CM Yogi ଙ୍କ ଦିୱାନା ହେଲେ ଋଷ ଆଉ ବ୍ରିଟେନ, ଏଥିରୁ ଜାଣିଯିବେ ଭାରତର ତାକତ କେତେ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କୁ ସାରା ଭାରତରେ ସମସ୍ତେ ଚିହ୍ନନ୍ତି । କିନ୍ତୁ ଏବେ ବ୍ରିଟେନ ପରି ଦେଶ ବି ୟୋଗୀ ଆଦିତ୍ୟନାଥଙ୍କ ଦିୱାନା ହୋଇ ଯାଇଛି । ଭାରତରେ ବ୍ରିଟେନର ହାଇ କମିଶନର ଆଲେକ୍ସ ଏଲିସ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଭେଟିବାକୁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି । ବ୍ରିଟେନ ହାଇ କମିଶନର ଆଲେକ୍ସ ଏଲିସ ଲଗାତାର ଦ୍ଵିତୀୟ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିବା ନେଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ବ୍ରିଟେନ ତରଫରୁ ଏକ ସରକାରୀ ବୟାନ ମାଧ୍ୟମରେ ଏନେଇ ସୂଚନା ମିଳିଛି । ବ୍ରିଟେନ ହାଇ କମିଶନର କହିଛନ୍ତି କି, ୨୦୨୧ରେ ଭାରତ ଓ ବ୍ରିଟେନର ପ୍ରଧାନମନ୍ତ୍ରୀ ମାନଙ୍କ ମଧ୍ୟରେ ୧୦ ବର୍ଷ ପାଇଁ ଏକ ରୋଡ ମ୍ୟାପକୁ ନେଇ ସହମତି ପ୍ରସ୍ତୁତ ହୋଇଥିଲା । ଯାହା ଅନୁସାରେ ବ୍ରିଟେନ ଉତ୍ତର ପ୍ରଦେଶର ଏକ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ପାର୍ଟନର ବନିବାକୁ ଚାହୁଁଛି । ବ୍ରିଟିଶ ହାଇ କମିଶନର ଆହୁରି କହିଛନ୍ତି କି, ଉତ୍ତର ପ୍ରଦେଶରେ ଅନେକ ବ୍ରିଟିଶ କମ୍ପାନୀ ମାନେ ନିବେଶ କରି ସାରିଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ବ୍ରିଟେନ ବ୍ଯତୀତ ଆହୁରି ଅନେକ ବିଦେଶୀ କମ୍ପାନୀ ଏବେ ଉତ୍ତର ପ୍ରଦେଶରେ ନିବେଶ କରୁଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକା, ଫ୍ରାନ୍ସ, ଜାପାନ ଓ ଜର୍ମାନୀ ଭଳି ଦେଶ ମଧ୍ୟ ସାମିଲ ଅଛନ୍ତି । ସେହିପରି ଋଷ ମଧ୍ୟ ଉତ୍ତର ପ୍ରଦେଶରେ ରକ୍ଷା କ୍ଷେତ୍ରରେ ଏକ ବଡ ନିବେଶ କରିଛି । ଭାରତ ସରକାର ଋଷ ସହ ମିଳିତ ଭାବେ ଆଗାମୀ ପିଢିର ବ୍ରମ୍ହୋସ ମିଶାଇଲର ନିର୍ମାଣ ଉପରେ କମ କରୁଛି ।

ଏହା ବ୍ଯତୀତ ଋଷ ଉତ୍ତର ପ୍ରଦେଶର ଏମେଠିରେ ଏକେ୨୦୩ ରାଇଫଲର ନିର୍ମାଣ ମଧ୍ୟ ଆରମ୍ଭ କରିବାକୁ ଯାଉଛି । ନିବେଶ ପାଇଁ ବର୍ତ୍ତମାନ ଭାରତର ଉତ୍ତର ପ୍ରଦେଶ ଅନେକ ଦେଶ ମାନଙ୍କର ପ୍ରଥମ ପସନ୍ଦ ହେବାରେ ଲାଗିଛି । ଅନେକ ବିଦେଶୀ କମ୍ପାନୀ ମାନେ ଲଗାତାର ଉତ୍ତର ପ୍ରଦେଶରେ କାରଖାନା ତିଆରି କରିବାରେ ଲାଗିଛନ୍ତି । ଯାହାଦ୍ୱାରା ଉତ୍ତର ପ୍ରଦେଶର ବିକାଶ ହେବା ସହ ରାଜ୍ୟରେ ରୋଜଗାରର ନୂଆ ନୂଆ ଅବସର ମଧ୍ୟ ମିଳୁଛି ।

ତେବେ ବ୍ରିଟିଶ କମିଶନର ଆଲେକ୍ସ ଏଲିସ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କୁ ପୂର୍ବରୁ ମଧ୍ୟ ଭେଟି ସାରିଛନ୍ତି । ସେତେବେଳେ ସେ ଉତ୍ତର ପ୍ରଦେଶ ଓ ବ୍ରିଟେନ ମଧ୍ୟରେ ବ୍ୟାପାର ଓ ନିବେଶକୁ ବୃଦ୍ଧି କରିବା ନେଇ ଚର୍ଚ୍ଚା କରିଥିଲେ । ଯାହାକୁ ନେଇ ଖୁବ ଜୋରରେ କାର୍ଯ୍ୟ ଜାରି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।