ଓଡିଆ ଅଭିନେତ୍ରୀ ଏବଂ ଓଡିଶୀ ଡ୍ୟାନ୍ସର ପ୍ରତିଭା ପଣ୍ଡାଙ୍କୁ ଆପଣ ଭଲଭାବେ ଜାଣିଥିବେ । ଅନେକ ଓଡିଆ ଫିଲ୍ମ ମାନଙ୍କରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ମାନଙ୍କ ମଧ୍ୟରେ କଳିଙ୍ଗ ପୁତ୍ର, ସାତ ଜନମର ସାଥି, ବାଳୁଙ୍ଗା ଟୋକା ଓ ଅଭୟ ଆଦି ସୁପରହିଟ ଫିଲ୍ମ ଅନ୍ଯତମ । ଫିଲ୍ମ ବ୍ଯତୀତ ସେ ଅନେକ ଓଡିଆ ସିରିଏଲ ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି ଓ ଏବେ ମଧ୍ୟ ଷ୍ଟାର କିରଣରେ ପ୍ରସାରିତ “କିଏ ପର କିଏ ଆପଣାର” ସିରିଏଲରେ ଅଭିନୟ ଜାରି ରଖିଛନ୍ତି ।
ଗତ ଦୁଇ ଦଶନ୍ଧିରୁ ଉରର୍ଦ୍ଧ୍ଵ ସମୟ ଧରି ଓଡିଆ ଅଭିନୟ ଦୁନିଆ ସହ ଜଡିତ ଅଛନ୍ତି ପ୍ରତିଭା ପଣ୍ଡା । ତେବେ ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ ନିଜ ଜୀବନର ଅନେକ କଥା ଶେୟାର କରିଛନ୍ତି । ପ୍ରତିଭାଙ୍କ ବାପା ଜଣେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କର୍ମଚାରୀ ଥିଲେ ଓ ମା’ ମାନସିକ ଭାବେ ଅସୁସ୍ଥ ଥିଲେ । ତେଣୁ ଛୋଟବେଳୁ ସେ ହିଁ ଘର ସମ୍ଭାଳୁଥିଲେ ଓ ପାଠ ମଧ୍ୟ ପଢୁଥିଲେ । ପାଠ ପଢିବା ସହ ସବୁ ପ୍ରକାର ଖେଳକୁଦ ଓ କଳାତ୍ମକ କାର୍ଯ୍ୟରେ ମଧ୍ୟ ତାଙ୍କର ରୁଚି ଥିଲା ।
ସେସବୁ କିଛି ଶିଖୁଥିଲେ ଓ ତାଙ୍କ ବାପା ମଧ୍ୟ କେବେ କେଉଁଥିରେ ତାଙ୍କୁ ଆକଟ କରୁ ନଥିଲେ । ତାଙ୍କ ଘର ଠାରୁ ଗାଁ ମାତ୍ର ୮ କିମି ଦୂରରେ ଥିଲା । ତେଣୁ ସାଇକେଲ ଶିଖିବା ପରେ ସାଇକେଲ ଚଳେଇ ଗାଁ’କୁ ତାଙ୍କ ଜେଜେମାଅଙ୍କ ପାଖକୁ ଯାଉଥିଲେ । ଛୋଟବେଳେ ସେ ବହୁତ ଦୁଷ୍ଟ ଥିଲେ ଓ ସବୁ କାମରେ ହାତ ମାରି ଦେଉଥିଲେ ।
ଗାଁ’କୁ ବାରମ୍ବାର ଯିବା କାରଣରୁ ଗାଁ’ର ଚଳଣି ରହଣି ସବୁକିଛି ସେ ଜାଣିଛନ୍ତି । ଗୋବର ଉଠେଇବା ଠାରୁ ଆରମ୍ଭ କରି ଘଷି ପକେଇବା ପର୍ଯ୍ୟନ୍ତ ସବୁକିଛି ସେ କରିଛନ୍ତି । ତେବେ ସେ ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରିର ଡାଉନଫଲ୍ କୁ ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି । ପ୍ରତିଭା କହିଛନ୍ତି ଯେ, ତୁଣ୍ଡ ବଇଦ ସହସ୍ର କୋଷ । ତେଣୁ ଯଦି ଭଲ କହିବ ତେବେ ସବୁ ଭଲ ଆଉ ଖରାପ କହିଲେ ସବୁ ଖରାପ । ତେଣୁ ଓଡିଆ ଇଣ୍ଡଷ୍ଟ୍ରି ବହୁତ ଭଲ ଓ କଳାକାରମାନେ ମଧ୍ୟ ବହୁତ ଭଲ ।
କେବଳ ଆଉ ଟିକେ ଭଲରେ କାମ କାମ କରିବାର ଆବଶ୍ୟକତା ରହିଛି । ପୂର୍ବ ପେକ୍ଷା ଇଣ୍ଡଷ୍ଟ୍ରିରେ କାମ ଓ କଳାକାର ଉଭୟ ବୃଦ୍ଧି ପାଇଛନ୍ତି, ତେଣୁ ସେହି ଅନୁସାରେ କାମ କଲେ ଓଡିଆ ଇଣ୍ଡଷ୍ଟ୍ରି ନିଶ୍ଚିତ ଭାବେ ଆଗକୁ ବଢିବ ବୋଲି କହିଛନ୍ତି ପ୍ରତିଭା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।