କ୍ରିକେଟ ଖେଳିବା ବେଳେ ପ୍ରାୟତଃ ଖେଳାଳିମାନଙ୍କ ଶରୀରର କୌଣସି ନା କୌଣସି ସ୍ଥାନରେ ଆଘାତ ଲାଗିଥାଏ । କିନ୍ତୁ ବେଳେ ବେଳେ ଏମିତି ଆଘାତ ଲାଗେ ଯାହା ଖେଳାଳିଙ୍କ କ୍ଯାରିୟର ପ୍ରତି ବିପଦ ସୃଷ୍ଟି କରେ । ଏମିତିକି କିଛି ଖେଳାଳି ମୃତ୍ୟୁମୁଖରେ ପଡିବାର ମଧ୍ୟ ନଜର ଆସିଛି । ତେବେ ନିକଟରେ ଶ୍ରୀଲଙ୍କା କ୍ରିକେଟ ଟିମ୍ ରେ ଏଭଳି କିଛି ଅଘଟଣ ଘଟିଛି । ଶ୍ରୀଲଙ୍କାର କ୍ରିକେଟର ଚାମିକା କରୁଣାରତ୍ନେ ବଲ୍ ଦ୍ଵାରା ଗୁରୁତର ଆହାତ ହୋଇଛନ୍ତି ।
ତାଙ୍କର 4ଟି ଦାନ୍ତ ଭାଙ୍ଗିଥିବା ସହ ଏହି ଘଟଣା ତାଙ୍କ କ୍ଯାରିୟର ଉପରେ ବିପଦ ସୃଷ୍ଟି କରିଛି । ଲହୁଲୁହାଣ ହୋଇଥିବା ଚାମିକାଙ୍କୁ ତୁରନ୍ତ ମଇଦାନ ଛାଡିବାକୁ ପଡିଥିଲା । କାରଣ ତାଙ୍କୁ ଯେଉଁ ଭଳି ଆଘାତ ଲାଗିଛି କୁହାଯାଉଛି କି, ସେ ଦୀର୍ଘ ସମୟ ଧରି କ୍ରିକେଟ ମଇଦାନରୁ ବାହାରେ ରହିବେ । କ୍ରିକେଟ ଖେଳରେ କ୍ୟାଚ ଧରିବା ବହୁତ ଜରୁରୀ ହୋଇଥାଏ । କିନ୍ତୁ କ୍ୟାଚ ଧରିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟିଯାଏ ।
ସୂଚନା ଅନୁଯାୟୀ ଲଙ୍କା ପ୍ରିମିୟର ଲିଗ୍ ରେ କ୍ୟାଣ୍ଡି ଫାଲକନ ଟିମ୍ ପକ୍ଷରୁ ଖେଳୁଥିବା ଚାମିକା କରୁଣାରତ୍ନେ ଗଲ୍ ଗ୍ଲାଡିଏଟର୍ସ ବିପକ୍ଷରେ ଖେଳୁଥିବା ବେଳେ ଆହତ ହୋଇଛନ୍ତି । ମ୍ଯାଚ ବେଳେ କାର୍ଲୋସ ବ୍ରେଥୱେଟଙ୍କ ବଲକୁ ବ୍ୟାଟିଂ କରୁଥିଲେ ନୂଆନ୍ଦୁ ଫର୍ନ୍ନାଣ୍ଡୋ । ଏହି ସମୟରେ ଏକ ସଟ୍ ରେ ବଲ୍ ଉପରକୁ ଉଠିବା ପରେ ଏହି କ୍ୟାଚ ଧରିବା ପାଇଁ ଚାମିକା ଦୌଡି ଆସିଥିଲେ ।
ହେଲେ ବଲ୍ ଟି ଧରିବା ପୂର୍ବରୁ ଏହା ଉପରୁ ସିଧା ଆସି ଚାମିକାଙ୍କ ମୁହଁରେ ମାଡ ହୋଇଥିଲା । ମୁହଁରେ ବଲ୍ ବାଜିବା ପରେ ଚାମିକା ବଲ୍ କୁ ଧରି ନେଇଥିଲେ ଓ ଫର୍ନ୍ନାଣ୍ଡୋଙ୍କୁ ପାଭିଲିୟନ ଫେରିବାକୁ ପଡିଥିଲା । କିନ୍ତୁ ଏହାପରେ ଚାମିକାଙ୍କ ଚେହେରା ସଂପୂର୍ଣ୍ଣ ଲହୁଲୁହାଣ ହୋଇ ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ଚାମିକାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ଏହାପରେ ଜଣାପଡିଥିଲା କି କ୍ୟାଚ ଧରିବା ଚକ୍କରରେ ଚାମିକାଙ୍କ ଚାରି ଚାରୋଟି ଦାନ୍ତ ଭାଙ୍ଗି ଯାଇଛି ।
ଶ୍ରୀଲଙ୍କା ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଚାମିକାଙ୍କ ଥୋଡି ସର୍ଜରୀ କରାଯିବ । ଯେଉଁଥି ପାଇଁ କିଛି ସମୟ ଧରି ଚାମିକା ଶ୍ରୀଲଙ୍କା କ୍ରିକେଟ ଟିମ୍ ରୁ ବାଦ୍ ପଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଯାହାକି ଆଗକୁ ତାଙ୍କ କ୍ଯାରିୟର ଉପରେ ପ୍ରଭାବ ପକାଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।