ବିବାହିତ ମହିଳା ମାନେ ଚୁଡି ପିନ୍ଧିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ ! ନଚେତ ଏହାର ପରିଣାମ ସ୍ଵାମୀ ଉପରେ ପଡିଥାଏ…

ବନ୍ଧୁଗଣ ପ୍ରତ୍ଯେକଟି ନାରୀ ନିଜକୁ ସଜେଇ ରଖିବା ପାଇଁ ବହୁତ ପସନ୍ଦ କରିଥାଏ । ବିଶେଷ କରି ଯେତେବେଳେ ଗୋଟେ ନାରୀ ବାହା ହୋଇଯାଇଥାଏ । ସେତେବେଳେ ସେହି ମହିଳା ଜଣଙ୍କ ନିଜକୁ ଷୋଳଶ୍ରୁଙ୍ଗାର ସଜରେ ନିଜକୁ ସଜେଇ ଥାଏ । ସେଥିମଧ୍ୟରୁ ଚୁଡି ହେଉଛି ଅନ୍ୟତମ । ତେବେ ମହିଳାର ଚୁଡିକୁ ତା’ ର ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ମହିଳା ମାନେ ଚୁଡି ପିନ୍ଧିବାକୁ ବହୁତ ଭଲ ପାଇଥାନ୍ତି । ତେବେ ଆଜି ଆମେ ଜାଣିବା ।

 

ମହିଳା ମାନେ କେଉଁ ରଙ୍ଗର ଚୁଡି ପିନ୍ଧିବା ଉଚିତ ଓ କେଉଁ ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ । ବନ୍ଧୁଗଣ ପ୍ରତ୍ଯେକଟି ମହିଳାଙ୍କ ହାତରେ ଲାଲ ରଙ୍ଗର ଚୁଡି ବହୁତ ଶୋଭା ଦେଇଥାଏ । ଏହା ଲାଲ ରଙ୍ଗର ଚୁଡି ପିନ୍ଧିବା ଦ୍ଵାରା ମହିଳାର ସୁନ୍ଦରତା ଅଧିକ ବଢିଯାଇଥାଏ । ତେଣୁ ସେହି ମହିଳାଙ୍କ ସ୍ଵାମୀ ତାଙ୍କ ସ୍ତ୍ରୀ ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି । ତେବେ ନାଲି ରଙ୍ଗର ଶୁଭ ଓ ପ୍ରେମର ପ୍ରତୀକ ବୋଲି ମଧ୍ୟ ମନା ଯାଇଥାଏ । ମହିଳା ମାନେ ଯେଉଁ ଦିନ ଚୁଡି ପିନ୍ଧିବାର ଥିବ ।

ତେବେ ମହିଳା ପ୍ରଥମେ ନିଜ ସ୍ଵାମୀର ମଙ୍ଗଳ କାମନା କରି ମା’ ପାର୍ବତୀଙ୍କୁ ସ୍ମରଣ କରି ବା ମା’ ପାର୍ବତୀଙ୍କ ଠାରେ ଚୁଡିକୁ ପୂଜା କରି ନିଜ ହାତରେ ଲଗାଇବା ଉଚିତ । ନୂଆ ଚୁଡି ପରିଧାନ କରିସାରିଲା ପରେ ଯଦି ସମ୍ଭବ ତେବେ ଘରର ଗୁରୁଜନ ମାନଙ୍କ ଆଶ୍ରୀବାଦ ନେବାକୁ ମଧ୍ୟ ଅତ୍ୟନ୍ତ ଶୁଭ ମନାଯାଇଥାଏ । ଯାହା ଦ୍ଵାରା ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏପରି କରିବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଭଲ ପାଇବା ଗଭୀର ହୋଇଥାଏ ।

ଚୁଡିକୁ ମଙ୍ଗଳବାର ଓ ଶନିବାର କିଣି ଘରକୁ ଆଣିବା ଉଚିତ ନୁହେଁ ।  ମହିଳା ମାନେ କେବେବି ଧଳା ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ । ନଚେତ ସେହି ମହିଳାର ସ୍ଵାମୀଙ୍କ ଉପରକୁ ଦୁର୍ଭାଗ୍ୟ ଆସିଯାଇଥାଏ । କୌଣସି ମହିଳା ଭଙ୍ଗା କି ଫାଟିଯାଇଥିବା ଚୁଡି ପିନ୍ଧିବା ଉଚିତ ନୁହେଁ । ଏହାକୁ ଅଶୁଭ କୁହାଯାଇଥାଏ ।

ବିବାହିତା ମହିଳା କେବେବି ନିଜର ହାତକୁ ଖାଲି ରଖିବା ଉଚିତ ନୁହେଁ । ଅଳ୍ପ ହେଉ ପଛେ ମହିଳା ମାନେ ନିଜ ହାତରେ ଚୁଡି ପିନ୍ଧିକି ରହିବା ଉଚିତ । ଯେତେବେଳେ କୌଣସି ମହିଳା ନିଜର ସବୁ ପୁରୁଣା ଚୁଡି କାଢି ନୂଆ ଚୁଡି ଲଗାଇବାକୁ ବସିଥାଏ । ସେତେବେଳେ ମହିଳା ନିଜର ସଂପୂର୍ଣ୍ଣ ହାତକୁ ଖାଲି ନକରି ପ୍ରଥମେ ଚୁଡି ବାହାର କରିବାକୁ ଥିବା ହାତରେ ନିଜର ଲୁଗା କାନି ବାନ୍ଧି ତାପରେ ସବୁ ଚୁଡି କାଢି ନୂଆ ଚୁଡି ପିନ୍ଧିବା ଉଚିତ ।

ଆର ହାତରେ ମଧ୍ୟ ସେହିଭଳି ଉପାୟରେ ଚୁଡି ପିନ୍ଧିବା ଉଚିତ ଅଟେ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ