ବୁଦ୍ଧିମାନ ଶିଶୁ ପାଇଁ ଗର୍ଭବତୀ ମାନେ ନିଶ୍ଚୟ ଖାଆନ୍ତୁ ଏହି 10 ଟି ଖାଦ୍ୟ – Health Tips

ଯେତେବେଳେ ଜଣେ ମହିଳା ଗର୍ଭବତି ହୋଇଥାଏ ସେତେବେଳେ ତାର ବିଶେଷ ରୂପରେ ଧ୍ୟାନ ରଖିବା ଉଚିତ । ସେଥି ପାଇଁ ସେହି ମହିଳାଙ୍କୁ ପୌଷ୍ଟିକ ଖାଦ୍ଯ ଖାଇବା ଉଚିତ । କାରଣ ତାଙ୍କ ଗର୍ଭରେ ବଢୁଥିବା ଶିଶୁ ପାଇଁ ପୋଷକଯୁକ୍ତ ଖାଦ୍ଯର ଆବଶ୍ୟକ ହୋଇଥାଏ । ଏପରି ନ କରିଲେ ଆପଣଙ୍କ ଶିଶୁର ଶାରୀରିକ ଓ ମାନସିକ ଦୃଷ୍ଟିରୁ କମ୍ଜୋର ହେବାର ସମ୍ଭବନା ରହିଥାଏ । ଏହା ଛଡା ନବଜାତ ଶିଶୁ କୌଣସି ମାରାତ୍ମକ ରୋଗର ଶିକାର ହୋଇପାରେ ।

ଆଜି ଆମେ ଆପଣ ମାନଙ୍କୁ କେଉଁ ଭଳି ଖାଦ୍ୟ ସେବନ କରିଲେ ଗର୍ଭବତୀ ମହିଳାଙ୍କର ଶିଶୁଟି ସୁସ୍ଥ ରହିବ ସେହି ବିଷୟରେ କହିବାକୁ ଯାଉଛୁ । ପ୍ରତେକ ଗର୍ଭବତୀ ମହିଳା ମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବ ଉଚିତ । ମହିଳା ଜଣକ ଯାହା ଖାଇବେ ତାହାର ପ୍ରଭାବ ତାଙ୍କ ଶିଶୁ ଉପରେ ପଡିଥାଏ ।

ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କୁ ସବୁଜ ପନିପରିବା ଖାଇବା ସହ ପାଳଙ୍ଗ ଶାଗ ଖାଇବା ଉଚିତ । ପାଳଙ୍ଗ ଶାଗ ଖିବା ଦ୍ଵାରା ଆପଣଙ୍କ ଶରୀରରେ ପୋଷକତତ୍ତ୍ଵର ଅଭାବ ଦେଖାଯାଏ ନାହି । ପାଳଙ୍ଗ ଶାଗରେ ପ୍ରୋଟିନ, ଫାଇବାର ଓ ଭିଟାମିନ ଥିବାରୁ ଏହା ଶିଶୁର ମସ୍ତିସ୍କରେ ଦ୍ରୁତ ବିକାଶ ହେବା ପାଇଁ ସାହାଜ୍ୟ କରିଥାଏ । ପ୍ରତେକ ଗର୍ଭବତୀ ମହିଳାଙ୍କୁ ଅଣ୍ଡା ଖାଇବା ଉଚିତ ।

କାରଣ ଅଣ୍ଡାରେ ଅଧିକରୁ ଅଧିକ ଭିଟାମିନ ଡି ଓ ମିନେରାଲ୍ସ ରହିଥାଏ । ଯାହା ଦ୍ଵାରା ଆପଣଙ୍କ ଶିଶୁର ମସ୍ତିସ୍କ ତୀବ୍ର ଗତିରେ ବିକାଶ ହୋଇଥାଏ । ପ୍ରତେକ ଗର୍ଭବତୀ ମହିଳାଙ୍କୁ ପେସ୍ତା ବାଦାମ ବା ଆଲମଣ୍ଡର ସେବନ କରିବା ଉଚିତ । ଆଲମଣ୍ଡରେ ପ୍ରଚୁର ପରିମାଣରେ ଭିଟାମିନ ରହିଥାଏ । ଏହାକୁ ରାତିରେ ପାଣିରେ ତିନ୍ତାଇ ସକାଳୁ ଖାଇବା ଦ୍ଵାରା ଆପଣଙ୍କ ଶିଶୁ ବୁଦ୍ଧିମାନ ହୋଇଥାଏ ।

ପ୍ରତେକ ଗର୍ଭବତୀ ମହିଳାଙ୍କୁ ଦିନରେ ଥରେ କିଛି ତାଜା ଦହିର ସେବନ କରିବା ଉଚିତ । କାରଣ ଦହିରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ ଯାହା ଆପଣଙ୍କ ଶିଶୁର ବୁଦ୍ଧିକୁ ଅଧିକ ଶକ୍ତିଶାଳୀ କରିବାରେ ସାହାଜ୍ଯ କରିଥାଏ । ବୁଦ୍ଧିମାନ ଶିଶୁ ଜନ୍ମ କରିବା ପାଇଁ ପ୍ରତେକ ମହିଳା ମାନଙ୍କୁ ଗର୍ଭବତି ସମୟରେ ସବୁ ପ୍ରକାରର ଡାଲି ଜାତୀୟ ଖାଦ୍ଯ ଖାଇବା ଉଚିତ ।

ଏଥିରେ ଅଧିକ ପ୍ରୋଟିନ ରହି ଥିବାରୁ ଶିଶୁର ମସ୍ତିସ୍କକୁ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଅନେକ ପ୍ରକାରର ଡାଲିର ସାଲାଟ କରି ମଧ୍ୟ ଗର୍ଭବତି ମହିଳା ମାନେ ସେବନ କରି ପାରିବେ । ଗର୍ଭାବସ୍ଥା ସମୟରେ କ୍ଷୀରର ସେବନ କରିବା ଦ୍ଵାରା ମହିଳା ମାନଙ୍କ ପାଇଁ  ଲାଭଦାୟକ ହୋଇଥାଏ । କ୍ଷୀରରେ ଭିଟାମିନ ଓ ପ୍ରୋଟିନ ଥିବାରୁ ଶିଶୁର ମସ୍ତିସ୍କ ବିକାଶ ହେବ ସହ ହାଡ ମଧ୍ୟ ମଜବୁତ ହୋଇଥାଏ ।

ଗର୍ଭାବସ୍ଥା ସମୟରେ ଅଧିକ ମାତ୍ରାରେ ଫଳ ଜାତୀୟ ଖାଦ୍ଯ ଯେଉଁଥିରେ ଭିଟାମିନ ଓ ପ୍ରୋଟିନ ଥାଏ ଯାହାକୁ ଖାଇବା ଦ୍ଵାରା ଶିଶୁର ମସ୍ତିସ୍କରେ ବିକାଶ ହୋଇଥାଏ । ଅଖରୋଟରେ ଓମେଗା-୩ ଓ ଭିଟାମିନ ରହିଥିବାରୁ ଏହାକୁ ଗର୍ଭବତୀ ମହିଳାମେ ଖାଇବା ଉଚିତ । ଏହା ସହ ସାମୁଦ୍ରିକ ମାଛ ସେବନ କରିଲେ ଗର୍ଭବତୀ ମହିଳାଙ୍କ ପାଇଁ ହିତକାରକ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ଆମ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।