ବିଚ୍ ରାସ୍ତାରେ ସ୍କୁଟି ଉପରେ ଖୁଲମଖୁଲା ରୋମାନ୍ସ କଲେ । ଏମିତି ରୋମାନ୍ସ କଲେ ଯେ ନିଆଁ ଭଳି ଭାଇରାଲ ହେଲା ଭିଡିଓ । ଆଉ ଶେଷରେ ପୋଲିସ ବାନ୍ଧିନେଲା । କଥାରେ ଅଛି, ପ୍ରେମରେ ପଡିଥିବା ଲୋକ କୁଆଡେ ଅନ୍ଧ ହୋଇଯାଏ । କିନ୍ତୁ ବିଲେଇ ଯେତେ ଆଖି ବୁଜି କ୍ଷୀର ପିଇଲେ ବି ସମସ୍ତେ ତାଙ୍କୁ ଦେଖିପାରନ୍ତି । ଆଉ ଏହି ଭାଇରାଲ ଭିଡିଓଟି ଦୁଇଟି ଯାକ ଲୋକକଥାକୁ ଯଥାର୍ଥ କରୁଛି । ଯାହାକି ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।
ଟିକେ ଭଲ କରି ଏହି ଭିଡିଓ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ବିଚ୍ ରାସ୍ତାରେ ସ୍କୁଟି ଚାଲିଛି ଆଉ ଭିଡ ଭିତରେ ଚାଲିଛି ରୋମାନ୍ସ । ପ୍ରେମିକ ସ୍କୁଟି ଚଲାଉଥିବା ବେଳେ ତାଙ୍କ ଆଗପଟେ ପ୍ରେମିକ ଆଡକୁ ମୁହଁ କରି ତାଙ୍କ କୋଳରେ ବସିଛି ପ୍ରେମିକା । ପ୍ରାଇଭେସି ର ଚିନ୍ତା ନକରି ବିଚ୍ ରାସ୍ତାରେ ଜବରଦସ୍ତ ଆଲିଙ୍ଗନ ଆଉ ଚୁମ୍ବନ ଚାଲିଛି । ଲୋକଲଜ୍ଜା ଭୟ ବି ଏମାନଙ୍କ ପାଖେ ନାହିଁ ।
ଏହି ଲଭ ବାର୍ଡଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ଲୋକେ । ବିଚ୍ ରାସ୍ତାରେ ଯୁବକ ଓ ଯୁବତୀଙ୍କ ଏଭଳି କାଣ୍ଡକୁ ନେଟିଜେନ୍ସ ଖୁବ୍ ନିନ୍ଦା କରୁଛନ୍ତି । ପବ୍ଲିକରେ ଏଭଳି କରିବା ଜମାରୁ ଠିକ ନୁହେଁ ବୋଲି ସମସ୍ତେ କହୁଛନ୍ତି । ତେବେ ଏହି ସିନ୍ କୌଣସି ବଲିଉଡ ଫିଲ୍ମର ସିନ୍ ଠାରୁ କିଛି କମ୍ ନୁହେଁ ।
ଆପଣ ଫିଲ୍ମରେ ନିଶ୍ଚୟ ଏଭଳି ଦୃଶ୍ୟ ଦେଖିଥିବେ । ଆପଣଙ୍କୁ ମନେପକାଇ ଦେଉଛୁ ଯେ, ବଲିଉଡ ଫିଲ୍ମ “ବ୍ୟାଙ୍ଗ ବ୍ୟାଙ୍ଗ” ରେ ଆପଣ ଏହିଭଳି ଦୃଶ୍ୟ ଦେଖିଥିବେ । ଅଭିନେତା ହ୍ରିତିକ ରୋଶନ ବାଇକ ଚଲାଉଥିବା ବେଳେ ଅଭିନେତ୍ରୀ କ୍ୟାଟ୍ରିନା ତାଙ୍କ କୋଳରେ ଆଗପଟେ ଏମିତି ବସିଥିଲେ । ତେବେ ସେ ଯାହାବି ହେଉ ତାହା ଫିଲ୍ମ । ବାସ୍ତବରେ ଏଭଳି କରିବା ସତରେ ଶୋଭା ଦିଏନାହିଁ ।
ଲୋକଲଜ୍ଜାକୁ ଭୟ ନକରି ସର୍ବ ସାଧାରଣ ଜାଗାରେ ଏଭଳି କରିବା ନିନ୍ଦନୀୟ ଅଟେ । ଭିଡିଓ ଭାଇରାଲ ହେବା ପରେ ଉକ୍ତ ଯୁବକ ଓ ଯୁବତୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ତେବେ ଏହାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।