ଭାରତର ଏହି ସ୍ଥାନରେ ଭଡାରେ ମିଳିଥାଏ କନ୍ୟା, ଗୋଟିଏ ବର୍ଷ ପରେ ବଦଳାଇ ପାରିବେ ସ୍ତ୍ରୀକୁ, ନିଜ ଘରଲୋକ କରିଥାନ୍ତି…

ଭାରତ ଏକ ଏମିତି ଦେଶ ଅଟେ ଯାହା ପରମ୍ପରା ଏବଂ ସଂସ୍କୃତି ପାଇଁ ଜଣା ଯାଇଥାଏ । ଯେଉଁଠି ଅଲଗା ଅଲଗା ପରମ୍ପରା, ଧର୍ମ, ସଂସ୍କୃତିର ଲୋକମାନେ ଏକା ସହିତ ରୁହନ୍ତି । ସମସ୍ତଙ୍କର ନିଜର ଅଲଗା ଅଲଗା ପରମ୍ପରା ମଧ୍ୟ ଅଛି । କିନ୍ତୁ ଆଜି ବି ଏମିତି କେତେକ ପରମ୍ପରା ଅଛି ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସେହି ସବୁ ପରମ୍ପରା ମଧ୍ୟରେ ବାହାଘରର ବନ୍ଧନ ଏକ ଏମିତି ପବିତ୍ର ସମ୍ପର୍କ ଅଟେ ଯାହାକୁ ଲୋକମାନେ ଜୀବନ ସାରା ପରସ୍ପର ସହିତ ରହିବା ପାଇଁ ପ୍ରତିଙ୍ଗ୍ୟା କରିଥାନ୍ତି । ଆଜି ଆମ ଆପଣମାନଙ୍କୁ ଏକ ଏମିତି ପ୍ରଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବି ବିଶ୍ଵାସ କରିବେ ନାହିଁ କି ଆଜିର ସମୟରେ ବି ଏହିଭଳି ପରମ୍ପରା ଚାଲିଛି ।

ଆଜି ଆମେ ଆପଣମାନଙ୍କୁ ଏକ ଏମିତି ଜାଗା ବିଷୟରେ କହିବୁ ଯେଉଁଠୁ ମହିଳା ମାନଙ୍କୁ ଭଡାରେ ଆଣି ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଜର ପତ୍ନୀ କରି ରଖନ୍ତି । ଏହି ପରମ୍ପରାର ନାମ ହେଉଛି ଧଡୀଚା ପ୍ରଥା । କହି ଦେଉଛୁ ଯେ ଏହି ପ୍ରଥା ମଧ୍ୟପ୍ରଦେଶର ଶିବପୁରୀ ନାମକ ସ୍ଥାନରେ ସବୁଠୁ ଅଧିକ ପ୍ରଚଳିତ ଅଟେ । ସବୁ ବର୍ଷ ଶିବପୁରୀ ଜାଗାରେ ଏମିତି ହିଁ ଗୋଟିଏ ମଣ୍ଡୀ ଲଗା ଯାଇଥାଏ, ଯେଉଁଠି ଝିଅମାନଙ୍କୁ ଭଡାରେ ଦିଆଯାଏ ।

ଏହି ପ୍ରଥା ଏଠି ବର୍ଷ ବର୍ଷ ଧରି ଚାଲିଆସୁଛି । ଏହି ପ୍ରଥା ଅନୁସାରେ ଆପଣ କୌଣସି ମହିଳାକୁ ନିଜ ପତ୍ନୀ ରୂପରେ ନେଇ ପାରିବେ । ଏହି ଝିଅମାନଙ୍କର ଦାମ ୧୫,୦୦୦ ଟଙ୍କାରୁ ଆରମ୍ଭ ହୋଇ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଅଟେ ।

କହିଦେଉଛୁ ଯେ ଏହି ପ୍ରଥାରେ ଝିଅ ଘରର ଲୋକମାନେ ନିଜ ଝିଅକୁ ଏକ ବର୍ଷ ପାଇଁ ଭଡାରେ ଦେଇ ଦିଅନ୍ତି ଏବଂ ଖୁସି ଖୁସି ଭଡା ଦେଇଥିବା ବ୍ୟକ୍ତି ସହ ବାହା ବି କରିଦିଅନ୍ତି । ଏହା ସହିତ ସେହି ବ୍ୟକ୍ତି ଯଦି ଚାହିଁବ ତେବେ ସେହି ମହିଳାକୁ ସେ ଗୋଟିଏ ବର୍ଷରୁ ବି ଅଧିକ ସମୟ ପର୍ଯ୍ୟନ୍ତ ରଖି ପାରିବ କିନ୍ତୁ ଏଥିପାଇଁ ତାଙ୍କୁ ସେହି ଝିଅର ଭଡା ତାଙ୍କ ଘରଲୋକ ମାନଙ୍କୁ ଦେବାକୁ ପଡିବ ।

ଏହା ସହିତ ଏହି ପୁରା ଟଙ୍କା ଦେବା ନେବାର କାର୍ଯ୍ୟ ୧୦ ଏବଂ ୧୦୦ ଟଙ୍କା ର ଷ୍ଟାମ୍ପ ପେପର ଉପରେ ହିଁ ହୋଇଥାଏ । କହି ଦେଉଛୁ ଯେ ମଧ୍ୟ ପ୍ରଦେଶରେ ଏହି କୃପ୍ରଥା ଆଜି ବି ଚାଲିଛି ।