ଆପଣଙ୍କ ରାଶି କହିଥାଏ ବିବାହ କରିବାର ସଠିକ ବୟସ, ଜାଣନ୍ତୁ

କୌଣସି ବି ବ୍ୟକ୍ତିର ଜୀବନରେ ସୁଖମୟ ମୁହୂର୍ତ ସେହି ସମୟ ହୋଇଥାଏ ଯେତେବେଳେ ସେ ବର ହୋଇ ବିବାହ କରିବାକୁ ଯାଇ ଥାଏ । ଅନ୍ୟ ପଟେ ଝିଅମାନେ ବି ନିଜର ବିବାହକୁ ନେଇ ବହୁତ ସ୍ଵପ୍ନ ମଧ୍ୟ ଦେଖିଥାନ୍ତି । କହିବାକୁ ଗଲେ ଆମ ସମାଜରେ ଯେତେବେଳେ ଜଣେ ବ୍ୟକ୍ତି ବିବାହର ଦାୟିତ୍ଵ ସମ୍ଭାଳିବା ପାଇଁ ପ୍ରସ୍ତୁତ ହୋଇଯାଏ ତେବେ ସେହି ସମୟରେ ତାହାର ବିବାହ କରି ଦିଆଯାଏ କିମ୍ବା ଅନ୍ୟ କିଛି ପରିସ୍ଥିତିରେ ବି ବିବାହ କରି ଦିଆ ଯାଏ ।

ଏହା ପରେ ଲୋକମାନେ ବିବାହ ପାଇଁ କେତେକ ପଣ୍ଡିତଙ୍କ ଉପଦେଶ ବି ନିଅନ୍ତି । କିନ୍ତୁ କହିବାକୁ ଗଲେ ବିବାହ ପାଇଁ ଏକ ସଠିକ ବୟସ ଥାଏ ଓ ସେହି ବୟସରେ ହିଁ ଆପଣଙ୍କୁ ବିବାହ କରିନେବା ଉଚିତ ଓ ସେହି ସଠିକ ବୟସ ଆପଣ ନିଜ ରାଶି ଦ୍ଵାରା ଜାଣି ପାରିବେ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ କହିବକୁ କି କେଉଁ ବୟସରେ ଆପଣଙ୍କୁ ବିବାହ କରିବା ଉଚିତ ।

ମେଷ ରାଶି :

ସାଧାରଣତଃ ଏହି ରାଶିର ଲୋକମାନେ ଅଧିକ ଧୈର୍ଯବାନ ହୋଇ ନ ଥାନ୍ତି । ସେ ସବୁ କାମକୁ ଜଲ୍ଦି ଜଲ୍ଦି କରିବାକୁ ଚାହାନ୍ତି । ଏମିତିରେ ଯଦି ଏହି ରାଶିର ଲୋକମାନେ ଜଲ୍ଦି ଜଲ୍ଦି ବିବାହ କରନ୍ତି ତେବେ ନିଜକୁ ଓ ନିଜ ସାଥିଙ୍କୁ ଦୁଇ ଜଣଙ୍କୁ ହିଁ କ୍ଷତି ପହଞ୍ଚାଇବେ । ସେଥିପାଇଁ ଜରୁରୀ ଅଟେ କି ମେଷ ରାଶିର ଜାତକ ୨୭ ରୁ ୩୦ ବର୍ଷ ମଧ୍ୟରେ ବିବାହ କରିବା ଉଚିତ ।

ବୃଷ ରାଶି :

ଏକ ଭଲ ସାଥି ପାଇବା ପାଇଁ ବୃଷ ରାଶିର ଲୋକମାନେ ସବୁବେଳେ ଅପେକ୍ଷା କରିଥାନ୍ତି । ସେ ନିଜ ପାଇଁ ଏମିତି ଜୀବନସାଥି ଖୋଜନ୍ତି ଯିଏ ତାଙ୍କୁ ଭଲ ପାଉଥିବ ଓ ତାଙ୍କର ଇଜ୍ଜତ କରୁଥିବ । ଭଲ ସାଥି ମିଳିବା ପରେ ହିଁ ଏହି ରାଶିର ଲୋକମାନେ ବିବାହ କରନ୍ତି । ଏହି ରାଶିର ଲୋକମାନଙ୍କ ପାଇଁ ବିବାହ ପାଇଁ ୩୦ ବର୍ଷ ସଠିକ ହୋଇଥାଏ ।

ମିଥୁନ ରାଶି :

ମିଥୁନ ରାଶିର ଲୋକମାନେ ଆରମ୍ଭରୁ ହିଁ କୌଣସି କାର୍ଯ୍ୟ ପ୍ରତି ଗମ୍ଭୀର ଓ ଇଚ୍ଛାଶକ୍ତି ନ ଥାଏ । ଏହି ରାଶିର ଲୋକମାନଙ୍କ ପାଇଁ ବିବାହ କରିବାରର ସଠିକ ବୟସ ୩୦ ବର୍ଷ ହୋଇଥାଏ । ୩୦ ବର୍ଷ ବୟସ ପରେ ବି ଏହି ରାଶିର ଲୋକମାନେ ବିବାହ କରି ପାରିବେ । ତେବେ ତାଙ୍କର ଭାଗ୍ୟଦାୟ ହେବାର ସମ୍ଭାବନା ଅଧିକ ଥାଏ ।

କର୍କଟ ରାଶି :

କର୍କଟ ରାଶିର ଲୋକମାନେ ଆରମ୍ଭରୁ ହିଁ ନିଜର ବିବାହକୁ ନେଇ ବହୁତ ଉତ୍ସାହିତ ହୋଇଥାନ୍ତି ଓ ଜଲ୍ଦି ବିବାହ କରି ନିଅନ୍ତି । କିନ୍ତୁ କମ ବୟସରେ ହିଁ ବିବାହ କରିବା କାରଣରୁ ଏମାନଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲେ ନାହିଁ । ଏମାନଙ୍କୁ ୩୦ ବର୍ଷ ବୟସରେ ବିବାହ କରିବା ଉଚିତ । ଏହି ବୟସରେ ବିବାହ କରିବା ଆପଣଙ୍କ’ ପାଇଁ ଶୁଭ ହୋଇଥାଏ ।

ସିଂହ ରାଶି :

ସିଂହ ରାଶିର ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ରିଲେଶନଶିପରେ ରହିବାକୁ ପସନ୍ଦ କରନ୍ତି । ଏହି ରାଶିର ଲୋକମାନେ ମନୋରଞ୍ଜନ ଦୁନିଆରେ ରହିବାକୁ ବି ପସନ୍ଦ କରନ୍ତି । ଏମାନଙ୍କୁ ବିବାହର କୌଣସି ଅଧିକ ଚିନ୍ତା ନ ଥାଏ । ୩୦ ବର୍ଷ ବୟସରେ ବିବାହ ଲରିବା ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଅଟେ ।

କନ୍ୟା ରାଶି :

କନ୍ୟା ରାଶିର ଜାତକମାନେ ସବୁ ମାମଲାରେ ପରଫେକ୍ଶନ ପସନ୍ଦ କରନ୍ତି । ଜୀବନରେ ଏହି ଲୋକମାନେ ବହୁତ ହିଁ ଅଧିକ ବ୍ୟାଲାନ୍ସ କରି ଚାଳନ୍ତି । ଏହି ରାଶିର ଲୋକମାନଙ୍କ ପାଇଁ ୨୫ ରୁ ୨୬ ବର୍ଷ ମଧ୍ୟରେ ବିବାହ କରିବା ଅନୁକୂଳ ସମୟ ଅଟେ ।

ତୁଳା ରାଶି :

ତୁଳା ରାଶିର ଜାତକମାନେ ଧୈର୍ଯବାନ ହୋଇଥାନ୍ତି ଓ କୌଣସି ବି ଫଳଫାଳ ଉପରେ ପହଞ୍ଚିବା ପୂର୍ବରୁ ଏମାନେ ବହୁତ ବିଚାର ବିମର୍ଶ କରନ୍ତି । କିନ୍ତୁ ଥରେ ଯେତେବେଳେ କୌଣସି ନିଷ୍ପତି ନେଇ ଯାଆନ୍ତି ତେବେ ତାଙ୍କର ମନରେ କୌଣସି ବି ପ୍ରକାରର ସନ୍ଦେହ ଆସି ନ ଥାଏ । ତୁଳା ରାଶିର ଲୋକମାନଙ୍କ ବିବାହର ସଠିକ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ ହୋଇଥାଏ ।

ବିଚ୍ଛା ରାଶି :

ବିଚ୍ଛା ରାଶିର ଜାତକ ବହୁତ ହିଁ ପୋଜେସିବ ନେଚରର ହୋଇଥାନ୍ତି । ଏମାନେ ବହୁତ ଜଲ୍ଦି ହିଁ କୌଣସି ଜିନିଷକୁ ଅଞ୍ଜାମ ଦେଇ ଦିଅନ୍ତି । କେତେ ଥର ଏମାନଙ୍କ ଅଭ୍ୟାସ ହିଁ ଏମାନଙ୍କୁ କଷ୍ଟରେ ପକାଇ ଦିଏ । ଏମାନଙ୍କୁ ବିବାହ ଭଳି ବଡ ନିଷ୍ପତି ନେବା ପୂର୍ବରୁ ଗମ୍ଭୀର ରୂପରେ ଚିନ୍ତା କରିବା ଉଚିତ । ବିଚ୍ଛା ରାଶିର ଲୋକମାନଙ୍କ ପାଇଁ ବିବାହର ସବୁଠୁ ଉପଯୁକ୍ତ ସମୟ ୩୦ ବର୍ଷ ପରେ ହୋଇଥାଏ ।

ଧନୁ ରାଶି :

ଧନୁ ରାଶିର ଲୋକମାନେ ସବୁ କଥା ଉପରେ ସହଜରେ ଧ୍ୟାନ ଦିଅନ୍ତି ନାହିଁ । କୌଣସି ବି ନିଷ୍ପତି ନେବା ପାଇଁ ଏମାନଙ୍କୁ ସମୟ ଦରକାର ହୋଇଥାଏ । ଏହି ଲୋକମାନଙ୍କ ପାଇଁ ବିବାହର ସଠିକ ସମୟ ୩୪ ବର୍ଷ ପରେ ହୋଇଥାଏ । ଏହି ବୟସ ପରେ ବିବାହ କରିବା ଦ୍ଵାରା ଏମାନଙ୍କ ଭାଗ୍ୟଉଦୟ ହୋଇଥାଏ ।

ମକର ରାଶି :

ମକର ରାଶିର ଲୋକମାନେ ସବୁ ପରିସ୍ଥିତିରେ ଏଡଜସ୍ଟ କରି ପାରିବେ । କେଉଁ ବୟସରେ ବିବାହ କରିବା ଏମାନଙ୍କ ପାଇଁ କୌଣସି ବିଶେଷ ମହତ୍ଵ ରଖି ନ ଥାଏ , ସେ ସବୁ ବୟସରେ ନିଜର ଦାୟିତ୍ଵର ଅନୁରୂପ ଢଳି ଯାଆନ୍ତି । ଏମାନଙ୍କୁ ଯେତେବେଳ ଅନୁଭବ ହୋଇଥାଏ କି ବିବାହ କରିବାର ସଠିକ ବୟସ ଆସି ଯାଇଛି ତେବେ ସେହି ସମୟରେ ଏମାନଙ୍କୁ ବିବାହ କରି ନେବା ଉଚିତ ।

କୁମ୍ଭ ରାଶି :

କୁମ୍ଭ ରାଶିର ଲୋକମାନଙ୍କୁ ନିଜର ଆଜାଦି ବହୁତ ଭଲ ଲାଗେ । ଏମାନଙ୍କୁ ଜଣେ ଏମିତି ପାର୍ଟନର ଦରକାର ହୋଇଥାଏ ଯିଏ ଏମାନଙ୍କୁ ଅଧିକ ମହତ୍ଵ ଦେଉଥିବେ ଓ ତାଙ୍କୁ ବୁଝି ପାରୁଥିବ । ସେମିତି ତ ଏମାନଙ୍କ ବିବାହର ବୟସ କୌଣସି ଅର୍ଥ ରଖେ ନାହିଁ କିନ୍ତୁ ୩୦ ବର୍ଷ ପରେ ଏମାନଙ୍କୁ ବିବାହ କରି ନେବା ଉଚିତ ।

ମୀନ ରାଶି :

ମୀନ ରାଶିର ଲୋକମାନଙ୍କ ଦିନରେ ସ୍ଵପ୍ନ ଦେଖିବାକୁ ପସନ୍ଦ କରନ୍ତି । ଏହି ରାଶିର ଲୋକମାନେ ବହୁତ ହିଁ ନରମ ସ୍ଵଭାବର ହୋଇଥାନ୍ତି । ସେଥିପାଇଁ ଏମାନଙ୍କୁ ପରଫେକ୍ଟ ପାର୍ଟନର ଖୋଜିବା ପାଇଁ ଅଧିକ ସମୟ ଲାଗିଥାଏ । ମୀନ ରାଶିର ଲୋକମାନଙ୍କ ପାଇଁ ବିବାହର କୌଣସି ସଠିକ ବୟସ ସୀମା ନ ଥାଏ । କିନ୍ତୁ ଏମାନଙ୍କୁ ୨୦ ରୁ ୪୦ ବର୍ଷ ଭିତରେ ବିବାହ କରି ନେବା ଉଚିତ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।