ଭୂତ ବାବାଙ୍କ କଥା ସତ ହେଲା କି ! ସକାଳୁ ସକାଳୁ ରାଜଧାନୀରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଚାହା ଖଟିରେ ଏକାଠି ହୋଇଥିବା ଲୋକେ କଥା ହେଉଛନ୍ତି ବୋଧ ହୁଏ 40 ଲକ୍ଷ ଭୂତ ଭୁବନେଶ୍ବରରେ ପହଞ୍ଚିଗଲେ । ସେଥିପାଇଁ ତ ସକାଳୁ ସକାଳୁ ଅନ୍ଧାର କରି ମେଘ ଘୋଟି ଆସିଲା । ବାବା ବିପିନ ରାଉତଙ୍କ କଥା ସତ ହେଲା ବୋଲି ଲୋକେ କହୁଛନ୍ତି । 40 ଲକ୍ଷ ଦୁଇ ଭୂତଙ୍କ ସଭାପତି ବିପିନଙ୍କ କଥା ସତ ହେଲା ବୋଲି ଲୋକେ କହୁଛନ୍ତି ।
ସଭାପତି ବନ୍ଧା ହୋଇଥିବା ଦେଖି ଭୂତମାନେ ବା କେମିତି ଚୁପ୍ ବସିବେ । ଭୂତଙ୍କର ଭୁବନେଶ୍ବରରେ ପହଞ୍ଚିବା ଟିକେ ବିଳମ୍ବ ହୋଇଛି ସତ । କିନ୍ତୁ ଶେଷରେ ବିପିନ ବାବାକୁ ଉଦ୍ଧାର କରିବାକୁ ପହଞ୍ଚି ଯାଇଛନ୍ତି । ଆଜ୍ଞା ହଁ, ଲୋକଙ୍କ ମୁହଁରୁ ଏଭଳି କିଛି କଥା ଏବେ ଶୁଣିବାକୁ ମିଳୁଛି । ଭୂତମାନେ ଏକାଠି ହୋଇ ଭୁବନେଶ୍ବରରେ ପହଞ୍ଚି ଗଲେଣି । କାରଣ ସେମାନଙ୍କ ସଭାପତି ବାବା ଜେଲ ଭିତରେ ଅଛନ୍ତି ।
ସେଥିଲାଗି ତ ବଡି ସକାଳୁ କଳାହାଣ୍ଡିଆ ମେଘ ମାଡି ଆସିଥିଲା । ଜେଲରେ ରହି ବିପିନ ବାବା ବାହାରର ବାତାବରଣ ଦେଖି ସାରିଲେଣି । ତେଣୁ ଜେଲ ଭିତରେ ଥାଇ ଚିତ୍କାର କରି କହୁଛନ୍ତି, ଦେଖିଲ ନା ମୁଁ କହୁଥିଲି 40 ଲକ୍ଷ ଭୂତ ଆସିବେ । କିଛି ଭୂତ ଭୁବନେଶ୍ବରରେ ପହଞ୍ଚି ଗଲେଣି ।
ଆଉ କିଛି ଭୂତଙ୍କ କାମ ରହିଯାଇଛି ବୋଲି ସେ ଆସି ପାରିନାହାନ୍ତି । ଏମିତି ମଜାଳିଆ କଥା ଏବେ ଚାହା ଖଟିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭୂତଙ୍କ ସଭାପତି ବନ୍ଧା ହୋଇଥିବା ଖବର ମଧ୍ୟ ସବୁ ଗଣମାଧ୍ୟମରେ ଘୁରି ବୁଲୁଛି । କୁହାଯାଉଛି କି ଭୂତ ବାବା ଜଣେ ସାର୍ପ ସୁଟର ଥିଲେ । ପୂର୍ବରୁ ତାଙ୍କ ନାଁରେ ତିନୋଟି ମାମଲା ରହିଛି ଏବଂ ୱାରେଣ୍ଟ ମଧ୍ୟ ଥିଲା । ହେଲେ ଭୂତ ବାବାଙ୍କ କଥା ଭାଇରାଲ ହେବା ପରେ ପୋଲିସ ନଜରକୁ ଆସିଥିଲା ବାବା ।
ବାବା ଯେମିତି ଡରାଉଥିଲେ ମୋତେ ବାନ୍ଧିଲେ ଭୂତକୁ ସମ୍ଭାଳିବ ସେକଥା କହି ଲୋକେ ଠୋ ଠୋ ହୋଇ ହସୁଛନ୍ତି । ଆଉ ସକାଳୁ ମେଘ ଘୋଟି ଆସିବା ଦେଖି ଭୂତ ବାବାର କଥାକୁ ମନେପକାଇ ଲୋକେ ଥଟ୍ଟା ପରିହାସ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।