ଭିକ ମାଗିଲି ବୋଲି କେତେ କଥା ଶୁଣିଛି.. ଗୀତ ଗାଇବାକୁ ଇଚ୍ଛା ଥିଲେ ବି ସୁବିଧା ନଥିଲା- Sasmita Jena

ନମସ୍କାର ବନ୍ଧୁଗଣ । ଭିକ୍ଷା ବୃତ୍ତି କରି ପେଟ ପୋଷୁଥିଲେ । ଲିଙ୍ଗରାଜ ମନ୍ଦିର ରେ ନିଜର ଛୋଟ ଝିଅ କୁ ଧରି ବିକ୍ଷା ବୃତ୍ତି କରୁଥିଲେ । ଆଉ ଭିକ ମାଗି ମାଗି ନିଜର ପରିବାର ଚଳାନ୍ତି । ସେ ହେଉଛନ୍ତି ବାଲେଶ୍ଵର ବାସୀ ଭୁବନେଶ୍ବରରେ ଏହି କାମ କରନ୍ତି । ଆଉ ନିଜ ଘର ଚଳାଇବା ସହ ନିଜର ପେଟ ମଧ୍ୟ ପୋଷନ୍ତି । କିନ୍ତୁ କଥାରେ ନାହିଁ ଭାଗ୍ଯର ଯେବେ ସାଥ ମିଳେ ସେତେବେଳେ ମଣିଷର ସୋଇ ପଡିଥିବା ଭାଗ୍ୟ ଜାଗୃତ ହୋଇଯାଏ ।

ତେବେ ସେହି ଭଉଣୀ ହେଉଛନ୍ତି ସସ୍ମିତା ଜେନା ଯିଏ କି ଗୀତ ଗାଈ ସୋସିଆଲ ମିଡିଆର ଏ ଖୁବ ଭାଇରାଲ ହିଇଥିଲେ । ସସ୍ମିତା ଏକ ସାକ୍ଷାତ୍କାର ରେ କହିଛନ୍ତି ଯେ “ଯେତେବେଳେ ମିଡିଆ ଭାଇ ମାନେ ମୋ ଜୀବନର କାହାଣୀ ଓ ଗୀତ କୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ସେତେବେଳେ ଭାବି ନ ଥିଲି ମୁଁ କେବେ ଆଗକୁ ଯାଇ ପାରିବି । ମୁଁ ଭାବିଲି ମୋର ଏଠି ସବୁ କିଛି ସରିଗଲା ।

ଏବେ ମୁଁ ବହୁତ ଖୁସି ଅଛି । ଆଉ ଲିଙ୍ଗରାଜ ମନ୍ଦିର କୁ ଯିବି ନାହିଁ । ମୋ ସ୍ଵାମୀ ଛାଡି ଦେଇକି ଆଉ କାହାକୁ ବାହା ହୋଇ ଯାଇଛନ୍ତି । ସେ ଚୋର ଡକାୟତ ଥିଲା ସେଥିପାଇଁ ମୁଁ ସ୍ଵ-ଇଚ୍ଛା ରେ ଛାଡି ଦେଇଛି । ମୋ ସ୍ଵାମୀ ଫେରିଲେ ବି ମୁଁ ଗ୍ରହଣ କରିବି ନାହିଁ । କାରଣ ସେ ମୂଳରୁ ହିଁ ଖରାପ । ଭିକ ମାଗୁଥିଲି ବୋଲି ମୋତେ କେତେ ଶୁଣିବାକୁ ପଡିଥିଲା ।

ଗୀତ ଗାଇବାକୁ ଇଚ୍ଛା ଥିଲେ ବି ମୋ ପାଖରେ କିଛି ସୁବିଧା ନ ଥିଲା । ଭିକ ମାଗି ଯେତେ ଟଙ୍କା ରୋଜଗାର ହୁଏ ସେଥିରେ ମୁଁ ଆଉ ମୋ ଝିଅ ଚଳିଥାଉ । ଲୋକଙ୍କ କଥା ଶୁଣିଲେ ମୁଁ କଣ କିଛି କରିପାରିବି । ମୁଁ ତ ଭିକ ଲାଗୁଛି ନା କିଛି ଖରାପ କାମ କରୁନି । ମୋ ଘର ଲୋକ ଓ ବାହାର ଲୋକ ମୋତେ ବହୁତ କଥା କହିଲେ କାହିଁକି ଭାଇରାଲ ହେଲୁ । ମୁଁ କାହା ନ ଶୁଣି ଭୁବନେଶ୍ଵର ଆସିଲି ।

ଲୋକେ କହୁଥିଲେ ତମର ଭିକାରି ଫ୍ୟାମିଲି । ତଥାପି ମୁଁ ସେଗୁଡାକ ଆଡେଇ ଦେଇ ଭୁବନେଶ୍ବର ଆସିଲି । ମୁଁ ସେତିକି ଜିନିଷ ଚାହୁଁଛି ଆଉ ପାଇବି ।  ମୁଁ ପ୍ରାୟତଃ ଗୀତ ଶୁଣେ । ହ୍ୟୁମାନ ସାଗର, ଅସୀମା ପଣ୍ଡା ଙ୍କ ଗୀତ ଶୁଣେ । ତାଙ୍କୁ ଦେଖା କରିବାକୁ ବହୁତ ଇଚ୍ଛା ଅଛି” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।