ବୁଧବାର ଦିନ ଏହି ବିଶେଷ ଉପାୟ ଗଣପତି ବାପ୍ପାଙ୍କୁ ଖୁସି କରିବାର ସରଳ ବାଟ, ଅଧୁରା ମନୋକାମନା ହୋଇଥାଏ ପୂର୍ଣ୍ଣ

ଆଜି ଆମେ ଆପଣଙ୍କୁ ଗଣେଶଙ୍କୁ ଖୁସି କରିବାର କିଛି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଏହି ଉପାୟ ବୁଧବାର ଦିନ କରିବେ ତେବେ ଏହା ଦ୍ଵାରା ଭଗବାନ ଗଣେଶ ଜଲ୍ଦି ପ୍ରସନ୍ନ ହୋଇଯିବେ । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜା ଅର୍ଚନା କରିବାର ସବୁଠୁ ବିଶେଷ ଦିନ ଅଟେ । ସେଥିପାଇଁ ଆପଣ ଏହି ଉପାୟକୁ ବୁଧବାର ଦିନ କରି ଦେଖନ୍ତୁ ।

ଆସନ୍ତୁ ଜାଣିବା ଗଣେଶଙ୍କୁ ଖୁସି କରିବା ପାଇଁ ବୁଧବାର ଦିନର ଏହି ବିଶେଷ ଉପାୟ ବିଷୟରେ

·    ଯଦି ଆପଣ ନିଜ ଘର ପରିବାରର ସୁଖ ଶାନ୍ତି ରକ୍ଷା କରିବାକୁ ଚାହୁଁଛନ୍ତି ଓ ନିଜ ଘର ପରିବାର ର ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ନିଜର ଦୁଇ ହାତରେ ନାଲି ଫୁଲ ନେଇ ଭଗବାନ ଗଣେଶଙ୍କୁ ଚଢାନ୍ତୁ ଓ “ଓଁ ଗଂ ଗଣପତୟେ ନମଃ” ମନ୍ତ୍ରର ଜପ କରନ୍ତୁ, ଏହା ଦ୍ଵାରା ଘର ପରିବାରରେ ଖୁସି ଆସିଥାଏ ଓ ଗଣେଶଙ୍କ ଆଶୀର୍ବାଦ ପରିବାର ଲୋକମାନଙ୍କ ଉପରେ ରହିଥାଏ ।

·    ଯଦି ଆପଣ ନିଜର ମନୋକାମନାକୁ ଜଲ୍ଦି ପୁରା କରିବାକୁ ଚାହୁଁଛନ୍ତି ତେବେ ଆପଣ ଭଗବାନ ଗଣେଶଙ୍କର ପୂଜା କରିବା ସମୟରେ ଗଣେଶଙ୍କୁ ଅବିର ଓ ଚନ୍ଦନର ତିଳକ ଲଗାନ୍ତୁ ଓ “ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ:, ନିର୍ବିଘ୍ନଂ କୁରୂମେଂ ଦେବ ସର୍ବ କାର୍ୟେଷୁ ସର୍ବଦା” ମନ୍ତ୍ରର ଜପ ୧୧ ଥର କରନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ସବୁ ମନୋକାମନା ଶୀଘ୍ର ପୂର୍ଣ୍ଣ ହେବ ।

·    ଯଦି ଆପଣ ଭଗବାନ ଗଣେଶଙ୍କ ପୂଜା ବୁଧବାର ଦିନ କରୁଛନ୍ତି ତେବେ ଆପଣ ତାଙ୍କ ପୂଜାରେ ରାଶିର ଭୋଗ ଅବଶ୍ୟ ଲଗାନ୍ତୁ, କାରଣ ବୁଧବାର ଦିନ ରାଶିର ଭୋଗ ଲଗାଇବା ଓ ରାଶିର ସେବନ କରିବା ଓ ରାଶି ଦାନ କରିବା ବହୁତ ମହତ୍ଵ ରଖିଥାଏ ।

·    ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ଅଛି ତେବେ ଏହି ସ୍ଥିତିରେ ଆପଣ ରାଶି ଓ ଗୁଡର ଲଡୁ ତିଆରି କରନ୍ତୁ ଓ ବୁଧବାର ଦିନ ଗଣେଶଙ୍କ ପୂଜା କରନ୍ତୁ, ପୂଜା ସମୟରେ ଆପଣ ରାଶି ଓ ଗୁଡ ଦ୍ଵାରା ତିଆରି ଲଡୁ ଭଗବାନ ଗଣେଶଙ୍କ ପାଖରେ ଭୋଗ ଲଗାନ୍ତୁ । ଏହା ପରେ ଲଡୁକୁ ପ୍ରସାଦ ରୂପରେ ପରିବାରର ସବୁ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା ଭଗବାନ ଗଣେଶଙ୍କ କୃପାରୁ ଶୀଘ୍ର ସମାପ୍ତ ହୋଇଯିବ ।

·    ଆପଣ ଭଗବାନ ଶ୍ରୀ ଗଣେଶଙ୍କ ପୂଜା କରିବା ସମୟରେ ତାଙ୍କୁ ବୁନ୍ଦି ଦ୍ଵାରା ତିଆରି ଲଡୁ ଭୋଗ ନିଶ୍ଚିତ ଲଗାନ୍ତୁ ଓ ବଞ୍ଚିଥିବା ଲଡୁକୁ ନିଜର ଛୋଟ କନ୍ୟାଙ୍କୁ ବାଣ୍ଟି ଦିଅନ୍ତୁ । ଏହା ଦ୍ଵାରା ଗଣେଶ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ।