କର୍କଟ ରାଶି (Cancer) June 2022 ମାସିକ ରାଶିଫଳ, ମାସଟି କେମିତି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କ ଚଳନ ଓ ସ୍ଥିତି ଉପରେ ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ । କାରଣ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ପ୍ରତ୍ଯେକ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଜୁନ ମାସରେ ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ କର୍କଟ ରାଶି ଉପରେ ଗ୍ରହଙ୍କ ପରିବର୍ତ୍ତନର କଣ ପ୍ରଭାବ ପଡିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ତାହା କହିବୁ ।

କର୍କଟ ରାଶିର ଲୋକେ ବହୁତ ଚାଲାଖ ହୋଇଥାନ୍ତି । ଅନ୍ୟର ମନକୁ ଚିହ୍ନିବା ଏମାନଙ୍କ ପାଇଁ ବହୁତ ସହଜ ହୋଇଥାଏ । ଏମାନେ ପରିବାରପ୍ରିୟ ଓ ଏହି ରାଶିର ମହିଳାଙ୍କୁ ପତ୍ନୀ ରୂପେ ପାଇବା ଅତ୍ୟନ୍ତ ସୌଭାଗ୍ୟର କଥା ଅଟେ । ଏମାନେ ଭ୍ରମଣପ୍ରିୟ ଓ ଭାବୁକ ହୋଇଥାନ୍ତି । ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ଧଳା ବା କ୍ରିମ କଲର୍ ଓ ଶୁଭବାର ହେଉଛି ସୋମବାର । ରାଶିର ଶୁଭଦେବତା ହେଉଛନ୍ତି ଭଗବାନ ଶିବ ଓ ଶୁଭଦେବୀ ହେଉଛନ୍ତି ଭୁବନେଶ୍ଵରୀ । ଶୁଭସଂଖ୍ୟା ହେଉଛି ୨ ଏବଂ ପ୍ରତ୍ଯେକ ମାସର ୨, ୧୧, ୨୦ ଏବଂ ୨୯ ତାରିଖ ଆପଣଙ୍କ ପାଇଁ ଶୁଭ ।

କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମସିହା ଜୁନ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ଚାକିରି କରୁଥିବା ଲୋକମାନେ ଚାକିରି କ୍ଷେତ୍ରକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ ବ୍ୟବସାୟରେ ଥିବା ବ୍ୟକ୍ତିଙ୍କ ପାଇଁ କିନ୍ତୁ ମାସଟି ଲାଭପ୍ରଦ ହେବ । ବିଦ୍ୟାର୍ଥୀମାନେ ପାଠପଢାରେ ଅଧିକ ମନ ଦେବେ, ଯାହାଫଳରେ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଇବେ ।

କ୍ଯାରିୟର ଦୃଷ୍ଟିରୁ ମାସର ଆରମ୍ଭ ସମାନ ରହିବ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନର ସମ୍ଭାବନା ମଧ୍ୟ ରହିଛି । ପ୍ରାଇଭେଟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ କର୍ମସ୍ଥଳରେ ଉଚ୍ଚ ନୀଚର ସ୍ଥିତି ରହିବ ଓ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରହିପାରନ୍ତି । କିନ୍ତୁ ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ମାସଟି ଶୁଭ ଫଳଦାୟକ ରହିବ । ଆପଣ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ କୌଣସି ନୂଆ ଯୋଜନା କରିପାରନ୍ତି ଓ ବ୍ୟବସାୟରୁ ପ୍ରଚୁର ମଧ୍ୟ ହେବ ।

ସେହିପରି ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ । ଆପଣଙ୍କ ଆମଦାନୀରେ ବୃଦ୍ଧି ହେବା ସହ ସଞ୍ଚିତ ଧନର ବୃଦ୍ଧି ଘଟିବ ଓ ଆୟର ନୂଆ ନୂଆ ବିକାଶ ହେବ । ବ୍ୟବସାୟରେ କରିଥିବା ନିବେଶ ଲାଭ ପ୍ରଦାନ କରିବ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ସାମାନ୍ଯ କଠିନ ରହିବ ।

କିଛି ଖୁସି ଖବର ମିଳିବ ସହ କିଛି ସମସ୍ଯା ମଧ୍ୟ ଦେଖାଦେବ । ବିବାହିତ ବ୍ୟକ୍ତିଙ୍କୁ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ ଓ ତାଙ୍କ ସହ ଦୂରଯାତ୍ରାର ଯୋଜନା କରିପାରନ୍ତି । ପରିବାରରେ ନିଜ ନିଜ ମଧ୍ୟରେ ଭୁଲ ବୁଝାମଣା ଦେଖା ଦେଇପାରେ ତେଣୁ ସାବଧାନ ରୁହନ୍ତୁ । ଏହାସହ କିଛି ଋତୁକାଳୀନ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଇପାରେ ।

ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ସୋମବାର ଶିବ ମନ୍ଦିର ଯାଆନ୍ତୁ ଓ ଶିବଲିଙ୍ଗରେ ଜଳ ଅର୍ପଣ କରି ତାଙ୍କର ପୂଜାର୍ଚ୍ଚନା କରନ୍ତୁ । ଅସହାୟ ଲୋକଙ୍କୁ ସକ୍ଷମ ଅନୁସାରେ କିଛି ସାହାଯ୍ୟ କରନ୍ତୁ ତଥା ଭୋକିଲା ଲୋକଙ୍କୁ କିଛି ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାଣଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।