ରାଜ୍ୟବାସୀଙ୍କ ସାହାଯ୍ୟ ଓ ସୁବିଧା ପାଇଁ ରାଜ୍ୟ ସରକାର ସମୟ ସମୟରେ ଅନେକ ପ୍ରକାରର ଯୋଜନା ଆରମ୍ଭ କରିଥାନ୍ତି । ଯାହା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ପରିବାର ପାଇଁ ଖୁବ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ତନ୍ମଧ୍ୟରୁ ଗୋଟିଏ ହେଉଛି ବିଜୁ ପକ୍କା ଘର ଯୋଜନା । ଏହି ଯୋଜନା ମାଧ୍ୟମରେ ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଅନ୍ତି । ତେବେ ଏହି ଯୋଜନାର ନୂଆ ଲିଷ୍ଟ ଏବେ ଆସି ଯାଇଛି । ଆସନ୍ତୁ ଜାଣିବା ଏଥିରେ ଆପଣଙ୍କ ନାମ ଅଛି କି ନାହିଁ କେମିତି ଜାଣିବେ ।

ବିଜୁ ପକ୍କା ଘର ଯୋଜନାର ନୂଆ ଲିଷ୍ଟ ଏବେ ପ୍ରକାଶିତ ହୋଇ ସାରିଛି । ଯେଉଁମାନେ ବିଜୁ ପକ୍କା ଘର ଯୋଜନା ପାଇଁ ଆବେଦନ କରିଥିଲେ ସେମାନେ ଏହି ସୂଚୀରେ ନିଜ ନାମକୁ ଦେଖି ପାରିବେ । ଆପଣ ଚାହିଁଲେ ଅନଲାଇନ ମାଧ୍ୟମରେ ଆପଣଙ୍କ ନାମ ଏହି ସୂଚୀରେ ଅଛି କି ନାହିଁ ଦେଖି ପାରିବେ । ଗରିବ ଲୋକଙ୍କ ପାଇଁ ଓଡିଶା ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଓଡିଶାରେ ପ୍ରତିବର୍ଷ ବାତ୍ୟାରେ ଅନେକ ଲୋକ ବାସହରା ହୋଇଥାନ୍ତି । ଆହୁରି ଅନେକ ଲୋକ ମାଟି ଘରେ କିମ୍ବା କେବଳ ପାଲ ଟାଣି ବାସ କରନ୍ତି ।
ଲୋକଙ୍କର ଏହି ସମସ୍ଯାକୁ ଦୃଷ୍ଟିରେ ରଖି ସରକାର ବିଜୁ ପକ୍କା ଘର ଯୋଜନା ଆରମ୍ଭ କରିଥିଲେ । ତେବେ ଘର ନଥିବା ବା ବାସ କରିବା ପାଇଁ ହଇରାଣ ହେଉଥିବା ଲୋକମାନେ ବିଜୁ ପକ୍କା ଘର ଯୋଜନା ପାଇଁ ଆବେଦନ କରିଥିଲେ । ଯାହାର ସୂଚୀ ଏବେ ପ୍ରକାଶିତ ହୋଇଛି । ଆପଣ ଏହି ସୂଚୀରେ ନିଜ ନାମ ଦେଖିବା ପାଇଁ ପ୍ରଥମେ ଗୁଗୁଲରେ ‘biju pakka ghara’ ଲେଖି ସର୍ଚ୍ଚ କରନ୍ତୁ । ଏହାପରେ ଆପଣ ପ୍ରଥମେ ଆସୁଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ।

ଏହାପରେ ଆପଣ ଯୋଗ୍ୟତା କାର୍ଡଧାରୀ ଉପରେ କ୍ଲିକ କରନ୍ତୁ । ଏବେ ଆପଣ କିଛି ସମୟ ଅପେକ୍ଷା କରନ୍ତୁ ଓ ତା’ପରେ ଆପଣଙ୍କୁ ନିଜ ବିଷୟରେ କିଛି ପ୍ରଶ୍ନ ଏଠାରେ ପଚରାଯିବ । ଯେପରିକି ନିଜ ଗ୍ରାମ, ପଞ୍ଚାୟତ ଓ ଜିଲ୍ଲା ଆଦି ଆପଣଙ୍କୁ ଚୟନ କରିବାକୁ ପଡିବ । ଏହାପରେ ଆପଣଙ୍କ ସାମନାରେ ଆପଣଙ୍କ ଗ୍ରାମ ପଞ୍ଚାୟତର ଲିଷ୍ଟ ଆସିଯିବ । ଏଥିରେ ଆପଣ ନିଜ ଗ୍ରାମରେ କାହା କାହା ପାଇଁ ନୂଆ ପକ୍କା ଘର ଲିଷ୍ଟ ଆସିଛି ତାହା ଦେଖିପାରିବେ ।
ଏଥିସହିତ ଏହି ଲିଷ୍ଟରେ ଯଦି ଆପଣଙ୍କ ନାମ ନାହିଁ ତଥା କୌଣସ ଭୁଲବଶତଃ ଆପଣଙ୍କ ନାମ କଟିଯାଇଛି, ତେବେ ଏଠାରେ ଆପଣ ଆଉ ଥରେ ଆପ୍ଲିକେସନ ପୂରଣ କରି ଏହି ବିଭାଗକୁ ପଠାଇ ପାରିବେ । ଏପରିକି ଯଦି ବିନା କାରଣରୁ ଆପଣଙ୍କ ନାମ ଏଥିରୁ କଟିଯାଉଛି ଆପଣ ଚାହିଁଲେ ଏହି ବିଭାଗ ଉପରେ ମକଦ୍ଦମା ମଧ୍ୟ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।