Vastu Tips- ବ୍ୟବସାୟରେ ବୃଦ୍ଧି କରିବାକୁ କରି ଦିଅନ୍ତୁ ଏହି ସହଜ ଉପାୟ, ଦେଖିବେ ଗ୍ରାହକମାନେ ଆପଣଙ୍କ ପାଖକୁ ଟାଣି ହୋଇ ଆସିବେ

ଅନେକ ଲୋକ ଚାକିରି କରିବାକୁ ଭଲ ପାଆନ୍ତି ନାହିଁ । ତେଣୁ କୌଣସି ନା କୌଣସି ବ୍ୟବସାୟ ଆରମ୍ଭ କରିଥାନ୍ତି । ହେଲେ ସବୁ ବ୍ୟବସାୟରେ ସେତେଟା ଲାଭ ହୋଇଥାଏ । ଅନେକ ସମୟରେ ହଠାତ ଦୋକାନ ବା ବାଣିଜ୍ୟ ପ୍ରତିଷ୍ଠାନରେ ଗ୍ରାହକଙ୍କ ସଂଖ୍ୟା କମିଯାଏ । ପାଖ ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଜମୁଥିବା ବେଳେ ଆପଣଙ୍କ ଦୋକାନକୁ ଗ୍ରାହକ ଆସୁ ନଥିବାର ଦେଖାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତେଇବୁ ଯାହା ଦ୍ଵାରା ଗ୍ରାହକ ଆପଣଙ୍କ ପାଖକୁ ଟାଣି ହୋଇଆସିବେ ।

ତେବେ ପ୍ରଥମ କଥା ହେଉଛି ଆପଣ ନିଜ ଦୋକାନ ବା ବାଣିଜ୍ୟ ପ୍ରତିଷ୍ଠାନକୁ କେବେ ହେଲେ ଅଗାଧୁଆ ଆସନ୍ତୁ ନାହିଁ । ସବୁବେଳେ ଭଲ ଭାବେ ସ୍ନାନ କରି ପରିଷ୍କାର ହୋଇ ଆସନ୍ତୁ । ଯଦି ଦେହ ଭଲ ନାହିଁ କିମ୍ବା କୌଣସି କାରଣ ବଶତଃ ସ୍ନାନ କରି ଦୋକାନ ଆସି ପାରୁନାହାନ୍ତି, ତେବେ ଏକ ସବୁଜ ରଙ୍ଗର ବୋତଲରେ କିଛି ଗଙ୍ଗାଜଳ ନିଜ ପ୍ରତିଷ୍ଠାନରେ ରଖନ୍ତୁ । ପ୍ରତିଷ୍ଠାନକୁ ଆସିବା ପରେ ଆପଣ ସେହି ଗଙ୍ଗାଜଳରୁ କିଛି ନିଜ ଉପରେ ଛିଞ୍ଚି ହୋଇଯାନ୍ତୁ ।

ଏହାଫଳରେ ଆପଣଙ୍କ ଶରୀର ବା ପୋଷାକରେ ଯାହାବି ନକରାତ୍ମକତା ଥିବ ତାହା ଦୂରେଇ ଯିବ । ସେହିପରି ପ୍ରତିଦିନ ଦୋକାନ ଯିବା ସମୟରେ ସାଙ୍ଗରେ ହଳଦିଆ ଓ ଲାଲ ରଙ୍ଗର ଦୁଇଟି ଫୁଲ ନେଇ ଯାଆନ୍ତୁ । ଆପଣ ନିଜ ଦୋକାନରେ ଯେଉଁ ଦେବାଦେବୀଙ୍କ ମୂର୍ତ୍ତି ରଖିଛନ୍ତି ତାଙ୍କର ପୂଜା କରି ଏହି ଫୁଲ ଦୁଇଟି ତାଙ୍କ ପାଖରେ ଅର୍ପଣ କରି ଦିଅନ୍ତୁ ।

ଯଦି ଆପଣ ଦୋକାନରେ ବା ପ୍ରତିଷ୍ଠାନରେ କୌଣସି ଭଗବାନଙ୍କ ଫଟୋ କିମ୍ବା ମୂର୍ତ୍ତି ରଖି ନାହାନ୍ତି ତେବେ ଆପଣ ସେହି ଫୁଲ ଦୁଇଟିକୁ କ୍ଯାଶ କାଉଣ୍ଟରରେ ରଖି ଦିଅନ୍ତୁ । ପ୍ରତିଦିନ ରାତିର ଫେରିବା ପରେ ସେହି ଫୁଲ ଦୁଇଟିକୁ ସାଥିରେ ନେଇ ଘରକୁ ଆସନ୍ତୁ ଓ କୌଣସି ଏକ ସୁରକ୍ଷିତ ସ୍ଥାନରେ ବା ଡ୍ରୟରରେ ରଖି ଦିଅନ୍ତୁ । ଏହିପରି ସାତ ଦିନ ପର୍ଯ୍ୟନ୍ତ ହଳଦିଆ ଓ ଲାଲ ରଙ୍ଗର ନୂଆ ଫୁଲ ଦୁଇଟି ନେଇ ଦୋକାନ ଯାଆନ୍ତୁ ଓ ରାତିରେ ସେହି ଫୁଲ ଆଣି ଘରେ ରଖି ଦିଅନ୍ତୁ ।

ସାତ ଦିନ ସଂପୂର୍ଣ୍ଣ ହେବା ପରେ ଆପଣ ଜମା କରି ରଖିଥିବା ସେହି ଫୁଲ ଗୁଡିକୁ କୌଣସି ଜଳରେ ନେଇ ପ୍ରବାହିତ କରି ଦିଅନ୍ତୁ କିମ୍ବା କୌଣସି ସ୍ଥାନରେ ଗାତ ଖୋଳି ପୋତି ଦିଅନ୍ତୁ । ଦେଖିବେ ଏପରି କରିବା ପରେ ଆପଣଙ୍କ ଦୋକାନକୁ ନିଶ୍ଚିତ ଭାବେ ଗ୍ରାହକମାନେ ଟାଣି ହୋଇ ଆସିବେ ।

ଏହାସହ ଆଉ ଏକ ପ୍ରତିକାର ମଧ୍ୟ କରନ୍ତୁ । ନିଜ ଦୋକାନର ଭିତର ପଟେ କୌଣସି ଏକ ସ୍ଥାନରେ କାନ୍ଥରେ ଗୋଟିଏ କଣ୍ଟା ବାଡେଇ ଦିଅନ୍ତି । ଏହାପରେ କୌଣସି ଏକ ଶନିବାର ଦିନ ଆପଣ ୨୫୦ ଗ୍ରାମ ଫିଟିକିରି ଆଣି ଗୋଟିଏ କଳା କପଡାରେ ବାନ୍ଧି ଦିଅନ୍ତୁ ଓ ସେହି କଣ୍ଟାରେ ଟାଙ୍ଗୀ ଦିଅନ୍ତୁ । ଦେଖିବେ ଆପଣଙ୍କ ବ୍ୟବସାୟ ଦ୍ରୁତଗତିରେ ବାରୁଦଧି ପାଇବାକୁ ଲାଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।