କାର୍ ସହ ନଦୀରେ ଭାସି ଯାଉଥିଲେ ଯୁବକ, ପ୍ରଖର ସୁଅ ପାଣିରେ ତାରରେ ଝୁଲି ନିଜ ଜୀବନକୁ ବାଜି ଲଗେଇ ଉଦ୍ଧାର କଲେ ITBP ହୀମବୀର ଯବାନ, ଦେଖନ୍ତୁ Video

ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ନଦୀର ପ୍ରଖର ସ୍ରୋତରୁ ଏହି ଯୁବକ ଜଣକ ଉଦ୍ଧାର ହୋଇପାରିବେ କି ନାହିଁ ମନରେ ଅନେକ ଆଶା ଆଶଙ୍କା ମୁଣ୍ଡ ଟେକି ଠିଆ ହେବ । ନଦୀର ଏଭଳି ପ୍ରଖର ସ୍ରୋତରେ ଥରେ ପଡିଲେ ଯେକେହି ବି ବଞ୍ଚିବାର ଆଶା ଛାଡିଦେବ । ନଦୀରେ ବହିଯାଉଛି ସ୍ରୋତ ଆଉ ନଦୀକୂଳରେ ଭିଡ ଜମେଇ ଠିଆ ହୋଇଛନ୍ତି ଲୋକେ । ଏହାରି ଭିତରେ ଏକ ରେସ୍କ୍ଯୁ ଅପରେସନ । ଯାହାକୁ କାର୍ଯ୍ୟକାରୀ କରିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ଇଣ୍ଡୋ-ତିବେତାନ ବର୍ଡର ପୋଲିସର ଯବାନ ମାନେ ।

ପ୍ରଖର ସୁଅ ପାଣିରେ ଏକ ତାରରେ ଝୁଲି ରହି କିପରି ଏହି ଯବାନମାନେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ଆପଣ ଥରେ ନଜର ପକାନ୍ତୁ । ନିଜ ଜୀବନକୁ ବାଜି ଲଗାଇ ଆଉ ଏକ ଜୀବନ ଉଦ୍ଧାର କରିବା ପାଇଁ ଲାଗି ପଡିଛନ୍ତି ଏହି ନିଃସ୍ଵାର୍ଥପର ଯବାନମାନେ । ଯାହାକି ଆଇଟିବିପି ର ପରିଚୟ । ସବୁବେଳେ ନିଜ ଜୀବନକୁ ବାଜିରେ ଲଗାଇ କାମାଲ ଦେଖାଇ ଆସିଛନ୍ତି ଏହି ଯବାନମାନେ । ଆଉ ଏଠି ତାହାର ଆଉ ଏକ ପ୍ରମାଣ ଦେଖିବାକୁ ମିଳିଛି ।

ଏହି ଘଟଣାଟି ହେଉଛି ଚଣ୍ଡିଗଡ- ମନାଲି ହାଇୱେ ର । ସେଠାରେ ପ୍ରବଳ ବର୍ଷାରେ ଭାସି ଯାଇଥିଲା ଏକ କାର୍ । ବିଜ୍ ନଦୀର ପ୍ରଖର ସ୍ରୋତରେ ଉକ୍ତ କାର୍ ଟି ଭାସି ଯାଇଥିଲା ଓ ସେହି କାର୍ ମଧ୍ୟରେ ତିନିଜଣ ଲୋକ ଥିଲେ । ତେବେ ଯବାନ ମାନଙ୍କ ଚେଷ୍ଟାରେ ପ୍ରଥମେ ଜଣଙ୍କୁ ଉଦ୍ଧାର କରା ଯାଇଥିଲା ।

କିନ୍ତୁ ଅନ୍ୟ ଦୁଇ ଜଣଙ୍କର ପତ୍ତା ମିଳୁ ନଥିଲା । ଏହି ସମୟରେ ଆଇଟିବିପି ର ହୀମବୀର ଯବାନମାନେ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ସେମାନେ ନିଜ ଜୀବନକୁ ବାଜି ଲଗାଇ ଦୁଇଜଣ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗି ପଡିଥିଲେ । ଶେଷରେ ସେମାନେ ଭାସି ଯାଉଥିବା କାର୍ ଯାଏଁ ମଧ୍ୟ ପହଞ୍ଚି ପଡ଼ିଥିଲେ ।

ତେବେ ନଦୀର ପ୍ରଖର ସ୍ରୋତ ମଧ୍ୟରୁ ପ୍ରଥମେ ଜଣଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ପତ୍ତା ମିଳି ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।