ଭାରତର କଏଦୀ ମାନେ କାହିଁକି ଧଳାରଙ୍ଗର ପୋଷାକ ପିନ୍ଧନ୍ତି ? ଏହା ପଛର ଇତିହାସ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଫିଲ୍ମରେ ହେଉ କି ବାସ୍ତବରେ ଆପଣ ନିଶ୍ଚୟ ଦେଖିଥିବେ କି, କଏଦୀ ମାନଙ୍କୁ ଧଳାରଙ୍ଗର ପୋଷାକ ପିନ୍ଧିବାକୁ ଦିଆଯାଏ । ହେଲେ କେବେ ଭାବିଛନ୍ତି କି, ଏହାର ପଛରେ କଣ କାରଣ ରହିଛି ? କଏଦୀଙ୍କ ପୋଷାକ ପାଇଁ କାହିଁକି ଧଳାରଙ୍ଗ ହିଁ ବଛାଗଲା ? ଏହା ପଛରେ ଏକ ଇତିହାସ ରହିଛି । କୁହାଯାଏ କି, ଅଷ୍ଟାଦଶ ଶତାବ୍ଦୀରେ ଆମେରିକାରେ ପ୍ରଚଳିତ ହେଉଥିବା ଆର୍ବୋନ ସିଷ୍ଟମ ପରେ ଏହି ନିୟମ ପ୍ରଚଳିତ ହୋଇ ଆସୁଛି ।

ଏହି ନିୟମାନୁସାରେ ଜେଲ ଏବଂ ସେଠାରେ ରହୁଥିବା କଏଦୀ ମାନଙ୍କ ପାଇଁ କିଛି ସ୍ଵତନ୍ତ୍ର ନିୟମ ରହିଛି । ଏହାପରେ ଆଧୁନିକ ଜେଲର ଆରମ୍ଭ ହୋଇଥିଲା । ଏହି ପରିବର୍ତ୍ତନ ପରେ କଏଦୀଙ୍କୁ କଳା ଷ୍ଟ୍ରାଇପ ପଡିଥିବା ଧୂସର କଳାରଙ୍ଗର ପୋଷାକ ପରିଧାନ କରିବାକୁ ଦିଆ ଯାଉଥିଲା । ଯଦି କୌଣସି କଏଦୀ ଜେଲରୁ ପଳାୟନ କରୁଛନ୍ତି ତେବେ ଏହି ଭିନ୍ନ ରଙ୍ଗର ପୋଷାକ କଏଦୀଙ୍କୁ ଧରିବାରେ ସହାୟକ ହୋଇଥାଏ । ଏହି ପୋଷାକ କଏଦୀଙ୍କୁ ସାଧାରଣ ଲୋକଙ୍କ ଠାରୁ ଭିନ୍ନ କରିଥାଏ ।

ଏଭଳି ସ୍ଥିତିରେ କେହି ଯଦି ପଳାତକ କଏଦୀଙ୍କୁ ଦେଖନ୍ତି ତେବେ ସେମାନେ ସହଜରେ ପୋଲିସକୁ ସାହାଯ୍ୟ କରିପାରିବେ । ଅନ୍ୟ ଅର୍ଥରେ କଏଦୀଙ୍କୁ ଅନୁଶାସନ କରିବା ପାଇଁ ଲଜ୍ଜାର ପ୍ରତୀକ ଭାବେ ସେମାନଙ୍କୁ ଏହି ପୋଷାକ ପରିଧାନ କରିବାକୁ ଦିଆ ଯାଇଥାଏ । ଧଳାରଙ୍ଗକୁ ଶାନ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ । ଏହି ରଙ୍ଗର ପୋଷାକ ପରିଧାନ କରିବା ଦ୍ଵାରା କଏଦୀଙ୍କ ମନରେ କୌଣସି ନକରାତ୍ମକ ଚିନ୍ତାଧାରା ଆସି ନଥାଏ ବୋଲି କୁହାଯାଏ ।

ଏହାସହ ଧଳାରଙ୍ଗର ପୋଷାକ କଏଦୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ମଧ୍ୟ ରକ୍ଷା କରିଥାଏ । ଧଳାରଙ୍ଗର ଦୂରରୁ ମଧ୍ୟ ଅତି ସହଜରେ ଦୃଶ୍ୟମାନ ହୋଇଥାଏ । ଅଷ୍ଟାଦଶ ଶତାବ୍ଦୀରେ କଏଦୀଙ୍କୁ ଧୂସର ଓ କଳାରଙ୍ଗର ପୋଷାକ ପିନ୍ଧିବାକୁ ଦିଆ ଯାଉଥିବା ବେଳେ ଉନବିଂଶ ଶତାବ୍ଦୀରେ ଏହି ପୋଷାକରେ ପରିବର୍ତ୍ତନ କରାଯାଇ କଳା ଏବଂ ଧଳା ପୋଷାକ କରି ଦିଆ ଯାଇଥିଲା । ପରେ ଏହାର ରଙ୍ଗ ଧଳା କରା ଯାଇଥିଲା । ଏହି ପୋଷାକ କେବଳ ସେହି କଏଦୀ ମାନଙ୍କୁ ଦିଆଯାଏ ଯେଉଁ ମାନଙ୍କର ଦଣ୍ଡ ଧାର୍ଯ୍ୟ ହୋଇ ସାରିଥାଏ ।

ସେମାନଙ୍କ ବ୍ଯତୀତ ଅନ୍ୟ କଏଦୀ ମାନେ ସାଧାରଣ ପୋଷାକ ପରିଧାନ କରିଥାନ୍ତି । ତେବେ ଭାରତରର କଏଦୀମାନେ କଳା ଧଳା ପୋଷାକ ପିନ୍ଧୁଥିବା ବେଳେ ଅନ୍ୟ ଦେଶରେ ଏହାର ରଙ୍ଗ ଭିନ୍ନ ରହିଛି । ପ୍ରତ୍ଯେକ ଦେଶରେ ଥିବା ବନ୍ଦୀମାନଙ୍କ ପାଇଁ ସ୍ଵତନ୍ତ୍ର ଡ୍ରେସ କୋଡ୍ ରହିଛି । ଭାରତରେ ବ୍ରିଟିଶ ଶାସନକାଳରୁ ଏପର୍ଯ୍ୟନ୍ତ ଏଭଳି ପୋଷାକର ଧାରା ଜାରି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।