ବିଶେଷଜ୍ଞ ମାନେ କୁହନ୍ତି କି, ସାପ ଯେତେବେଳେ ଭୋକରେ ଥାଏ ନିଜ ଛୁଆକୁ ଖାଇଯାଏ । କିନ୍ତୁ ଆମେ ଆଜି ଏହାର ସଂପୂର୍ଣ୍ଣ ଭିନ୍ନ ଘଟଣା ଆପଣଙ୍କୁ ଦେଖାଇବୁ । ମାତୃତ୍ଵର ଏକ ବିରଳ ଉଦାହରଣ ଦେଇଯାଇଛି ଏହି ସାପ ମା’ଟି । ମା ଆଉ ମମତା ଆଗରେ ହାରିଯାଇଛି ଭୋକ । ମା’ର ଜୀବନ ସିନା ଚାଲିଯାଇଛି କିନ୍ତୁ ମାତୃତ୍ଵରେ ଦାଗ ଲାଗିବାକୁ ଦେଇନି । ଗୋଟିଏ ନାଗୁଣୀ କ୍ଷେତ୍ରରେ କିଛି ଏପରି ଘଟିଛି । ନିଜ ଛୁଆକୁ ଜଗି ଜଗି ନିଜେ ଭୋକରେ ମରିଯାଇଛି ନାଗୁଣୀ ହେଲେ ତା’ ଛୁଆଙ୍କର କିଛି ବି କ୍ଷତି କରିନାହିଁ ।

ନିଜେ ପେଟ ଚିରି ଜନ୍ମ ଦେଇଥିବା ଛୁଆଙ୍କୁ ମୃତ୍ୟୁ ବେଳେ ବି ଖାଦ୍ଯ ରୂପେ ଗ୍ରହଣ କରିଲା ନାହିଁ ନାଗୁଣୀ । ଆଉ ଯୁଗ ଯୁଗ ପାଇଁ ରହିଥିବା ତଥ୍ୟକୁ ସେ ମିଥ୍ୟା ବୋଲି ପ୍ରମାଣିତ କରିଦେଇଛି । କଟକ ଜିଲ୍ଲା ବାଙ୍କିର ଦୋଳନାପୁରରେ ଏଭଳି ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଲକ୍ଷ୍ମୀଧର ପରିଡାଙ୍କ ପାଇଖାନା ଟାଙ୍କି ମରାମତି କରା ଯାଉଥିବା ବେଳେ କିଛି ନାଗ ସାପ ଛୁଆ ଓ ଅଣ୍ଡା ଦେଖିବାକୁ ମିଳିଥିଲା ।
ଭୟଭୀତ ହୋଇ ଲକ୍ଷ୍ମୀଧର ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲିକଙ୍କ ସହାୟତା ଲୋଡିଥିଲେ । ଖବର ପାଇ ଦୁଇ ଜଣିଆ ଟିମ୍ ସେହି ସ୍ଥାନରେ ପହଞ୍ଚିଥିଲେ । ସେମାନେ ଟାଙ୍କି ଭିତରକୁ ଯାଇ ସେଠାରୁ ୧୪ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିଲେ । ଟାଙ୍କି ଭିତରେ ବର୍ଷା ପାଣି ପଶି ସନ୍ତସନ୍ତିଆ ହୋଇ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିଲା ।

ଅନେକ ଅଣ୍ଡା ଖୋଳପା ପାଣି ଲାଗି ନଷ୍ଟ ହୋଇ ଯାଇଥିବା ବେଳେ ୮ଟି ଅଣ୍ଡା ଭଲ ଅବସ୍ଥାରେ ମିଳିଥିଲା । ଉଦ୍ଧାର ହୋଇଥିବା ସେହି ସାପ ଛୁଆଙ୍କୁ ଗାଁ ଠାରୁ ବହୁ ଦୂରରେ ଏକ ପ୍ରକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି । ଯଦି ସେମାନଙ୍କୁ ଉଦ୍ଧାର କରାଯାଇ ନଥାନ୍ତା ତେବେ ସେମାନେ ମଧ୍ୟ ମା ନାଗୁଣୀ ଭଳି ଅବସ୍ଥା ଭୋଗିଥାନ୍ତେ । ଖାଦ୍ଯ ଅଭାବରୁ ସମସ୍ତେ ମୃତ୍ୟୁମୁଖରେ ପଡିଥାନ୍ତେ ।
ମା ନାଗୁଣୀ ନିଜେ ଖାଦ୍ଯ ନପାଇ ଭୋକରେ ସିନା ମରିଗଲା ହେଲେ ନିଜ ଛୁଆକୁ ଖାଇଲା ନାହିଁ । କାରଣ ବଡ ସାପ ଛୋଟ ସାପଙ୍କୁ ଖାଇବା ଏକ ସାଧାରଣ କଥା । ସାପ ହେଲେବି ତା’ର ମଧ୍ୟ ମାତୃତ୍ଵ ସ୍ନେହ ମମତା ରହିଛି ତାହା ସେ ତାହା ପ୍ରମାଣ କରିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।