ପୋଲିସ ଆଉ କ୍ରିମିନାଲ ମଧ୍ୟରେ କେମିତି ଗଢିପାରେ ସମ୍ପର୍କ ? ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଡ୍ରାଇଭର ଅଜୟ ଜେଠୀଙ୍କ ମଧ୍ୟରେ କି ସମ୍ପର୍କ ଥିଲା ଏବେ ସାମ୍ନାକୁ ଆସିଛି । ନିଜେ ପୋଲିସ ହୋଇ ବିନା ଡ଼ିଏଲ ରେ ଡ୍ରାଇଭରଙ୍କୁ ଚଳାଇବାକୁ ଦେଉଥିଲେ ଗାଡି । ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ସ୍ଵାମୀ ତାଙ୍କ ବିଷୟରେ ସବୁ ଗୁମର ଖୋଲି ଦେଇଛନ୍ତି । ଆଇନ ମହିଳାଙ୍କ କଥାକୁ ଅଧିକ ଗୁରୁତ୍ଵ ଦିଏ ଆଉ ଆଜିକାଲି ତ ସବୁ ଆଇନ ମହିଳାଙ୍କ ହାତ ମୁଠାରେ ।

ସେଥିପାଇଁ ଆଇନ ସହ ଲଢି ନପାରି ଚୁପ୍ ବସିଛନ୍ତି ଇନ୍ସପେକ୍ଟର ସୁନାଙ୍କ ସ୍ଵାମୀ ସୁରେଶ ବାଗ୍ । ଆଉ ଏବେ ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟାଇ ଫେରାର ହେବା ପରେ ସ୍ତ୍ରୀର ସବୁ ଗୁମର ସାମ୍ନାକୁ ଆଣିଛନ୍ତି ସୁରେଶ । ସେ ନିଜ ସ୍ତ୍ରୀ ସ୍ନିଗ୍ଧାରାଣୀ ସୁନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ସ୍ନିଗ୍ଧାରାଣୀ ଓ ତାଙ୍କ ଡ୍ରାଇଭରଙ୍କ ମଧ୍ୟରେ ଖରାପ ସମ୍ପର୍କ ଥିଲା ଏବଂ ଉଭୟ ଏକାଠି ରୁହନ୍ତି ।
ଏନେଇ ସେ ସୁନ୍ଦରଗଡ ରଘୁନାଥପାଲି ଥାନାରେ ସେ ଏତଲା ବି ଦେଇଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା, କାରଣ ସ୍ତ୍ରୀ ନିଜେ ଥିଲେ ପୋଲିସ । ଡ୍ରାଇଭର ଅଜୟ ଜଣେ ଅପରାଧୀ, ଆଉ ତା’ ସହ ସେ କେମିତି ସମ୍ପର୍କରେ ଆସିଲେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ସ୍ନିଗ୍ଧାରାଣୀଙ୍କ ସ୍ଵାମୀ । ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ ସ୍ଵାମୀ ସୁରେଶ ପ୍ରେମ ବିବାହ କରିଥିଲେ ।

କିନ୍ତୁ ତାଙ୍କ ଜୀବନରେ ବି ଏମିତି ଏକ ଦିନ ଆସିବ ସେ ଭାବି ନଥିଲେ । ତାଙ୍କୁ ଓ ତାଙ୍କ ପରିବାରକୁ ସ୍ନିଗ୍ଧାରାଣୀ ସୁନା ବହୁତ ହଇରାଣ କରିବା ପରେ ଘର ଛାଡି ଚାଲି ଯାଇଥିଲେ । ସୁରେଶ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଛନ୍ତି କି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ତାଙ୍କ ଡ୍ରାଇଭର ଅଜୟ ଜେଠୀଙ୍କ ସହ ରହୁଛନ୍ତି ବୋଲି ଏବଂ ଅଜୟ ଜଣେ ଅପରାଧୀ । ତେବେ ଇନ୍ସପେକ୍ଟର ସୁନା ରଥ ଡ୍ଯୁଟି ସାରି ଫେରୁଥିବା ବେଳେ ସୋନପୁର ବଡବାହାଳି ନିକଟରେ ଏକ ବଡ ଧରଣର ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିଲେ ।
ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କ ଗାଡି ଚଲାଉଥିବା ଡ୍ରାଇଭରର ଡ୍ରାଇଭିଂ ଲାଇସେନ୍ସ ନାହିଁ । ଏବେ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।