ଏବେ ପୁଣି ଠାରେ ଚର୍ଚ୍ଚାରେ ଆସିଛନ୍ତି ସାରଥି ବାବା । ଏଥର କିନ୍ତୁ କେନ୍ଦ୍ରାପଡା ବାରିମୂଳରୁ ନୁହେଁ, ବରଂ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଖଳିପାହାଳ ଗାଁ ରେ ଦେଖିବାକୁ ମିଳିଛି ଅନନ୍ୟ ସାରଥି ପ୍ରେମ । ଶୁଣିବାକୁ ମିଳିଛି ଏଠି କୁଆଡେ ସାରଥିଙ୍କ ଫଟୋରୁ ଝରୁଛି ବିଭୁତି ଓ ଗଙ୍ଗାଜଳ ।
ଆଉ ଏହି ଦୃଶ୍ୟକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ ମଧ୍ୟ ଜମୁଛି । କେବଳ ସ୍ଥାନୀୟ ବାସିନ୍ଦା ନୁହେଁ, ବରଂ ଅନୁଗୁଳ, ତାଳଚେର, ଆଠମଲିକ ଓ ବାଲେଶ୍ଵର ଆଦି ଅଞ୍ଚଳରୁ ମଧ୍ୟ ଏହି ସ୍ଥାନକୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜି ଠାରୁ ଦଶ ଦିନ ତଳେ ଖଳିପାହାଳ ଗାଁ ର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥି ବାବାଙ୍କ ଫଟୋରୁ ବିଭୁତି ବାହାରିବା ସହ ଗଙ୍ଗା ଜଳର ଏକ ସ୍ରୋତ ମଧ୍ୟ ବାହାରିଥିଲା ବୋଲି ସୁକାନ୍ତ ନିଜେ କହିଛନ୍ତି ।
ଏଥି ସହିତ ସାରଥିଙ୍କ ଫଟୋରୁ ମହୁ ମଧ୍ୟ ଝରିବା ସହ ତାଙ୍କୁ ଦିଆ ଯାଉଥିବା ଖାଦ୍ଯ ବା ଭୋଗ ମଧ୍ୟ ଉଭାନ ହୋଇ ଯାଉଥିବା ମଧ୍ୟ କହିଛନ୍ତି ସ୍ଥାନୀୟ ଲୋକ ଏବଂ ସୁକାନ୍ତଙ୍କ ପରିବାର ଲୋକ । ଯାହାକୁ ନେଇ ଏବେ ସେଠାରେ ଲୋକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ସୁକାନ୍ତ କହିଛନ୍ତି କି ସାରଥିଙ୍କ ପ୍ରତି ତାଙ୍କ ପ୍ରେମ ପୂର୍ବରୁ ଥିଲା ଏବଂ ଏବେ ମଧ୍ୟ ସେହିପରି ରହିଛି ।
ସେ ଏବଂ ତାଙ୍କ ପରିବାର ଏବେ ମଧ୍ୟ ସାରଥିଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି । ଏବେ ଦଶ ଦିନ ଧରି ତାଙ୍କ ଘରେ ସାରଥିଙ୍କ ମକରନ୍ଦ ଲୀଳା, ବିଭୁତି ଲୀଳା ଆଦି ହେବା ସହ ସେମାନେ ଯାହା ପ୍ରସାଦ ଦେଲେ ମଧ୍ୟ ପ୍ରଭୁ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି । ବହୁତ ଆଡୁ ଭକ୍ତ ଆସି ପ୍ରଭୁ ଙ୍କର ଏହି ଲୀଳା ସବୁ ଦେଖି ଯାଉଛନ୍ତି ବୋଲି କହିଛନ୍ତି ସୁକାନ୍ତ ।
ସୁକାନ୍ତଙ୍କ ପରିବାର ସକାଳ ୭ଟା ରେ ସକାଳ ପୂଜା କରିବା ସହ ଦିନ ୧୨ଟା ରେ ଅରୁଆ ଅନ୍ନ ଭୋଗ ଲଗାଉଛନ୍ତି ଓ ରାତିରେ ମଧ୍ୟ ଭୋଗ କରୁଛନ୍ତି । ତେବେ ଏହି ସବୁ ଶୁଣିବାକୁ ପାଇବା ପରେ ଭଗବାନଙ୍କ ଉପରେ ଆସ୍ଥା ଥିବା ଅନେକ ଲୋକ ଏହି ସବୁ ଦେଖିବାକୁ ଆସୁଛନ୍ତି ।
ସେଠାରେ ଲୋକମାନେ ନଡିଆ, କଦଳୀ ଓ ଲଡୁ ଦେଇ ସାରଥିଙ୍କ ପୂଜାର୍ଚ୍ଚନା କରୁଛନ୍ତି । ସାରଥୀଙ୍କୁ ନେଇ ଏତେ ଘଟଣା ଘଟିବା ପରେ ମଧ୍ୟ ତାଙ୍କ ଫଟୋରୁ ବିଭୁତି ନିରଗତା ହେବା ଏବେ ସମସ୍ତଙ୍କୁ ଚକିତ କରୁଛି ।
ତେବେ ଲୋକଙ୍କ ବିଶ୍ବାସ ଏବଂ ସାରଥିଙ୍କ ଲକେଟକୁ ପରିଧାନ କରିବା ନିଶ୍ଚିତ ଭାବେ ଆଧ୍ୟାତ୍ମିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାରଥିଙ୍କ ଉପରେ ଆଉ ଥରେ ଲୋକଙ୍କ ଏହି ଭକ୍ତିଭାବ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।