ମୁଖ୍ୟମନ୍ତ୍ରୀ Naveen Patnaik ସୃଷ୍ଟି କଲେ ଏକ ନୂଆ ଉଦାହରଣ, Ambulance ପାଇଁ କଲେ ଏମିତି କାମ, ଦେଖନ୍ତୁ Video

ନିଜ ସ୍ଵଚ୍ଛ ଭାବମୂର୍ତ୍ତି ପାଇଁ ସାରା ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇ ପାରିଥିବା ନବୀନ ପଟ୍ଟନାୟକ ପୁଣି ଥରେ ଜଣେ ଭଲ ମୁଖ୍ୟମନ୍ତ୍ରୀ ହେବାର ଉଦାହରଣ ରଖିଛନ୍ତି । ରାଜଧାନୀରେ ଭିଡ ଭିତରେ ନିଜ କାରକେଡକୁ ଅଟକାଇ ଏକ ଆମ୍ବୁଲାନ୍ସକୁ ବାଟ ଛାଡିଛନ୍ତି ନବୀନ ପଟ୍ଟନାୟକ । ଜୟଦେବବିହାରରୁ ନନ୍ଦନକାନନ ଅଭିମୁଖେ ଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ । ଜାଭିୟର ଛକରୁ ନବୀନଙ୍କ ଗାଡି ୟୁ-ଟର୍ଣ୍ଣ ନେବାର ଥିଲା । କିନ୍ତୁ ଏହା ପୂର୍ବରୁ ସେହି ରାସ୍ତା ଦେଇ ଆସିଥିଲା ଏକ ଆମ୍ବୁଲାନ୍ସ ।

ଆଉ ସେହି ରାସ୍ତାରେ ଭିଡ ଥିବାରୁ ନିଜ କାରକେଡକୁ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ ଭିତରେ ପ୍ରଥମେ ଆମ୍ବୁଲାନ୍ସକୁ ରାସ୍ତା ଛାଡିବା ପରେ ପଛରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆମ୍ବୁଲାନ୍ସକୁ ରାସ୍ତା ଛାଡି ଜନ ସାଧାରଣଙ୍କ ଆଗରେ ଏକ ନିଆରା ବାର୍ତ୍ତା ରଖିଛନ୍ତି ନବୀନ । ଅନେକ ସମୟରେ କିଛି ଏଭଳି ଘ-ଟ-ଣା ସାମନାକୁ ଆସେ ଯାହା ଲୋକଙ୍କ ମାନବିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରେ ।

ରାସ୍ତା ଭିଡ ଥିବା ହେତୁ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚି ନପାରି ଅନେକ ନିରୀହ ଜୀବନ ପ୍ରା-ଣ ହ-ରା-ଇ-ଥା-ନ୍ତି । ଆଉ ତାଙ୍କୁ ବ-ଞ୍ଚା-ଇ-ବା ପାଇଁ ଆତୁର ହୋଇ ପଡୁଥିବା ପରିବାର ପରିଜନ ଅଧ ରାସ୍ତାରେ ଅସହାୟ ହୋଇ ପଡନ୍ତି । ସାରା ଦେଶରେ ଏଭଳି ଅନେକ ଘ-ଟ-ଣା ନିତିଦିନ ସାମନାକୁ ଆସେ । ଏପରି ବେଳେ ଟ୍ରାଫିକ ବ୍ୟବସ୍ଥା ଉପରେ ଯେତେ ବଡ ପ୍ରଶ୍ନବାଚୀ ଉଠେ ତା’ ଠାରୁ ଅଧିକ ପ୍ରଶ୍ନ ଉଠେ ଲୋକଙ୍କ ମାନବିକତା ଉପରେ ।

ଆଉ ଏପରି ବେଳେ ନିଜ କାରକେଡକୁ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡି ଜନ ସାଧାରଣଙ୍କୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି ଆମ ମୁଖ୍ୟମନ୍ତ୍ରୀ । ଆଉ ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ରାସ୍ତାରେ ଯିବା ବେଳେ ଯଦି କୌଣସି ଆମ୍ବୁଲାନ୍ସ ଆପଣଙ୍କ ପାଖ ଦେଇ ଯାଉଛି ତେବେ ପ୍ରଥମେ ଆମ୍ବୁଲାନ୍ସକୁ ରାସ୍ତା ଛାଡି ଦିଅନ୍ତୁ । ଆମେ ନିଜେ ସଚେତନ ହୋଇ ଏ ଦିଗରେ ସମସ୍ତଙ୍କୁ ସଚେତନ କରିଲେ ଆଗକୁ ଟ୍ରାଫିକ ଜାମ୍ ରେ ଫସି ଆଉ କୌଣସି ନିରୀହ ଜୀବନ ନିଜ ପ୍ରା-ଣ ହ-ରା-ଇ-ବେ ନାହିଁ ।

ଆପଣଙ୍କ ଏହି ଟିକିଏ କାମ ପାଇଁ ହୁଏତ କାହାର ଜୀବନ ବଞ୍ଚି ଯାଇପାରେ । ମୁଖ୍ୟମନ୍ତ୍ରୀଙ୍କ ଏହିଭଳି କାର୍ଯ୍ୟ ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।