଇ କମେଣ୍ଟ କରିବା ବିଲକୁଲ ମଧ୍ୟ ଉଚିତ୍ ନୁହେଁ । ଅନନ୍ତ 2016ରେ ନିଜ ଓଜନ ହ୍ରାସ କରାଇଥିଲେ । କିନ୍ତୁ ଆଜମା ରୋଗ ଯୋଗୁଁ ତାଙ୍କ ଓଜନ ପୁଣି ଥରେ ବଢି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।